ETV Bharat / bharat

ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ସ୍ଥାନରେ ଲଢୁଆ ବିମାନ ଉଡାଉଛି ଚୀନ: ଭାରତ ସତର୍କ

ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟବର୍ତ୍ତୀ ସ୍ଥାନରେ ଲଢୁଆ ବିମାନ ଉଡାଇ ଭାରତୀୟ ସେନାକୁ ଉତ୍ତେଜିତ କରିବା ପାଇଁ ଚୀନର କ୍ରମାଗତ ପ୍ରାୟସ । ସ୍ଥିତି ଉପରେ ନଜର ରଖିଛି ଭାରତୀୟ ବାୟୁସେନା । ଅଧିକ ପଢନ୍ତୁ

ପୂର୍ବ ଲଦାଖ କ୍ଷେତ୍ରରେ ଲଢୁଆ ବିମାନ ଉଡାଇ ଭାରତୀୟ ସେନାକୁ ଉତ୍ତେଜିତ କରିବା ପାଇଁ ଚୀନର ଉଦ୍ୟମ

author img

By

Published : Jul 24, 2022, 5:23 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଦୁଇ ସେନା ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ସାମରିକ ସ୍ତରରେ କୂଟନୈତିକ ଆଲୋଚନା ଜାରି ରହିଥିବା ବେଳେ, ଅନ୍ୟପଟେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ଜାରି ରଖିଛି ଚୀନ । ବିବାଦୀୟ ପୂର୍ବ-ଲଦାଖ କ୍ଷେତ୍ରରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟବର୍ତ୍ତୀ ଅଞ୍ଚଳରେ କ୍ରମାଗତ ନିଜ ଲଢୁଆ ବିମାନ ଉଡାଇ ଭାରତୀୟ ସେନାକୁ ଉତ୍ତେଜିତ କରିବାର ନିରନ୍ତର ଉଦ୍ୟମ କରି ଚାଲିଛି ଡ୍ରାଗନ ସେନା ।

ଗତ 3 ରୁ 4ସପ୍ତାହ ମଧ୍ୟରେ ଅନେକ ଥର ଚୀନର ଏକାଧିକ ଲଢୁଆ ବିମାନ LAC ନିକଟବର୍ତ୍ତୀ ଅଞ୍ଚଳରେ ପଇଁତରା ମାରୁଥିବା ଦେଖିବାକୁ ମିଳିଲାଣି । ଭାରତୀୟ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି ଉପରେ ନଜର ରଖିବା ସହ ନିଜ ଶକ୍ତି ପ୍ରଦର୍ଶନ କରି ଭାରତୀୟ ସେନାକୁ ଉତ୍ତେଜିତ କରିବା ପରି ରଣନୀତି କରୁଛି ଚୀନ । ତେବେ ଭାରତୀୟ ବାୟୁସେନା ମଧ୍ୟ ଚୀନର ବାୟୁ ଗତିବିଧି ନେଇ ସର୍ଭିଲାନ୍ସ ବଢାଇଛି । ଚୀନର ଏହା ଏକ ପ୍ରୋପାଗଣ୍ଡା ହୋଇଥିବାରୁ ଭାରତୀୟ ସେନା ଏଥିରେ ଉତ୍ତେଜିତ ନହୋଇ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ଆବଶ୍ୟକ ସ୍ଥଳେ ଉଚିତ ପଦକ୍ଷପ ଗ୍ରହଣ କରିବା ନେଇ ବାୟୁସେନା କହିଛି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚୀନ ବାୟୂସେନାର ଲଢୁଆ ବିମାନ ଜେ-11 ସମେତ ଅନ୍ୟ କିଛି ଯୁଦ୍ଧ ବିମାନଗୁଡ଼ିକ ପ୍ରକୃତ ନିୟନ୍ତ୍ରଣ ରେଖାର ଅତି ନିକଟବର୍ତ୍ତୀ ସ୍ଥାନରେ ଉଡାଣ ଭରିବାରେ ଲାଗିଛନ୍ତି । ଅନ୍ୟ ଏକ କୂଟନୈତିକ କାରଣରୁ ପ୍ରକୃତ ନିୟନ୍ତ୍ରଣ ରେଖାର ପ୍ରାୟ 10 କି.ମି ଉଭୟ ପାର୍ଶ୍ବକୁ କନ୍ଫିଡେନ୍ସ ବିଲ୍ଡିଂ ମେଜର Confidence Building Measure (CBM) ଏରିଆ ଭାବେ ମଧ୍ୟ ଘୋଷଣା କରାଯାଇଛି । ଏହି ସମ୍ବେଦନଶୀଳ ସ୍ଥାନରେ ଚୀନ ବାରମ୍ବାର ଯୁଦ୍ଧ ବିମାନ ଉଡାଇ ପ୍ରତିପକ୍ଷକୁ ଉତ୍ତେଜିତ କରିବା ପାଇଁ ଚେଷ୍ଟା କରିବା CBM ସର୍ତ୍ତାବଳୀର ଉଲ୍ଲଙ୍ଘନ ବୋଲି ଭାରତ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.