ETV Bharat / bharat

ଜ୍ୟୋତିରାଦିତ୍ୟଙ୍କୁ Civil Aviation; ପିତା ମାଧବ ରାଓ ସିନ୍ଧିଆ ବି ଦିନେ ଥିଲେ ଏହି ମନ୍ତ୍ରୀ - jyotiraditya scindia

ସଂଯୋଗ ହେଉଛି ବର୍ତ୍ତମାନ ସିନ୍ଧିଆ ଯେଉଁ ମନ୍ତ୍ରଣାଳୟର ମନ୍ତ୍ରୀ ହୋଇଛନ୍ତି, ସେହି ମନ୍ତ୍ରଣାଳୟର ମନ୍ତ୍ରୀ ଦିନେ ସିନ୍ଧିଆଙ୍କ ପିତା ସ୍ବର୍ଗତ ମାଧବ ରାଓ ସିନ୍ଧିଆ(Madhav Rao Scindia) ଥିଲେ ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
ମାଧବ ରାଓ ସିନ୍ଧିଆ
author img

By

Published : Jul 8, 2021, 8:27 AM IST

Updated : Jul 8, 2021, 8:53 AM IST

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣ ଶେଷ ହୋଇଛି । ନୂଆ ମନ୍ତ୍ରୀଙ୍କୁ ବଣ୍ଟନ ହୋଇଛି ମନ୍ତ୍ରଣାଳୟ । ମୋଦି ନିଜ ଟିମର ପୁରା ରୂପରେଖ ପରିବର୍ତ୍ତନ କରିଥିବା ବେଳେ ଦେଶର ନୂଆ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହୋଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ତେବେ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ (Civil Aviation Ministry) ମନ୍ତ୍ରଣାଳୟ ମିଳିବା ପରେ ଏବେ ଏକ ବଡ ସଂଯୋଗ ସାମନାକୁ ଆସିଛି ।

ତେବେ ଏହି ସଂଯୋଗ ହେଉଛି ବର୍ତ୍ତମାନ ସିନ୍ଧିଆ ଯେଉଁ ମନ୍ତ୍ରଣାଳୟର ମନ୍ତ୍ରୀ ହୋଇଛନ୍ତି, ସେହି ମନ୍ତ୍ରଣାଳୟର ମନ୍ତ୍ରୀ ଦିନେ ସିନ୍ଧିଆଙ୍କ ପିତା ସ୍ବର୍ଗତ ମାଧବ ରାଓ ସିନ୍ଧିଆ(Madhav Rao Scindia) ଥିଲେ । ବର୍ଷ 1991ରେ ପିବି ନରସିଂହ ରାଓଙ୍କ ସରକାରରେ ମାଧବ ରାଓ ସିନ୍ଧିଆ ଥିଲେ ବେସାମରିକ ଚଳାଚଳ ମନ୍ତ୍ରୀ । କିନ୍ତୁ ଏକ ବର୍ଷ ପରେ ଏକ ବିମାନ ଦୁର୍ଘଟଣାର ନୈତିକତା ଦାୟିତ୍ବ ନେଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ସେହି ବିମାନ ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନଥିଲା ।

ଗତବର୍ଷ ମାର୍ଚ୍ଚ 11ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ପଦ୍ମ ଧରିଥିଲେ । ସେହିଦନି ଠାରୁ ଆକଳନ ଥିଲା ସିନ୍ଧିଆଙ୍କୁ ମୋଦି କ୍ୟାବିନେଟରେ ସ୍ଥାନ ମିଳିବ । ବିଜେପିରେ ଯୋଗ ଦେଉ ଦେଉ ସିନ୍ଧିଆଙ୍କୁ ଦଳ ରାଜ୍ୟସଭା ପଠାଇଥିଲା । ତେବେ କରୋନା କଟକଣା ପାଇଁ କ୍ୟାବିନେଟ ସମ୍ପ୍ରସାରଣ ବିଳମ୍ବ ହୋଇଥିଲେ ମଧ୍ୟ ପ୍ରତିଶୃତି ମୁତାବକ ସିନ୍ଧିଆଙ୍କୁ ବିଜେପି ମନ୍ତ୍ରୀ କରିଛି ।

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମ୍ପର୍କରେ...

ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ପ୍ରଦେଶ ଗ୍ବାଲିୟର ରାଜବଂଶର ଦାୟଦ । ମଧ୍ୟ ପ୍ରଦେଶ ରାଜନୀତିରେ ସିନ୍ଧିଆ ପରିବାରର ବେଶ ଖ୍ୟାତି ରହିଛି । ଜେଜେ ମା ତଥା ରାଜମାତା ବିଜୟାରାଜେ ସିନ୍ଧିଆ ଓ ପିତା ମାଧବ ରାଓ ସିନ୍ଧିଆଙ୍କ ଉତ୍ତରାଧିକାରୀ ସୂତ୍ରରେ ଜ୍ୟୋତିରାଦିତ୍ୟ ରାଜନୀତିକୁ ଆସିଛନ୍ତି । ସିନ୍ଧିଆ ଜଣେ ଉଚ୍ଚ ଶିକ୍ଷିତ । ତାଙ୍କର ପେଶା ଥିଲା ବ୍ୟାଙ୍କର । 50 ବର୍ଷିୟ ସିନ୍ଧିଆ ମଧ୍ୟ ପ୍ରଦେଶ ଗୁନାରୁ 4 ଥରର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ମନମୋହନ ସିଂଙ୍କ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 8, 2021, 8:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.