ETV Bharat / bharat

ଅବସର ନେବେ ବୋବଡେ, ପରବର୍ତ୍ତୀ CJI ପାଇଁ ଏନଭି ରମଣାଙ୍କ ନାଁ ସୁପାରିଶ

author img

By

Published : Mar 24, 2021, 12:36 PM IST

ଅପ୍ରେଲ 23 ତାରିଖରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦରୁ ଅବସର ନେବେ ଜଷ୍ଟିସ ବୋବଡେ । ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ପାଇଁ ଏନଭି ରମଣାଙ୍କ ନାମ ସୁପାରିଶ କରିଛନ୍ତି ବୋବଡେ । ଅଧିକ ପଢନ୍ତୁ...

CJI SA Bobde  retire on April 23 next CJI Name recommend
ଅବସର ନେବେ ସିଜେଆଇ ଏସଏ ବବୋଡେ,ପରବର୍ତ୍ତୀ ସିଜେଆଇ ପାଇଁ ଏନଭି ରମାନ୍ନା ନାମ ସୁପାରିଶ

ନୂଆଦିଲ୍ଲୀ: ଅବସର ନେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସଏ ବୋବଡେ । ଅପ୍ରେଲ 23 ତାରିଖରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦରୁ ଅବସର ନେବେ ଜଷ୍ଟିସ ବୋବଡେ । ଅବସର ପୂର୍ବରୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନାଁ ସୁପାରିଶ କରି ଚିଠି ଲେଖିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ।

ତେବେ ବୋବଡେଙ୍କ ଅବସର ପୂର୍ବରୁ ପରବର୍ତ୍ତୀ ବିଚାରପତି ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ନାଁ ସୁପାରିଶ ପାଇଁ ବୋବଡେଙ୍କୁ ଚିଠି ଲେଖିଥିଲେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ । ଆଜି ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପଦବୀ ପାଇଁ ଏନଭି ରମନ୍ନାଙ୍କ ନାମ ସୁପାରିଶ କରିଛନ୍ତି ବୋବଡେ । ବିଚାରପତିଙ୍କ ସୁପାରିଶକୁ ଆଇନ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ପାଖରେ ରଖିବା ପରେ ରାଷ୍ଟ୍ରପତିଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦେବେ ପ୍ରଧାନମନ୍ତ୍ରୀ । ଜଷ୍ଟିସ ଏସଏ ବୋବଡେ ସୁପ୍ରିମକୋର୍ଟର ବିଚାରପତି ରଞ୍ଜନ ଗୋଗୋଇଙ୍କ ଅବସର ପରେ 47ତମ ବିଚାରପତି ଭାବରେ 18 ନଭେମ୍ବର 2019ରେ ଶପଥ ଗ୍ରହଣ କରିଥିଲେ । ଆସନ୍ତା 23 ତାରିଖରେ ସେ ଅବସର ନେଉଛନ୍ତି। ବୋବଡେଙ୍କ ପରେ ଅନ୍ୟତମ ବରିଷ୍ଠ ବିଚାରପତି ହେଉଛନ୍ତି ଏନଭି ରମଣା । ଅଗଷ୍ଟ 26, 2022ରେ ଶେଷ ହେବ ତାଙ୍କ କାର୍ଯ୍ୟକାଳ ।

ସୂଚନାଥାଉକି, ଏସଏ ବୋବଡେ ପୂର୍ବରୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଏହାପରେ ସେ 2014ରୁ ସୁପ୍ରିମକୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରୁଥିଲେ । ତେବେ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଅବସର ବୟସ ସୀମା 65 ବର୍ଷ ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.