ଗାନ୍ଧିନଗର: ଗୁଜୁରାଟର ସୁରଟରେ ଭାରତୀୟ ଜନତା ପାର୍ଟି (BJP)ଓ ଆମ ଆଦମୀ ପାର୍ଟି (APP)କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ୨ଜଣ ଆପ କର୍ମୀ ଆହତ ହୋଇଥିବା ବେଳେ ୧୩ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ ।
ଗତ ରବିବାର ସୁରଟ ମ୍ୟୁନିସିପାଲିଟି କର୍ପୋରେସନରେ କାଉନସିଲରଙ୍କ ଉପରେ ଆକ୍ରମଣ ହୋଇଥିବାରୁ ଗତକାଲି ଏହାକୁ ବିରୋଧ କରି ବିଜେପି ମୁଖ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ ଆପ କର୍ମୀ । ଏହି ସମୟରେ ବିଜେପି ଓ ଆପ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ଏନେଇ ପୋଲିସ ଆମ ଆଦମୀ ପାର୍ଟି କର୍ମୀଙ୍କୁ ଅଟକ ରଖି ଦଳର ରାଜ୍ୟ ମୁଖ୍ୟ ଗୋପାଳ ଇତାଲୀଙ୍କ ସମେତ 13 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହାପରେ ଜାମିନରେ ଜେଲରୁ ଫେରିଥିଲେ ସମସ୍ତ କର୍ମୀ ।
ଏହା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଜଣେ ବିଜେପି କର୍ମୀ ଆପ କର୍ମୀଙ୍କୁ ମାଡ ମାରୁଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଭିଡିଓଟିକୁ ସେୟାର କରି ବିଜେପି ପୁରା ଦେଶରେ ଗୁଣ୍ଡାରାଜ ଚଳାଇଥିବା ସେ କହିଛନ୍ତି ।