ETV Bharat / bharat

Honeytrap: ପାକିସ୍ତାନୀ ମହିଳାଙ୍କ ହନିଟ୍ରାପରେ CISF ଯବାନ

ପାକିସ୍ତାନୀ ମହିଳାଙ୍କ ହନିଟ୍ରାପରେ CISF ଯବାନ । ଆନ୍ଧ୍ରରୁ ଆସିଲା ଘଟଣା । ସୋସିଆଲ ମିଡିଆରେ ସମ୍ପର୍କ ପରେ ଯବାନ ଜଣକ ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କିତ ତଥ୍ୟ ଦେଇଥବା ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : Aug 8, 2023, 10:51 PM IST

Honeytrap: ପାକିସ୍ତାନୀ ମହିଳାଙ୍କ ହନିଟ୍ରାପରେ CISF ଯବାନ
Honeytrap: ପାକିସ୍ତାନୀ ମହିଳାଙ୍କ ହନିଟ୍ରାପରେ CISF ଯବାନ

ଅମରାବତୀ: ପାକିସ୍ତାନୀ ମହିଳାଙ୍କ ଦ୍ବାରା ହନିଟ୍ରାପର ଶିକାର ହେଲେ CISF ଯବାନ । ଆନ୍ଧ୍ର ପ୍ରଦେଶ ବିଶାଖା ନଗରରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ସିଆଇଏସଫ ଯବାନ ପାକିସ୍ତାନୀ ମହିଳାଙ୍କ ସହ ସମ୍ପର୍କରେ ଥିବା ଜଣାପଡିବା ପରେ ସ୍ଥାନୀୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସ୍ଥାନୀୟ ପୋଲିସ କମିଶନର ତ୍ରିବିକ୍ରମଙ୍କ ନିର୍ଦ୍ଦେଶରେ ସମ୍ପୃକ୍ତ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳର ଏହି ଯବାନଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, ସିଆଇଏସ୍ଏଫରେ କନଷ୍ଟେବଳ ପାହ୍ୟାରେ କାର୍ଯ୍ୟ କରୁଥିବା ଜଣେ ଯବାନ ପାକିସ୍ତାନୀ ମହିଳାଙ୍କ ହନିଟ୍ରାପରେ ଫସି ଯାଇଥିବା ଜଣାପଡିଛି । ସେମାନେ ପରସ୍ପରକୁ ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିବା ପରେ କ୍ରମଶଃ ସମ୍ପର୍କ ଅଧିକ ଘନିଷ୍ଠ ହେବାକୁ ଲାଗିଲା । ଏହି ଯବାନ ଜଣଙ୍କ ସମ୍ପୃକ୍ତ ବିଦେଶୀ ମହିଳାଙ୍କୁ ପ୍ରତିରକ୍ଷା ଓ ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କିତ ଅନ୍ୟ ଗୁପ୍ତ ତଥ୍ୟ ପ୍ରଦାନ କରିଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି । ଏହି ଅଭିଯୋଗ ଆସିବା ପରେ ଜିଲ୍ଲା ପୋଲିସ ପ୍ରଶାସନ ସିଆଇଏସଏଫକୁ ଜଣାଇବା ସହ ତୁରନ୍ତ ଯବାନଙ୍କୁ ଜେପାଜତକୁ ନେଇଛି । ତାଙ୍କୁ ଜେରା କରାଯାଉ-ଛି । ସେ ବ୍ୟବହାର କରୁଥିବା ମୋବାଇଲ ଓ ଅନ୍ୟ ବୈଦ୍ୟୁତିକ ସାମଗ୍ରୀ ମଧ୍ୟ ଜବତ କରାଯାଇ ଫୋରେନସିକ ଲ୍ୟାବକୁ ପଠାଯାଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ :-ଅଜଣା କଲ ଓ ସୋସିଆଲ ମିଡିଆରୁ ଦୂରେଇ ରୁହ, ବୈଜ୍ଞାନିକଙ୍କୁ ଆଡଭାଇଜରୀ ଜାରି କଲା DRDO

ମେ’ 3 ତାରିଖରେ ଡିଆରଡିଓ ଲ୍ୟାବ ନିର୍ଦ୍ଦେଶକ ପ୍ରଦୀପ କୁରୁଲକର ଜଣେ ପାକିସ୍ତାନୀ ମହିଳାଙ୍କ ହନିଟ୍ରାପର ଶିକାର ହୋଇଥିବା ଜଣାପଡିବା ପରେ ଏଟିଏସ ଦ୍ବାରା ଗିରଫ ହୋଇଥିଲା । ଏବେ ସେ ଜେଲ୍‌ରେ ରହିଛନ୍ତି । ସେ ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ ସମ୍ପୃକ୍ତ ମହିଳାଙ୍କ ସହ ଯୋଗାଯୋଗରେ ଆସିବା ପରେ ସମ୍ପର୍କ ଆଗକୁ ବଢିଥିଲା । ଉଭୟ ବିଦେଶରେ ସାକ୍ଷାତ ମଧ୍ୟ କରିଥିଲେ । ପରେ ଭାରତୀୟ କ୍ଷେପଣାସ୍ତ୍ର ପ୍ରଣାଳୀ ସମ୍ପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସମ୍ପୃକ୍ତ ପାକିସ୍ତାନୀ ମହିଳା ବୈଜ୍ଞାନିକ କୁରୁଲକରଙ୍କ ମାଧ୍ୟମରେ ହାସଲ ମଧ୍ୟ କରିଥିଲେ । ଏହି ତଥ୍ୟ ପ୍ରଘଟ ହେବା ପରେ ସମଗ୍ର ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ସର୍ବୋଚ୍ଚ ପ୍ରତିରକ୍ଷା ଗବେଷଣା ସଂସ୍ଥାର ଜଣେ ଉଚ୍ଚପଦସ୍ତ ଅଧିକାରୀ ଏପରି ହନିଟ୍ରାପର ଶିକାର ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.