ETV Bharat / bharat

ଯୋଧପୁର ପରେ ନାଗୌରରେ ହିଂସା, ନମାଜ ପରେ ପଥରମାଡ

author img

By

Published : May 4, 2022, 9:57 AM IST

ଯୋଧପୁର ହିଂସାର କିଛି ଘଣ୍ଟା ପରେ ନାଗୌରରେ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି । ଇଦ ସମୟରେ ଗତକାଲି(ମଙ୍ଗଳବାର) ରାଜସ୍ଥାନର ନାଗୌରରେ ବଡ ଧରଣର ସଂଘର୍ଷ ହୋଇଛି । ଅଧିକ ପଢନ୍ତୁ

ଯୋଧପୁର ପରେ ନାଗୌରରେ ହିଂସା, ନମାଜ ପରେ ପଥରମାଡ
ଯୋଧପୁର ପରେ ନାଗୌରରେ ହିଂସା, ନମାଜ ପରେ ପଥରମାଡ

ଜୟପୁର: ପୁଣି ଅଶାନ୍ତ ରାଜସ୍ଥାନ । ଯୋଧପୁର ହିଂସାର କିଛି ଘଣ୍ଟା ପରେ ନାଗୌରରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଇଦ ସମୟରେ ଗତକାଲି(ମଙ୍ଗଳବାର) ରାଜସ୍ଥାନର ନାଗୌରରେ ବଡ ଧରଣର ସଂଘର୍ଷ ହୋଇଛି । ରାମ ନବମୀ ପରଠାରୁ ରାଜସ୍ଥାନରେ ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟକ ଦଙ୍ଗା ହେଉଥିବା ବେଳେ ଇଦରେ ମଧ୍ୟ ଦୁଇ ମୁସଲମାନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି ।

ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହେବାପରେ ଏହା ପଥରମାଡରେ ପରିଣତ ହୋଇଥିଲା । ସାମ୍ପ୍ରଦାୟିକ ପତାକା ଓ ଲାଉଡ ସ୍ପିକରକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ପଥରମାଡ ହୋଇଛି । ଏହି ଘଟଣାରେ ଦୁଇ ପକ୍ଷରୁ ଆହତ ହୋଇଥିବା ବେଳେ ୪ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ଏହି ହିଂସା ପରେ ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଛି ।

ସୂଚନାଅନୁସାରେ, ଗୋଟିଏ ସମ୍ପ୍ରଦାୟକର ଦୁଇ ଗୋଷ୍ଠୀ ମଧ୍ୟରେ ଏହି ସଂଘର୍ଷ ହୋଇଛି । ପରସ୍ପର ଉପରକୁ ପଥର ଫିଙ୍ଗିଥିଲେ । ଏଥିରେ ଏକାଧିକ ଗାଡି ଭାଙ୍ଗି ଥିବା ଜଣାପଡିଛି । ନମାଜ ପାଠ ସମୟରେ ଏହି ହିଂସା ଘଟିଥିବା ଜଣାପଡିଛି । ଖବରପାଇ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା । ଅନ୍ୟପଟେ ଉତ୍ତରପ୍ରଦେଶର ସମ୍ଭଲ ଠାରେ ଗୋଷ୍ଠୀ ସଂଘର୍ଷରୁ ପଥରମାଡ ଏବଂ ଗୁଳିମାଡ ହୋଇଛି । ଉକ୍ତ ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.