ETV Bharat / bharat

RAPE CASE: ମୁମ୍ବାଇରେ ଲଜ୍ଜା, ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସହପାଠୀଙ୍କ ଦୁଷ୍କର୍ମ

author img

By

Published : Dec 2, 2022, 10:31 PM IST

Updated : Dec 2, 2022, 10:42 PM IST

ମୁମ୍ବାଇରେ ଲଜ୍ଜା । ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସହପାଠୀଙ୍କ ଦୁଷ୍କର୍ମ । ମହାରାଷ୍ଟ୍ର ମତୁଙ୍ଗା ଅଞ୍ଚଳରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ନିଜ ସ୍କୁଲର ୨ ସହପାଠୀ (8th Class Student gang raped by classmates)। ଅଭିଯୋଗ ଆଧାରରେ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ

RAPE CASE: ମୁମ୍ବାଇରେ ଲଜ୍ଜା, ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସହପାଠୀଙ୍କ ଦୁଷ୍କର୍ମ
RAPE CASE: ମୁମ୍ବାଇରେ ଲଜ୍ଜା, ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସହପାଠୀଙ୍କ ଦୁଷ୍କର୍ମ

ମୁମ୍ବାଇ: ମୁମ୍ବାଇରେ ଲଜ୍ଜା । ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସହପାଠୀଙ୍କ ଦୁଷ୍କର୍ମ । ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ସ୍ଥିତ ମତୁଙ୍ଗା ଅଞ୍ଚଳରେ ଥିବ ଏକ ବିଦ୍ୟାଳୟର ଛାତ୍ରୀ (୧୩)ଙ୍କୁ ଗଣଦୁଷ୍କର୍ମ । ଛାତ୍ରୀଙ୍କ ୨ ସହପାଠୀ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି (Two boys allegedly raped their 13-year-old classmate) । ଏନେଇ ଶୁକ୍ରବାର ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

ଗତ ସୋମବାର ଦିନ ଏହି ଘଟଣା ଘଟିଛି । ମତୁଙ୍ଗା ପୋଲିସ ଷ୍ଟେସନର ଥାନା ଅଧିକାରୀଙ୍କ ସୂଚନା ଅନୁସାରେ ପୀଡିତାଙ୍କୁ ତାଙ୍କର ୨ ସହପାଠୀ ଗଣଦୁଷ୍କର୍ମ କରିଛନ୍ତି । ଅନ୍ୟ ସହପାଠୀ ନୃତ୍ୟ ଅଭ୍ୟାସ ପାଇଁ କ୍ଲାସରୁମ ପଳାଇବା ପରେ ଏହି ସମୟର ସୁଯୋଗ ନେଇ ୨ ଅଭିଯୁକ୍ତ ଏପରି କାର୍ଯ୍ୟ କରିଥିବା ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି । ଛାତ୍ରୀ ଓ ୨ ଅଭିଯୁକ୍ତ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ପୋଲିସ କହିଛି । ଏହି ଘଟଣା ଘଟିବା ପରେ ପୀଡ଼ିତା ଜଣକ ଅଧିକ ବିଚଳିତ ହୋଇ ଭାଙ୍ଗି ପଡ଼ିଥିଲେ । ଏନେଇ ସେ ନିଜ ସମ୍ପର୍କୀୟଙ୍କୁ ଜଣାଇବା ପରେ ଥାନାରେ ଅଭିଯୋଗ ହୋଇଥିଲା ।

ଏହା ବି ପଢନ୍ତୁ- GANGRAPE CASE: ମଦ ପିଇ ନର୍ସିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୨ ଯୁବକ ଗିରଫ

ଅଭିଯୋଗକୁ ଆଧାର କରି ପୋଲିସ ଇଣ୍ଡିଆନ ପେନାଲ କୋର୍ଟ (IPC) ଧାରାର ୩୭୬ ଡିଏ (୧୬ ବର୍ଷରୁ କମ ଯୁବତୀଙ୍କୁ ଗଣଦୁଷ୍କର୍ମ) ଓ ପୋକ୍ସା ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଛି । ଏହି ନାବାଳକ ଅଭିଯୁକ୍ତଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି । ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

ଉତ୍ତରାଖଣ୍ଡରେ ମଧ୍ୟ ଏପରି ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଜଣେ ନର୍ସିଂ ଛାତ୍ରୀଙ୍କୁ ୨ ଅଭିଯୁକ୍ତ ଗଣଦୁଷ୍କର୍ମ କରିଥିବା ଘଟଣା ସାମନାକୁ ଆସିଛି । ଏହି ନର୍ସିଂ ଛାତ୍ରୀ ଜଣକ ଘରକୁ ଫେରୁଥିବା ସମୟରେ ନିଶାସକ୍ତ ୨ ଅଭିଯୁକ୍ତ ବାଇକରେ ଆସି ତାଙ୍କୁ ଅପହରଣ କରିଥିଲେ । ଏହାପରେ ଆଖୁ କ୍ଷେତକୁ ନେଇ ଦୁଷ୍କର୍ମ କରିଥିଲେ । ଯୁବତୀ ଜଣକ ଅଭିଯୁକ୍ତଙ୍କ ବାଇକ ନମ୍ବର ମନେ ରଖି ପୋଲିସକୁ ଜଣାଇବା ପରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 2, 2022, 10:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.