ETV Bharat / bharat

ଆନ୍ଧ୍ର ପୂର୍ବତନ ମନ୍ତ୍ରୀ ପି ନାରାୟଣଙ୍କୁ ଜାମିନ, ପ୍ରଶ୍ନପତ୍ର ଲିକ ମାମଲାରେ ହୋଇଥିଲେ ଗିରଫ - Andhrapradesh news

ହେପାଜତକୁ ଘଣ୍ଟାଏ ପୁରିଲାନି ମିଳିଗଲା ଜାମିନ । ଆନ୍ଧ୍ରପ୍ରଦେଶ ପୂର୍ବତନ ମନ୍ତ୍ରୀ ତଥା ନାରାୟଣ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତା ପି.ନାରାୟଣଙ୍କୁ ଜାମିନ ମିଳିଛି । ଅଧିକ ପଢନ୍ତୁ

ଆନ୍ଧ୍ର ପୂର୍ବତନ ମନ୍ତ୍ରୀ ନାରାୟଣଙ୍କୁ ଜାମିନ
ଆନ୍ଧ୍ର ପୂର୍ବତନ ମନ୍ତ୍ରୀ ନାରାୟଣଙ୍କୁ ଜାମିନ
author img

By

Published : May 11, 2022, 9:55 AM IST

ଅମରାବତୀ: ଗିରଫକୁ ମାତ୍ର କିଛି ଘଣ୍ଟା ପୁରିଲାନି ମିଳିଗଲା ଜାମିନ । ଆନ୍ଧ୍ରପ୍ରଦେଶ ପୂର୍ବତନ ମନ୍ତ୍ରୀ ତଥା ନାରାୟଣ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତା ପି. ନାରାୟଣଙ୍କୁ ଜାମିନ ମିଳିଛି । ଚିତ୍ତୋର ମାଜିଷ୍ଟ୍ରେଟ ସୁଲୋଚାନାରାନୀ ଜାମିନ ପ୍ରଦାନ କରିଛନ୍ତି ।

ମଙ୍ଗଳବାର ଚିତ୍ତୋର ଜିଲ୍ଲା ପୋଲିସ ନାରାୟଣଙ୍କୁ ଗିରଫ କରିଥିଲା । ଦଶମ ପ୍ରଶ୍ନପତ୍ର ଲିକ ମାମଲାରେ ବନ୍ଧା ହୋଇଥିଲେ ନାରାୟଣ । ଏହା ପରେ ତାଙ୍କୁ ଚିତ୍ତୋର ସରକାରୀ ଚିକିତ୍ସାଳୟରେ ପରୀକ୍ଷା ପାଇଁ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ମାତ୍ର କିଛି ଘଣ୍ଟା ପରେ ତାଙ୍କୁ ଜାମିନ ମିଳିଛି । ବିଚାରପତି ପୋଲିସର ଅଭିଯୋଗକୁ ଖାରଜ କରିଦେଇଛନ୍ତି । ନାରାୟଣଙ୍କ ଓକିଲ ପ୍ରମାଣ ଆଧାରରେ ଦର୍ଶାଇଛନ୍ତି ଯେ ସେ 2014 ରେ ନାରାୟଣ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ବିଚାରପତି ସେହି ଯୁକ୍ତିରେ ସହମତ ହୋଇଥିଲେ। ଏକ ଲକ୍ଷ ଟଙ୍କା ଲେଖାଏଁରେ ଦୁଇଜଣଙ୍କ ଜାମିନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ନାରାୟଣଙ୍କ ଓକିଲ କହିଛନ୍ତି ଶିକ୍ଷାନୁଷ୍ଠାନର ମୁଖ୍ୟ ହୋଇଥିବାରୁ ତାଙ୍କୁ ପୋଲିସ ଅଭିଯୁକ୍ତ ବୋଲି କହିଛି । ମାତ୍ର ସେ 2014ରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ଶିକ୍ଷାନୁଷ୍ଠାନଗୁଡ଼ିକ ସହିତ ନାରାୟଣଙ୍କର କୌଣସି ସମ୍ପର୍କ ନଥିବା କହିଛନ୍ତି ଓକିଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.