ETV Bharat / bharat

ଦେବେଗୌଡାଙ୍କୁ ଭେଟିଲେ ବାସବରାଜ ବୋମାଇ - karnatak news

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡାଙ୍କୁ ସାକ୍ଷାତ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ରାଜ୍ୟର ବିଭିନ୍ନ ସମ୍ପ୍ରତିକ ପ୍ରସଙ୍ଗରେ ଆଲୋଚନା ସହ ନେଲେ ପରାମର୍ଶ । ଅଧିକ ପଢନ୍ତୁ...

ଦେବେଗୌଡାଙ୍କୁ ଭେଟିଲେ ବାମାଇ , ଆର୍ଶୀବାଦ ସହ ନେଲେ ପରାମର୍ଶ

author img

By

Published : Aug 1, 2021, 7:03 PM IST

ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡାଙ୍କୁ ସାକ୍ଷାତ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ଦେବେଗୌଡାଙ୍କ ବାସଭବନରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତକାର ହୋଇଛି । ଏହି ବୈଠକରେ ପୂର୍ବତନ ରାଜ୍ୟ ଗୃହନିର୍ମାଣ ମନ୍ତ୍ରୀ ଭି ସୋମନ୍ନା ମଧ୍ୟ ସାମିଲ ହୋଇଥିଲେ । ରାଜ୍ୟର ସାମ୍ପ୍ରତିକ ସ୍ଥିତି ଓ ସମସ୍ୟା ବାବଦରେ ଏହି ସାକ୍ଷାତାକାରରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ଦେବେଗୌଡାଙ୍କୁ ଭେଟିଲେ ବାମାଇ , ଆର୍ଶୀବାଦ ସହ ନେଲେ ପରାମର୍ଶ
ଦେବେଗୌଡାଙ୍କୁ ଭେଟିଲେ ବାମାଇ , ଆର୍ଶୀବାଦ ସହ ନେଲେ ପରାମର୍ଶ

ଏହି ସାକ୍ଷାତ ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି ଦେବେଗୌଡା ରାଜ୍ୟ ତଥା ଦେଶର ଜଣେ ବରିଷ୍ଠ ରାଜନେତା । ତାଙ୍କ ପିତା ତଥା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ ଆର ବୋମାଇ ଓ ଦେବେଗୌଡା ଘନିଷ୍ଠ ରାଜନୀତିକ ସହଯୋଗୀ ମଧ୍ୟ ରହିଥିଲେ। ଆଜିର ଏହି ସାକ୍ଷାତକାର ସୌଜନ୍ୟମୂଳକ ଥିବାବେଳେ ସେ ଗୌଡାଙ୍କର ଆର୍ଶୀବାଦ ମଧ୍ୟ ନେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପରି ଦେବେଗୌଡା ମଧ୍ୟ ତାଙ୍କୁ ଆର୍ଶୀବାଦ ଦେବା ସହ ରାଜ୍ୟର ସାମ୍ପ୍ରତିକ ସମସ୍ୟା ପ୍ରତି ଅଗ୍ରାଧିକାର ଭିତ୍ତିରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିବା ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ସେହିପରି ରାଜ୍ୟର ସମୃଦ୍ଧି ପାଇଁ ସେ ମଧ୍ୟ ରାଜନୈତିକ ଭାବେ ମଧ୍ୟ ତାଙ୍କ ସରକାରକୁ ସହଯୋଗ କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ବୋମାଇ । ଦେବେଗୌଡା ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି। ଦେଶ ତଥା ନିଜ ଗୃହରାଜ୍ୟ କର୍ଣ୍ଣାଟକ ପାଇଁ ତାଙ୍କର କିଛି ନିଜସ୍ବ ବିକାଶମୂଳକ ଦୃଷ୍ଟିଭଙ୍ଗି ରହିଛି । ତେଣୁ ଏସବୁ ଦିଗରେ ଆଗକୁ ବଢିବାକୁ ହେଲେ ତାଙ୍କ ପରାମର୍ଶ ମଧ୍ୟ ବେସ ଉପଯୋଗୀ ହେବା ନେଇ ମଧ୍ୟ ବୋମାଇ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.