ନୂଆଦିଲ୍ଲୀ: କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା । ଲୋକମାନେ ଏହି ବିଷୟରେ କ୍ରମାଗତ ଭାବରେ ପ୍ରତିକ୍ରିୟା ଦେଉଛନ୍ତି । କେବଳ ଏତିକି ନୁହେଁ, କଶ୍ମୀର ଫାଇଲ୍ସ ପରେ ବର୍ତ୍ତମାନ ଏକ ପ୍ରାଥମିକ ବିଦ୍ୟାଳୟର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି । ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ରୋହିଣୀ ସ୍ଥିତ ନିଗମ ପ୍ରାଥମିକ ବିଦ୍ୟାଳୟର ନାମ "ଟିକା ଲାଲ ଟପଲୁ" (Tika Lal Taploo) ରଖାଯାଇଛି । ଉଲ୍ଲେଖନୀୟ ଯେ, ଟିକା ଲାଲ ଟପଲୁ ଜଣେ କଶ୍ମୀର ପଣ୍ଡିତ ଥିଲେ, ଭାରତୀୟ ଜନତା ପାର୍ଟି ଏବଂ କାଶ୍ମୀର ହାଇକୋର୍ଟରେ ଓକିଲ ଥିଲେ । 14 ସେପ୍ଟେମ୍ବର 1989ରେ ଶ୍ରୀନଗରରେ ଗୁଳି ମାଡ କରି ତାଙ୍କୁ ହତ୍ୟା କରାଯାଇଥିଲା ।
-
"In aftermath of Kashmiri Pandit exodus & overwhelming terror that followed,voter turn out in 1996 &subsequent elections remained around 10%,which National Conference,Cong manipulated to get their members elected as MLAs,MPs": School in #Delhi named after Tika Lal Taploo.. pic.twitter.com/68CXkWTUnH
— Dr Jitendra Singh (@DrJitendraSingh) March 27, 2022 " class="align-text-top noRightClick twitterSection" data="
">"In aftermath of Kashmiri Pandit exodus & overwhelming terror that followed,voter turn out in 1996 &subsequent elections remained around 10%,which National Conference,Cong manipulated to get their members elected as MLAs,MPs": School in #Delhi named after Tika Lal Taploo.. pic.twitter.com/68CXkWTUnH
— Dr Jitendra Singh (@DrJitendraSingh) March 27, 2022"In aftermath of Kashmiri Pandit exodus & overwhelming terror that followed,voter turn out in 1996 &subsequent elections remained around 10%,which National Conference,Cong manipulated to get their members elected as MLAs,MPs": School in #Delhi named after Tika Lal Taploo.. pic.twitter.com/68CXkWTUnH
— Dr Jitendra Singh (@DrJitendraSingh) March 27, 2022
ରବିବାର ଦିନ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ (ଏନଡିଏମସି) ଦ୍ୱାରା ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭାବରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଉପସ୍ଥିତ ଥିଲେ। ଏନଡିଏମସି ଶିକ୍ଷା କମିଟିର ଅଧ୍ୟକ୍ଷ ଡକ୍ଟର ଆଲୋକ ଶର୍ମା କହିଛନ୍ତି ଯେ ରୋହିଣୀର ସେକ୍ଟର -7 ରେ ଅବସ୍ଥିତ 'ଏନଡିଏମସି ପ୍ରାଥମିକ ବିଦ୍ୟାଳୟ 7-ବି'ର ନାମ 'ସହିଦ ଟିକା ଲାଲ ଟପଲୁ'ରେ ପରିବର୍ତ୍ତନ କରାଯାଇଛି । ଏହା ସ୍ୱର୍ଗତ ନେତାଙ୍କୁ ଆମ ତରଫରୁ ଶ୍ରଦ୍ଧାଞ୍ଜଳି ।
ଆଲୋକ ଶର୍ମା କହିଛନ୍ତି ଯେ କଶ୍ମୀର ପଣ୍ଡିତ ନେତା ଟିକା ଲାଲ ଟପଲୁଙ୍କ ନାମରେ ବିଦ୍ୟାଳୟର ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ ଉତ୍ତର ଦିଲ୍ଲୀ ନଗର ନିଗମ ମେୟର ରାଜା ଇକବାଲ ସିଂହ ଅନୁମୋଦନ ଦେଇଛନ୍ତି ।
ଟିକା ଲାଲ ଟପଲୁ କିଏ ?
1989ରେ ଶ୍ରୀନଗରରେ ଟିକା ଲାଲ ଟପଲୁଙ୍କୁ ଗୁଳି ଚଳାଇ ହତ୍ୟା କରାଯାଇଥିଲା । ଏହି ଘଟଣା 'କଶ୍ମୀର ଫାଇଲ୍ସ'ରେ ମଧ୍ୟ ଉଲ୍ଲେଖ କରାଯାଇଛି । ଡକ୍ଟର ଆଲୋକ ଶର୍ମା କହିଛନ୍ତି ଯେ, ବିଦ୍ୟାଳୟର ନାମ ତାଙ୍କ ନାମରେ ରଖିବାର ପ୍ରେରଣା ଏହି ଚଳଚ୍ଚିତ୍ରରୁ ଆସିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ