ଗୌହାଟି: ଗୌହାଟି ବିମାନବନ୍ଦରରେ ଅଭାବନୀୟ ଘଟଣା । ସୁରକ୍ଷାକାଳୀନ ଯାଞ୍ଚ ସମୟରେ ଜଣେ 80 ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ଉଲଗ୍ନ କରାଯାଇ ତଲାସି ନିଆଯାଇଥିବା ଅଭିଯୋଗ ହୋଇଛି । ସିଆଇଏସଏଫ ମହିଳା ସୁରକ୍ଷାକର୍ମୀଙ୍କ ନାମରେ ଏପରି ଅଭିଯୋଗ ଆଣିଛନ୍ତି ବୃଦ୍ଧାଙ୍କ ଝିଅ । ବୃଦ୍ଧା ଜଣଙ୍କ ନାଗାଲାଣ୍ଡରୁ ଦିଲ୍ଲୀ ଯାଉଥିବା ସମୟରେ ଏହି ଘଟଣା ଘଟିଛି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
-
It is disgusting! My 80 year old disabled mother mother was forced to pull down her undergarment and get naked. Why? Why? @Karma_Paljor @himantabiswa
— Dolly Kikon (@DollyKikon) March 24, 2022 " class="align-text-top noRightClick twitterSection" data="
">It is disgusting! My 80 year old disabled mother mother was forced to pull down her undergarment and get naked. Why? Why? @Karma_Paljor @himantabiswa
— Dolly Kikon (@DollyKikon) March 24, 2022It is disgusting! My 80 year old disabled mother mother was forced to pull down her undergarment and get naked. Why? Why? @Karma_Paljor @himantabiswa
— Dolly Kikon (@DollyKikon) March 24, 2022
ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ବୃଦ୍ଧାଙ୍କ ଝିଅ ଡୋଲି କିକନ ଟ୍ବିଟ କରି ତାଙ୍କ ମାଆଙ୍କ ପାଇଁ ସାହାଯ୍ୟ ଲୋଡିଥିଲେ । ଟ୍ବିଟ କରି କିକୋନ କହିଛନ୍ତି, ମୋ ମାଆଙ୍କୁ ଗୌହାଟି ବିମାନବନ୍ଦରରେ ସିଆଇଏସଏଫ ସୁରକ୍ଷାକର୍ମୀମାନେ ଉଲଗ୍ନ କରି ତଲାସି ନେଇଛନ୍ତି । ସୁରକ୍ଷାକର୍ମୀମାନେ ତାଙ୍କ ନିତମ୍ବ ଅସ୍ତ୍ରୋପ୍ରଚାର ପ୍ରମାଣ ପାଇଁ ଏପରି କରିଥିଲେ । ମୋ ମାଆଙ୍କୁ ବସ୍ତ୍ର କାଢିବା ପାଇଁ ବାଧ୍ୟ କରିଥିଲେ । ଏହା କଣ ଜଣେ ବରିଷ୍ଠ ନାଗରିକଙ୍କୁ ଉତ୍ତମ ବ୍ୟବହାର ବୋଲି ପ୍ରଶ୍ନ କରିଥିଲେ ଡୋଲି କିକନ ।
-
Someone please help! The CISF security personnel team at @GuwahatiAirport are harrassing my neice who is taking care of my mother. They have taken away the complaint form she has written.They DID not allow her to take a screenshot saying it'snot "allowed". My mom is distressed.
— Dolly Kikon (@DollyKikon) March 24, 2022 " class="align-text-top noRightClick twitterSection" data="
">Someone please help! The CISF security personnel team at @GuwahatiAirport are harrassing my neice who is taking care of my mother. They have taken away the complaint form she has written.They DID not allow her to take a screenshot saying it'snot "allowed". My mom is distressed.
— Dolly Kikon (@DollyKikon) March 24, 2022Someone please help! The CISF security personnel team at @GuwahatiAirport are harrassing my neice who is taking care of my mother. They have taken away the complaint form she has written.They DID not allow her to take a screenshot saying it'snot "allowed". My mom is distressed.
— Dolly Kikon (@DollyKikon) March 24, 2022
ସେ ଆହୁରି କହିଛନ୍ତି, କେହି ସାହାଯ୍ୟ କରନ୍ତୁ । ଗୌହାଟି ବିମାନବନ୍ଦରରେ ମୋ ଝିଆରି ଯିଏକି ମୋ ମାଆଙ୍କ ଯତ୍ନ ନେଇଛନ୍ତି ତାଙ୍କୁ ହଇରାଣ କରାଯାଉଛି । ଅଭିଯୋଗ ଫର୍ମକୁ ମଧ୍ୟ ସେମାନେ ଛଡାଇ ନେଇଛନ୍ତି । ଘଟଣାକୁ ନେଇ ମୋ ମାଆ ବହୁତ ଚିନ୍ତିତ ହୋଇ ପଡିଛନ୍ତି । ଏହା ଅତନ୍ତ ନିନ୍ଦନୀୟ ବୋଲି କହିଛନ୍ତି କିକୋନ । ତାଙ୍କ ଟ୍ବିଟ ଉପରେ ପ୍ରତିକ୍ରିୟା ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଘଟଣାକୁ ଗୁରୁତ୍ବ ଦେବେ ବୋଲି କହିଛନ୍ତି ।