ETV Bharat / bharat

ବିହାର ରାଜନୀତିରେ ହେବ ବଡ ପରିବର୍ତ୍ତନ, ଏକାଠି ହେବେ ଚିରାଗ-ତେଜସ୍ବୀ !

author img

By

Published : Sep 8, 2021, 11:14 AM IST

ବିହାର ରାଜନୀତିରେ ହୋଇପାରେ ବଡ ପରିବର୍ତ୍ତନ । ଏକାଠି ହୋଇପାରନ୍ତି ଚିରାଗ-ତେଜସ୍ବୀ । ଅଧିକ ପଢନ୍ତୁ...

ବିହାର ରାଜନୀତିରେ ହେବ ବଡ ପରିବର୍ତ୍ତନ, ଏକାଠି ହେବେ ଚିରାଗ-ତେଜସ୍ବୀ

ପାଟନା: RJD ଆଡକୁ ଚିରାଗ ଢଳିବା ସଂକେତ ମିଳିଛି । ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ଭେଟିଛନ୍ତି ଏଲଜେପି ସାଂସଦ ଚିରାଗ ପାଶୱାନ । ସେପ୍ଟେମ୍ବର ୧୨ ତାରିଖକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ବିଲାସ ପାଶୱାନ ତଥା ଚିରାଗଙ୍କ ପିତାଙ୍କ ମୃତ୍ୟୁକୁ ଏକ ବର୍ଷ ପୂରଣ ହେବ । ଶ୍ରାଦ୍ଧ ବାର୍ଷିକୀ ପାଳନ ପାଇଁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଲୋକ ଜନଶକ୍ତି ପାର୍ଟି ସାଂସଦ ଚିରାଗ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀଙ୍କୁ ନିମନ୍ତ୍ରଣ ଦେଇଥିବା ସୂତ୍ରରୁ ଜଣାପଡିଛି ।

ବିହାର ନିର୍ବାଚନ ପରେ ପ୍ରଥମ ଥର ପାଇଁ ଚିରାଗ ପାସୱାନ ଏବଂ ତେଜସ୍ବୀ ଯାଦବ ପ୍ରଥମ ଥର ପାଇଁ ସାକ୍ଷାତ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମ ରାଜନୈତିକ ପ୍ରସଙ୍ଗରେ ମହତ୍ତ୍ବପୂର୍ଣ୍ଣ ହେବ । କାରଣ ପିତାଙ୍କ ଉତ୍ତରାଧିକାରୀ ଭାବରେ ଚିରାଗ ତାଙ୍କ ଦାଦା ପଶୁପତି କୁମାର ପାରଶଙ୍କ ସହିତ ବିବାଦରେ ଅଛନ୍ତି ।

୨୦୦୦ ମସିହାରେ ଲୋକ ଜନଶକ୍ତି ପାର୍ଟି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ବିଲାସ ପାଶୱାନଙ୍କ ଦ୍ବାରା ଗଠନ ହୋଇଥିଲା । ବିହାର ରାଜନୀତିରେ ପାଶୱାନ ଜଣେ ହେବିୱେଟ ନେତା ଥିଲେ । ୨୦୨୦ ଅକ୍ଟୋବରରେ ରାମ ବିଲାସ ପାଶୱାନଙ୍କ ଦେହାନ୍ତ ପରେ ତାଙ୍କ ସାନଭାଇ ପଶୁପତି କୁମାର ପାରଶ ଓ ପାଞ୍ଚଜଣ ସାଂସଦ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ଚିରାଗ ପାସୱାନଙ୍କୁ ଦଳର ମୁଖ୍ୟ ପଦରୁ ହଟାଇବାକୁ ଏକ ଚିଠି ପ୍ରଦାନ କରିଥିଲେ । ବାଚସ୍ପତି ଏହାକୁ ଗ୍ରହଣ କରିଥିଲେ । ପାରଶଙ୍କୁ ଲୋକସଭା ଏଲଜେପି ନେତା ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ଚିରାଗ ପାଶୱାନ ଏବଂ ତେଜସ୍ବୀ ଯାଦବ ଏକାଠି ହୋଇ ଏକ ମିଳିତ ଦଳ ଗଠନ କରନ୍ତୁ । ଏହା ପୂର୍ବରୁ ବିରୋଧୀ ଦଳଙ୍କ ସହ ହାତ ମିଳାଇବା ପାଇଁ ତେଜସ୍ବୀ ଯାଦବ ଚିରାଗଙ୍କୁ ମଧ୍ୟ ଭାଇ ବୋଲି ଡାକିଥିଲେ । ଚିରାଗ ମଧ୍ୟ ତେଜସ୍ବୀଙ୍କୁ ଅନେକ କାର୍ଯ୍ୟକ୍ରମରେ ତାଙ୍କ ସାନ ଭାଇ ବୋଲି କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.