ETV Bharat / bharat

Eastern Ladakhରେ କୌଣସି ସଂଘର୍ଷ ହୋଇନାହିଁ: ଭାରତୀୟ ସେନା - ଭାରତ-ଚୀନ ସେନା

ପୂର୍ବ ଲଦାଖରେ କୌଣସି ସଂଘର୍ଷ ହୋଇନାହିଁ । ମାତୃଭୂମିର ସୁରକ୍ଷା ପାଇଁ ସେନା ବୀର ଦର୍ପରେ ସୀମାରେ ଛିଡା ହୋଇଛି । ଅଧିକ ପଢନ୍ତୁ ...

Eastern Ladakh
Eastern Ladakh
author img

By

Published : Jul 14, 2021, 12:33 PM IST

ନୂଆଦିଲ୍ଲୀ: ଗତ 2 ଦିନ ଧରି ପୂର୍ବ ଲଦାଖରେ ପୁଣି ଥରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ଖବରକୁ ଖଣ୍ଡନ କରିଛି ସେନା । ସେନା ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ହେଉଥିବା ଚର୍ଚ୍ଚାର କୌଣସି ଆଧାର ନାହିଁ । ସେଭଳି କୌଣସି ଘଟଣା ଘଟିନାହିଁ ।

ଗତ 2 ଦିନ ଧରି କିଛି ଗଣମାଧ୍ୟମରେ ଖବର ଆସିଥିଲା କି ପୂର୍ବ ଲଦାଖରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଉଭୟ ଭାରତ-ଚୀନ ସେନା । ସେନା ଏହି ଖବରକୁ ଖଣ୍ଡନ କରିବା ସହ କୌଣସି ସତ୍ୟାସତ୍ୟ ନଥିବା କହିଛି । ସେନା ପକ୍ଷରୁ ଆହୁରି କୁହାଯାଇଛି ଯେ ଗତ ଫେବୃଆରୀରେ ଶେଷ ଥର ପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା କରି ସମସ୍ତ ସମସ୍ୟାର ସମାଧାନ କରାଯିବ । ଫେବୃଆରୀ ପରଠାରୁ କେହି କାହାର ସୀମାକୁ ପ୍ରବେଶ କରିନାହାଁନ୍ତି ।

ସେନା କହିଛି ଆଲୋଚନା କରି ସମସ୍ତ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । କୌଣସି ସଂଘର୍ଷ ହୋଇନାହିଁ । ମାତୃଭୂମିର ସୁରକ୍ଷା ପାଇଁ ସେନା ବୀର ଦର୍ପରେ ସୀମାରେ ଛିଡା ହୋଇଛି । କୌଣସି ବାହ୍ୟ ଶତ୍ରୁର ପ୍ରବେଶ ହୋଇନାହିଁ । ଏହାବାଦ ଚୀନ ସେନାର ଗତିବିଧି ଉପରେ ମଧ୍ୟ ନଜର ଥିବା ସେନା କହିଛି ।

ସୂଚନାଯୋଗ୍ୟ ଯେ ପୂର୍ବ ଲଦାଖରେ ପୁଣି ଥରେ ଚୀନ ସେନା ପ୍ରବେଶ କରିଛି । ଏହାସହ ଭାରତୀୟ ସେନାଙ୍କ ସହ ସଂଘର୍ଷ ଘଟିଥିବା ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ସେହି ଖବରକୁ ଉକ୍ତି କରି ସେନା ସୀମାର ସ୍ଥିତି ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.