ETV Bharat / bharat

ଜେଲରେ ସହକର୍ମୀ, ଏବର୍ଷ ହୋଲି ଖେଳିବେନି କେଜ୍ରିଓ୍ବାଲ

ଜେଲରେ ସହକର୍ମୀ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ । ଏବର୍ଷ ହୋଲି ଖେଳିବେନି କେଜ୍ରିଓ୍ବାଲ । କହିଲେ ଦେଶ ଏବେ ବିପଜ୍ଜନକ ସ୍ଥିତିରେ । ଅବସ୍ଥାରେ ସୁଧାର ପାଇଁ ହୋଲିରେ ଇଶ୍ବରଙ୍କୁ କରିବେ ପ୍ରାର୍ଥନା । ଅଧିକ ପଢନ୍ତୁ

Holi 2023: ଜେଲରେ ସହକର୍ମୀ, ଏବର୍ଷ ହୋଲି ଖେଳିବେନି କେଜ୍ରିଓ୍ବାଲ

author img

By

Published : Mar 7, 2023, 10:04 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟିର ସଙ୍କଟ ଜାରି ରହିଛି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦଳର ବରିଷ୍ଠ ନେତା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇ ଜେଲରେ ଅଛନ୍ତି । ଅନ୍ୟତମ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଗତବର୍ଷରୁ ମନିଲଣ୍ଡ୍ରିଂ ମାମଲାରେ ଗିରଫ ହୋଇ ଜେଲରେ ରହିଛନ୍ତି । ନିକଟରେ ଦୁଇ ବରିଷ୍ଠ ସହଯୋଗୀ କେଜ୍ରିଓ୍ବାଲଙ୍କ କ୍ୟାବିନେଟରୁ ଇସ୍ତଫା ମଧ୍ୟ ଦେଇଛନ୍ତି । ଏକାଧିକ ସହକର୍ମୀ ଜେଲରେ ଥିବା କାରଣରୁ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଚଳିତ ଥର ହୋଲି ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ।

  • मैं इस बार होली वाले दिन देश के लिए पूजा-प्रार्थना करूंगा।

    अगर आप भी देश की स्थिति को लेकर चिंतित है और आपको लगता है प्रधानमंत्री ठीक नहीं कर रहे तो आपसे Appeal:#Holi मनाने के बाद, थोड़ा समय निकालकर देश की ख़ातिर मेरे साथ भगवान की पूजा और ध्यान करना।

    -CM @ArvindKejriwal pic.twitter.com/XysnSpuYq0

    — AAP (@AamAadmiParty) March 7, 2023 " class="align-text-top noRightClick twitterSection" data=" ">

ବର୍ତ୍ତମାନ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରି କେଜ୍ରିଓ୍ବାଲ କହିଛନ୍ତି, ଯେଉଁମାନେ ଜନସାଧାରଣଙ୍କୁ ଉତ୍ତମ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଇବାକୁ ପ୍ରୟାସ କଲେ ସେମାନଙ୍କୁ ଜେଲକୁ ପଠାଗଲା । ଚଳିତଥର ସେ ହୋଲି ଖୋଲିବେନି ବରଂ ପୁରା ଦିନ ଧ୍ୟାନରେ ବସିବେ । ଦେଶରେ ଜାରି ରହିଥିବା ଅବସ୍ଥା ବେଶ ବିପଜ୍ଜନକ ଓ ଅବସ୍ଥାରେ ପରିବର୍ତ୍ତନ ଆସିବା ପାଇଁ ସେ ଇଶ୍ବରଙ୍କୁ ପ୍ରାର୍ଥନା କରିବେ ବୋଲି କହିଛନ୍ତି କେଜ୍ରିଓ୍ବାଲ ।

ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିଜ ବାସଭବନରୁ ଏକ ପ୍ରେସମିଟକୁ ଭର୍ଚ୍ଚୁଆଲି ସମ୍ବୋଧିତ କରି ଏକ ଭିଡିଓ ଜାରି କରିଛନ୍ତି । 2 ମିନିଟ 33 ସେକେଣ୍ଡ ଅବଧି ବିଶିଷ୍ଟ ଭିଡିଓରେ ସେ ଏକାଧିକ ପ୍ରସଙ୍ଗ ଉଲ୍ଲେଖ କରି ସିଧା ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଯେଉଁ ଦେଶରେ ଉତ୍ତମ ଶିକ୍ଷା ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇ ଜେଲରେ ବନ୍ଦ କରାଯାଏ । ଅସାଧୁ ଓ ଦେଶର ଲୁଣ୍ଠନାକାରୀଙ୍କୁ ସହାୟତା କରାଯାଏ, ଏପରି ସ୍ଥିତିରେ ଦେଶର ଅବସ୍ଥା କଣ ହେବ ବୋଲି ସେ ପ୍ରଶ୍ନ କରିଥିଲେ । ଏପରି ଅବସ୍ଥାକୁ ବେଶ ବିପଜ୍ଜନକ ବୋଲି କହିଥିଲେ କେଜ୍ରିଓ୍ବାଲ ।

ରବିବାର ଏକାଧିକ ବିରୋଧୀ ଦଳର ନେତାମାନେ ମନୀଷ ସିସୋଦିଆଙ୍କ ଗିରଫଦାରୀ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ବିରୋଧୀ ଦଳ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରାଯାଉଥିବା ନେଇ ଦେଶର 9ଟି ବିରୋଧୀ ଦଳର ମୁଖ୍ୟ ତଥା ବରିଷ୍ଠ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଉଦବେଗ ପ୍ରକାଶ କରିଥିଲେ । ଚିଠିରେ ବିରୋଧୀ ନେତାମାନେ ଉଲ୍ଲେଖ କରିଥିଲେ ଯେ, କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା (ଇଡି-ସିବିଆଇ ଏବଂ ଅନ୍ୟାନ୍ୟ ଏଜେନ୍ସି ) ର ଅପବ୍ୟବହାର ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.