ETV Bharat / bharat

Inner Ring Road Scam: ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କୁ CID ନୋଟିସ୍‌

author img

By ETV Bharat Odisha Team

Published : Sep 30, 2023, 7:00 PM IST

ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କୁ ଅମରାବତୀ ଇନର-ରିଂ ରୋଡ ସ୍କାମ ମାମଲାରେ CIDର ନୋଟିସ୍‌ । ଗତକାଲି ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ । ଅଧିକ ପଢନ୍ତୁ

ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କୁ CID ର ନୋଟିସ୍‌

ଅମରାବତୀ: ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ଘୋଟାଲା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଗିରଫ ହୋଇ ଜେଲରେ ଥିବା ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କୁ ନୋଟିସ ଜାରି କରିଛି ତଦନ୍ତକାରୀ ସଂସ୍ଥା CID । ଲୋକେଶଙ୍କ ନାମରେ ଥିବା ଅମରାବତୀ ଇନର-ରିଂ ରୋଡ ଦୁର୍ନୀତି ମାମଲାରେ ଏହି ନୋଟିସ ଜାରି କରାଯାଇଛି । ଆଜି ଜାରି ନୋଟିସ ଅନୁସାରେ, ଲୋକେଶଙ୍କୁ ଆସନ୍ତାମାସ (ଅକ୍ଟୋବର) 4 ତାରିଖରେ ହାଜର ହୋଇ ଜେରାର ସମ୍ମୁଖୀନ ହେବା ପାଇଁ କୁହାଯାଇଛି । ଲୋକେଶ ଏବେ ଚନ୍ଦ୍ରବାବୁଙ୍କ ନେତୃତ୍ବାଧୀନ ଟିଡିପିର ଜାତୀୟ ସାଧାରଣ ସମ୍ପାଦକ ପଦରେ ରହିଛନ୍ତି ।

  • #WATCH | Andhra Pradesh Criminal Investigation Department (CID) officials serve notice to TDP National General Secretary Nara Lokesh in the Inner Ring Road case

    "We served notice. He responded, and he will attend on 4th (October)" says CID DCP pic.twitter.com/HeY8IDGwTh

    — ANI (@ANI) September 30, 2023 " class="align-text-top noRightClick twitterSection" data=" ">

ମାମଲାର ତଦନ୍ତ କରୁଥିବା CID DCP କହିଛନ୍ତି, ଆଜି ତାଙ୍କୁ ନୋଟିସ ଜାରି କରାଯାଇଛି । ଆସନ୍ତା 4 ତାରିଖରେ ସେ ସିଆଇଡି କାର୍ଯ୍ୟାଳୟରେ ହାଜର ହୋଇ ଜେରା ହେବେ । ଗତକାଲି (ଶୁକ୍ରବାର) ଏହି ମାମଲାରେ ଆଗୁଆ ଜାମିନ ପାଇଁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ହାଜର ହୋଇଥିଲେ ଲୋକେଶ । କୋର୍ଟ ତାଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିବା ପାଇଁ ମନା କରିବା ସହ ପୋଲିସଙ୍କୁ ମାମଲାର ତଦନ୍ତ ଆଗକୁ ବଢାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କୁ ସିଆରପିସି ଧାରା 41A ଅନୁସାରେ ଏକ ନୋଟିସ ଜାରି କରିବା ପାଇଁ ମଧ୍ୟ କୋର୍ଟ କହିଥିଲେ ।

ସିଆଇଡି ଅଭିଯୋଗ କରିଛି ଯେ ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀର ମାଷ୍ଟରପ୍ଲାନର ପରିକଳ୍ପନା ଅନ୍ତର୍ଗତ ରିଙ୍ଗ ରୋଡ୍ ଏବଂ ମୁଖ୍ୟ ସଡ଼କଗୁଡ଼ିକର ଆଲାଇନମେଣ୍ଟ ପ୍ରକଳ୍ପରେ ଏହି ଦୁର୍ନୀତି ହୋଇଥିଲା । 2014 ରୁ 2019 ମସିହା ମଧ୍ୟରେ ହୋଇଥିବା ଏହି ଦୁର୍ନୀତିରେ ଅନେକ ତତ୍କାଳୀନ ସରକାରୀ ଅଧିକାରୀଙ୍କର ମଧ୍ୟ ସମ୍ପୃକ୍ତି ଅଭିଯୋଗ ରହଛି । ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ତଥା ପାର୍ଟିର ସାଧାରଣ ସମ୍ପାଦକ ନାରା ଲୋକେଶଙ୍କ ନାମ ମଧ୍ୟ ରହିଥିଲା । ଲୋକେଶ ଗତକାଲି ଏହି ମାମଲାରେ ଆଗୁଆ ଜାମିନ ପାଇବାରେ ନିରାଶ ହେବା ପରେ ଆସନ୍ତା 4ତାରିଖରେ ତଦନ୍ତକାରୀ ସଂସ୍ଥା ଦ୍ବାରା ଜେରା ହେବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Skill development scam: ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲେ ଚନ୍ଦ୍ରବାବୁ ନାଇଡୁ

ପୂର୍ବରୁ ବାପା ଚନ୍ଦ୍ରବାବୁ ନାଇଡୁ ବହୁଚର୍ଚ୍ଚିତ ଦକ୍ଷତା ବିକାଶ ମାମଲାରେ ଗିରଫ ହୋଇ ଜେଲରେ ରହିଛନ୍ତି । ଚଳିତ 9 ତାରିଖରେ ଆନ୍ଧ୍ର ପ୍ରଦେଶ CID ଚନ୍ଦ୍ରବାବୁଙ୍କୁ ଗିରଫ କରିଥିଲା । ଏହି ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ୨୦୨୧ ମସିହାରେ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରାୟ 3 ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । 9 ତାରିଖ ସକାଳ ୬ଟାରେ ରାଜ୍ୟ ସିଆଇଡି ବିଭାଗର ଟିମ୍‌ ତାଙ୍କୁ ନନ୍ଦାୟାଲାରୁ ଗିରଫ କରିଥିଲା । ଏକାଧିକ ଥର ତଳ କୋର୍ଟ ଓ ହାଇକୋର୍ଟରେ ତାଙ୍କ ବେଲ ପିଟିସନ ଖାରଜ ହେବା ପରେ ଚନ୍ଦ୍ରବାବୁ ଏବେ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.