ETV Bharat / bharat

ରିଲ୍‌ ନୁହେଁ ରିୟଲ, ଦିନକ ପାଇଁ ଜିଲ୍ଲାପାଳ ହେଲେ ଛାତ୍ର - ଦିନିକିଆ ଜିଲ୍ଲାପାଳ

ଗୋଟିଏ ଦିନ ପାଇଁ ଜିଲ୍ଲାପାଳ ହୋଇଛନ୍ତି ରାଜସ୍ଥାନ ଅଲୱାରର ଅଷ୍ଟମ ଶ୍ରେଣୀ ଛାତ୍ର ରୋହିତ । ଅଧିକ ପଢନ୍ତୁ...

ଦିନକ ପାଇଁ ଜିଲ୍ଲାପାଳ ହେଲେ ରୋହିତ
ଦିନକ ପାଇଁ ଜିଲ୍ଲାପାଳ ହେଲେ ରୋହିତ
author img

By

Published : Feb 18, 2021, 1:00 PM IST

ଜୟପୁର: କଲେକ୍ଟର ହେବାକୁ ପିଲାମାନେ କଠିନ ପରିଶ୍ରମ କରନ୍ତି । ଏଥିପାଇଁ ପ୍ରଶାସନିକ ପରୀକ୍ଷା ଦେବାକୁ ପଡିଥାଏ । ହେଲେ ବିନା ପ୍ରଶାସନିକ ପରୀକ୍ଷାରେ ଗୋଟିଏ ଦିନ ପାଇଁ ଜିଲ୍ଲାପାଳ ହୋଇଛନ୍ତି ଜଣେ 13 ବର୍ଷର ବାଳକ । ଏପରି ସୌଭାଗ୍ୟ ଅର୍ଜନ କରିଛନ୍ତି ରାଜସ୍ଥାନ ଅଲୱାରର ରୋହିତ ।

ରୋହିତ ନବୀନ ସିନିୟର ମାଧ୍ୟମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଅଟନ୍ତି । ଅଲୱାରର ଜିଲ୍ଲାପାଳ ନାନୁମଲ ପାହାଡିଆ ରୋହିତଙ୍କ ସ୍କୁଲକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ କିଏ ଗୋଟିଏ ଦିନ ପାଇଁ ଜିଲ୍ଲାପାଳ ହେବ ବୋଲି ପିଲାଙ୍କୁ ପଚାରିଥିଲେ । ଏହା ପରେ ରୋହିତଙ୍କୁ ଗୋଟିଏ ଦିନ ପାଇଁ ଜିଲ୍ଲାପାଳ ହେବାକୁ ନିମନ୍ତ୍ରଣ କରାଯାଇଥିଲା ।

ରିଲ୍‌ ନୁହେଁ ରିୟଲ, ଦିନକ ପାଇଁ ଜିଲ୍ଲାପାଳ ହେଲେ ଛାତ୍ର

ଏହା ପରେ ଆନୁଷ୍ଠାନିକ ଭାବେ ରୋହିତ ଜିଲ୍ଲାପାଳ ଆସନ ଗ୍ରହଣ କରିଥିଲେ । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଭିଡିଓ ସମ୍ମିଳନୀରେ ଯୋଗ ଦେଇଥିଲେ । ସରକାରୀ କର୍ମଚାରୀମାନେ କିପରି ଅନ୍ୟ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ତାହା ଅନୁସରଣ କରିଥିଲେ ।

‘ଇଟିଭି ଭାରତ’ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଲୱାରର ଜିଲ୍ଲାପାଳ ନାନୁମଲ ପାହାଡିଆ କହିଛନ୍ତି ରୋହିତ ମୋ କାର୍ଯ୍ୟ ଉପରେ ମତାମତ ଦେବେ । ସମାଜ ପ୍ରତି ଥିବା ବିଭିନ୍ନ ଦାୟିତ୍ବ ବିଷୟରେ ରୋହିତ ଅବଗତ ହୋଇଥିଲେ । ପ୍ରଶାସନିକ ସେବାରେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ପିଲାମାନଙ୍କୁ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ଉଚିତ ବୋଲି କହିଛନ୍ତି ଜିଲ୍ଲାପାଳ ନାନୁମଲ ପାହାଡିଆ ।

ସେ ଆହୁରି କହିଛନ୍ତି ଜିଲ୍ଲାର ଜିଲ୍ଲାପାଳ କିପରି କାର୍ଯ୍ୟ କରୁଛନ୍ତି, ସେମାନେ କିପରି ଲୋକଙ୍କୁ ଭେଟୁଛନ୍ତି ସେ ବିଷୟରେ ଛାତ୍ରମାନେ ଜାଣିବା ଉଚିତ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ପିଲାମାନଙ୍କୁ ସେମାନଙ୍କ ଲକ୍ଷ୍ୟ ବାଛିବାରେ ସାହାଯ୍ୟ କରିବା ।

ଏନେଇ ରୋହିତ କହିଛନ୍ତି ତାଙ୍କ ଆତ୍ମବିଶ୍ବାସ ବଢିଛି ଏବଂ ସେ ସତରେ ଜଣେ ଆଇଏଏସ ଅଫିସର ହୋଇଥିବା ଅନୁଭବ କରିଛନ୍ତି । ସେ ଆହୁରି କହିଛନ୍ତି ସେ ଲୋଙ୍କ ସେବା ପାଇଁ ସବୁବେଳେ ଭଲ କାମ କରିବେ । ପ୍ରକାଶ ଥାଉ କି, ବାଳିକା ଦିବସ ଅବସରରେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଉତ୍ତରାଖଣ୍ତର 19 ବର୍ଷୀୟ ଛାତ୍ରୀ ସୃଷ୍ଟି ଗୋସ୍ବାମୀ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.