ETV Bharat / bharat

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା: 6 ନିଖୋଜ, ଜଣେ ମୃତ - ବାଦଲ ଫଟା ବର୍ଷା

ହିମାଚଳ ପ୍ରଦେଶର କୁଲ୍ଲୁରେ ବାଦଲ ଫଟା ବର୍ଷା ଜାରି । 6 ନିଖୋଜ, ଜଣେ ମହିଳାଙ୍କ ମୃତ୍ୟୁ । ନଦୀ ନାଳ ନିକଟବର୍ତ୍ତୀ ସ୍ଥାନରୁ ଦୂରରେ ରହିବା ପାଇଁ ପରାମର୍ଶ । ଅଧିକ ପଢନ୍ତୁ

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା, 4 ନିଖୋଜ
ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା, 4 ନିଖୋଜ
author img

By

Published : Jul 6, 2022, 10:33 AM IST

Updated : Jul 6, 2022, 2:02 PM IST

ଶିମଲା: ହିମାଚଳ ପ୍ରଦେଶର କୁଲ୍ଲୁରେ ବାଦଲ ଫଟା ବର୍ଷା ଜାରି ରହିଛି । ଆଜି ସକାଳୁ ପ୍ରବଳ ବର୍ଷା ଫଳରେ ସ୍ଥାନୀୟ ଅଞ୍ଚଳରେ ଯାତାୟତ ଓ ସ୍ବାଭାବିକ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ବର୍ତ୍ତମାନ ସୁଦ୍ଧା 6 ଜଣ ନିଖୋଜ ଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ଥାନୀୟ ପ୍ରଶାସନକୁ ସୂଚନା ଦେଇଛନ୍ତି ଗ୍ରାମବାସୀ । ପୋଲିସ, ପ୍ରଶାସନର ଟିମ ବର୍ଷା ସ୍ଥିତି ଉପରେ ନଜର ରଖିଛନ୍ତି ।

  • #WATCH | Himachal Pradesh: Flash flood hits Manikaran valley of Kullu district due to heavy rainfall, dozens of houses and camping sites damaged in Choj village: SP Kullu Gurdev Sharma pic.twitter.com/NQhq8o8JXC

    — ANI (@ANI) July 6, 2022 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ହଠାତ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ପ୍ରବଳ ଜଳ ପ୍ରବାହ ଫଳରେ ଘରଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କୁଲ୍ଲୁରେ ଏକ ପୋଲ ମଧ୍ୟ ବର୍ଷା ଜଳରେ ଭୁଶୁଡି ପଡିଥିବା ସୂଚନା ମିଳିଛି । ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦେଇଛି ପ୍ରଶାସନ । ପ୍ରବଳ ବର୍ଷା ଯୋଗୁ ନଦୀ ଓ ନାଳରେ ଜଳସ୍ତର ହଠାତ ବଢିବାରେ ଲାଗିଥିବାରୁ, ତଳିଆ ସ୍ଥାନରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପ୍ରଶାସନ ପ୍ରକ୍ରିୟା ଜାରି ରଖିଥିବା ମଧ୍ୟ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 6, 2022, 2:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.