ETV Bharat / bharat

ଚନ୍ଦ୍ରରେ 652.62 ମିଟର ଦୂରତା ଯାତ୍ରା କଲା ଚୀନର ଲୁନାର ରୋଭର

author img

By

Published : Feb 20, 2021, 5:30 PM IST

ପୃଥିବୀର ବିପରୀତ ପାର୍ଶ୍ବରେ ଥିବା ଚନ୍ଦ୍ର ପଥରେ ଚୀନର ମହାକାଶଯାନ ଚାଙ୍ଗ'ଇ-4ର ରୋଭର 652.62 ମିଟର ଦୂରତା ଯାତ୍ରା କରିଛି । ଅଧିକ ପଢନ୍ତୁ...

ଚନ୍ଦ୍ରରେ 652.62 ମିଟର ଦୂରତା ଯାତ୍ରା କଲା ଚୀନର ରୋଭର

ବେଜିଂ: ଚୀନର ଚନ୍ଦ୍ର ଅନୁସନ୍ଧାନ କାର୍ଯ୍ୟକ୍ରମର ରୋବୋଟିକ୍ ମହାକାଶଯାନ ଚାଙ୍ଗ'ଇ-4 ଚନ୍ଦ୍ରର 652.62 ମିଟର ଦୂରତା ଯାତ୍ରା କରିଛି । ଗତ 27 ଦିନ ଲୁନାର ଡେ'ରେ ସକ୍ରିୟ ଭାବେ କାର୍ଯ୍ୟ କରିଥିଲେ ମଧ୍ୟ ଲୁନାର ରାତିରେ ଏହା ସାମାନ୍ୟ ନିଷ୍କ୍ରିୟ ହୋଇଥିବା ଚୀନର ଜାତୀୟ ମହାକାଶ ପ୍ରଶାସନର ଚନ୍ଦ୍ର ଅନୁସନ୍ଧାନ ଏବଂ ମହାକାଶ କାର୍ଯ୍ୟକ୍ରମ କେନ୍ଦ୍ର ସୂଚନା ଦେଇଛି ।

2008 ମସିହା ଡିସେମ୍ବର 8ତାରିଖରେ ଆରମ୍ଭ ହୋଇଥିବା ଚାଙ୍ଗ'ଇ-4 ମହାକାଶଯାନ 2019 ମସିହା ଜାନୁୟାରୀ 3 ତାରିଖରେ ଚନ୍ଦ୍ରପୃଷ୍ଠରେ ପ୍ରଥମ ଥର ପାଇଁ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ଏହି ରୋବିୋଟିକ୍‌ ମହାକାଶ ଯାନର ଲ୍ୟାଣ୍ଡର ଶୁକ୍ରବାର ଅପରାହ୍ନ ପ୍ରାୟ 1ଟା 30 ମିନିଟରେ ସାମାନ୍ୟ ନିଷ୍କ୍ରିୟ ହୋଇଯାଥିବା ବେଳେ ରୋଭର ୟୁତୁ-2 ଶୁକ୍ରବାର ବିଳମ୍ବିତ ରାତ୍ରି ପ୍ରାୟ 1ଟା 48 ମିନିଟରେ ନିଷ୍କ୍ରିୟ ହୋଇଥିବା କେନ୍ଦ୍ର ସୂଚନା ଦେଇଛି ।

ତେବେ ଲୁନାର ରାତିରେ ସୌରଶକ୍ତି ଅଭାବରୁ ଏହା ନିଷ୍କ୍ରିୟ ସ୍ତରକୁ ଚାଲିଯାଇଥିବା ଜଣାପଡିଛି । ଶନିବାର ପର୍ଯ୍ୟନ୍ତ ଶନିବାର ପର୍ଯ୍ୟନ୍ତ ଏହି ଯାନ ଚନ୍ଦ୍ରରେ 778 ପୃଥିବୀ ଦିନ ରହିଥିବା ବେଳେ ରୋଭରଟି ଚନ୍ଦ୍ରର 652. 62 ମିଟର ଦୂରତା ଗତି କରିଛି । ଗୋଟିଏ ଲୁନାର ରାତି ଓ ଲୁନାର ଦିନ ଉଭୟ ପୃଥିବୀରେ 14 ଦିନ ଲେଖାଏଁ ଧରି ଅନୁଭୂତ ହୋଇଥାଏ ।

ରୋଭର ଭଲ ସ୍ଥିତିରେ ରହିଥିବା ବେଳେ ସମସ୍ତ କାର୍ଯ୍ୟ ସଠିକ ଭାବରେ ଚାଲୁଥିବା କେନ୍ଦ୍ର କହିଛି । ରୋଭର ୟୁତୁ-2 ଏହାର ତିନି ମାସର ଡିଜାଇନ୍ ଜୀବନକାଳଠାରୁ ଅଧିକ ଦିନ ଧରି କାର୍ଯ୍ୟ କରିଛି, ଯାହାକି ଚନ୍ଦ୍ରରେ ସବୁଠାରୁ ଅଧିକ ଦିନ ଧରି କାର୍ଯ୍ୟ କରିଥିବା ଲୁନାର ରୋଭର ଭାବେ ରେକର୍ଡ ସୃଷ୍ଟି କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.