ଗାନ୍ଧୀନଗର: ଗୁଜୁରାଟର ସୁରତରେ ସଚ୍ଚୋଟତା ଦେଖାଇଛନ୍ତି ସଫେଇ କର୍ମଚାରୀ । ନିକଟରେ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ନଥିଲେ ମଧ୍ୟ ସେ ଲୋଭାନ୍ବିତ ହୋଇନାହାନ୍ତି । ବରଂ ନିଜର ମହାନତା ଦେଖାଇ ପ୍ରକୃତ ମାଲିକକୁ ଫେରାଇଛନ୍ତି ୧ ଲକ୍ଷ ମୂଲ୍ୟର ହୀରା । ସେ ଏହି ମୂଲ୍ୟବାନ ପଦାର୍ଥକୁ ଏକ ଫ୍ୟାକ୍ଟ୍ରିର ଗାଡି ପାର୍କିଂରୁ ପାଇଥିଲେ । ସଫେଇ କର୍ମଚାରୀଙ୍କ ଏହି କାର୍ଯ୍ୟକୁ ସବୁଠି ପ୍ରଶଂସା କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ସଫେଇ କର୍ମଚାରୀ ଜଣକ ଗାଡ଼ି ପାର୍କିଂରେ ସଫା କରୁଥିବା ସମୟରେ ୨ ପ୍ୟାକେଟ ଡାଏମଣ୍ଡ ପାଇଥିଲେ । ଏହାପରେ ସେ ସେଠନି ଡାଏମଣ୍ଡ ଆସୋସିଏସନକୁ ଯୋଗାଯୋଗ କରିଥିଲେ । ଏହାପରେ ସେ ଡାଏମଣ୍ଡର ପ୍ରକୃତ ମାଲିକଙ୍କ ନିକଟରେ ପହଞ୍ଚିଥିଲେ । ଏହାପରେ ସେ ତାଙ୍କୁ ଏହି ମୂଲ୍ୟବାନ ପଦାର୍ଥ ହସ୍ତାନ୍ତର କରିଥିଲେ ।
ସଫେଇ କର୍ମଚାରୀଙ୍କ ନାମ ବିନୋଦ ବୋଲି ଜଣାପଡ଼ିଛି । ସେ ଅତି ସରଳତାର ସହିତ ହୀରାକୁ ପ୍ରକୃତ ମାଲିକ ନିକଟରେ ପହଞ୍ଚାଇଛନ୍ତି । ଏହା ତାଙ୍କର କର୍ତ୍ତବ୍ୟ ଥିଲା ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି । ବିନୋଦଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି ।