ଇଟାନଗର: ପୁଣି ମନମାନି ଚଳାଇଛି ଚୀନ । ଦାଦାଗିରି ଦେଖାଉଛି ଚୀନ । ଭାରତର ଅରୁଣାଚଳ ପ୍ରଦେଶକୁ ନିଜର କହି ଆସୁଥିବା ଚୀନ ପୁଣି ନୂଆ ପ୍ଲାନ କରିଛି । ମନଇଚ୍ଛା ଜୋର ଜବରଦସ୍ତ ଅରୁଣାଚଳ ପ୍ରଦେଶର 11ଟି ସ୍ଥାନର ନାମ ବଦଳାଇ ଦେଇଛି । ଅରୁଣାଚଳର 11ଟି ଅଞ୍ଚଳକୁ ନୂଆ ନାମକରଣ କରିଛି । ଏହି ଅଞ୍ଚଳ ଗୁଡିକୁ ଦକ୍ଷିଣ ତିବ୍ଦତର ଅଂଶ ବିଶେଷ ବୋଲି ଦାବି କରିଛି ଚୀନ । ୟୁକ୍ରେନ ଋଷ ଯୁଦ୍ଧ ଚାଲିଥିବା ବେଳେ ଚୀନ ଭାରତକୁ ଉସକାଉ ଥବା ଅନୁମାନ କରାଯାଉଛି ।
-
Our response to media queries regarding the renaming of places in Arunachal Pradesh by China:https://t.co/JcMQoaTzK6 pic.twitter.com/CKBzK36H1K
— Arindam Bagchi (@MEAIndia) April 4, 2023 " class="align-text-top noRightClick twitterSection" data="
">Our response to media queries regarding the renaming of places in Arunachal Pradesh by China:https://t.co/JcMQoaTzK6 pic.twitter.com/CKBzK36H1K
— Arindam Bagchi (@MEAIndia) April 4, 2023Our response to media queries regarding the renaming of places in Arunachal Pradesh by China:https://t.co/JcMQoaTzK6 pic.twitter.com/CKBzK36H1K
— Arindam Bagchi (@MEAIndia) April 4, 2023
ଚୀନର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁସାରେ, ଅରୁଣାଚଳ ପ୍ରଦେଶର 11ଟି ସ୍ଥାନର ନାଁ ପରିବର୍ତ୍ତନ ହୋଇଥିବା ତଥ୍ୟ ରହିଛି । ଚାଇନିଜ, ତିବେତ ଓ ପିନୟିନ ଅନୁସାରେ ନାମ ପରିବର୍ତ୍ତନ କରାଯାଇଛି । ତାଲିକା ଅନୁସାରେ ଅରୁଣାଚଳ ପ୍ରଦେଶର 2ଟି ଜମି, ଦୁଇଟି ଆବାସିକ ଅଞ୍ଚଳ, 5ଟି ପାହାଡ ଓ 2ଟି ନଦୀର ନାଁ ବଦଳାଇଛି ଚୀନ । ଏନେଇ ବୈଦେଶିକ ମୁଖପାତ୍ର ଅରବିନ୍ଦ ବାଗଚୀ କହିଛନ୍ତି,'' ଚୀନ ପ୍ରଥମ ଥର ପାଇଁ ଏପରି କରୁନାହିଁ । ପୂର୍ବପରି ଚୀନର ଏହି କାର୍ଯ୍ୟକୁ ଆମେ ନିନ୍ଦା କରୁଛି । ଅରୁଣାଚଳ ଭାରତର ଅବିଚ୍ଛେଦ ଅଙ୍ଗ । ଏହା ଭାରତର ସବୁବେଳେ ରହିବ । ନାମ ବଦଳାଇ ଦେଲେ ସତ୍ୟ କେବେ ବଦଳିବ ନାହିଁ ।''
ଏହା ବି ପଢନ୍ତୁ...No Plastic Campaign: ଦେଶର ଏମିତି ଏକ ଗାଁ, ପ୍ଲାଷ୍ଟିକ ଦେଲେ ମିଳୁଛି ସୁନା
ଏହା ବି ପଢନ୍ତୁ...NCERT ପାଠ୍ୟକ୍ରମରୁ ବାଦ ପଡିଲା ମୋଗଲ ସମ୍ରାଜ୍ୟ ଅଧ୍ୟାୟ
ଚୀନ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟ କରିନାହିଁ । ପୂର୍ବରୁ 2 ଥର ଭାରତର କିଛି ଅଂଶକୁ ନିଜର ଦର୍ଶାଇବାକୁ ଚେଷ୍ଟା କରିଥିଲା । 2017ରେ 6ଟି ଓ 2021ରେ 15ଟି ଅରୁଣାଚଳ ପ୍ରଦେଶର ସ୍ଥାନକୁ ନିଜର କହି ଜୋର ଜବରଦସ୍ତ ନାଁ ବଦଳାଇଥିଲା ଯାହାକୁ ଭାରତ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । କେବଳ ନାମକରଣକୁ କରିଦେଲେ ସ୍ଥିତି ବଦଳିବ ନାହିଁ ବୋଲି ଭାରତ ସରକାର କଡା ଜବାବ ଦେଇଛନ୍ତି । ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ ଅଂଶ ହୋଇ ରହିଛି ରହିବ ବୋଲି ଜବାବ ଦେଇଛନ୍ତି ଭାରତ ସରକାର ।
ଚୀନର ଏହି କାର୍ଯ୍ୟକୁ କେବେ ଗ୍ରହଣ କରାଯିବା ନାହିଁ । ଭାରତ ଏହାର କଡା ଜବାବ ଦେବ । ଭାରତକୁ ଯେସାକୁ ତେସା କରିବାକୁ ପଡିବ । ଚୀନକୁ ଚେତାବନୀ ଦେବାକୁ ଭାରତ କଡା ଆଭିମୁଖ୍ୟ ଗ୍ରହଣ କରିବା ଦରକାର । ଗତବର୍ଷ ଡିସେମ୍ବର 9 ତାରିଖରେ ଭାରତ ସୀମାକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ଏହାକୁ ଭାରତୀୟ ସେନା ବିଫଳ କରିଥିଲେ ।