ETV Bharat / bharat

ଚୀନ୍-ପାକ ଅର୍ଥନୈତିକ କରିଡର ପାଇଁ ଆର୍ଥିକ ସହାୟତା ଦେଇନି ଚୀନ - ଚୀନ ପାକ ସମ୍ପର୍କ

ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)ର କୌଣସି ପ୍ରକଳ୍ପର ଭିତ୍ତିଭୁମି ନିର୍ମାଣ ପାଇଁ ଚୀନ ଏପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିନାହିଁ । ସ୍ପଷ୍ଟ କଲା ପାକିସ୍ତାନ । ଅଧିକ ପଢନ୍ତୁ...

ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର ପାଇଁ ଆର୍ଥିକ ସହାୟତା ଦେଇନି ଚୀନ

author img

By

Published : Feb 16, 2021, 9:25 PM IST

ଇସଲାମାବାଦ: ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)ର କୌଣସି ପ୍ରକଳ୍ପର ଭିତ୍ତିଭୁମି ନିର୍ମାଣ ପାଇଁ ଚୀନ ଏପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିନାହିଁ । ପ୍ରକଳ୍ପ ପାଇଁ ପାକ ସରକାରଙ୍କ ଦ୍ବାରା ଗଠିତ ସିନେଟ ସ୍ବତନ୍ତ୍ର କମିଟି ଏହି ସୂଚନା ଦେଇଥିବା ଜଣାପଡିଛି ।

ଗଣମାଧ୍ୟମ ସଂସ୍ଥା ଦି ଏକ୍ସପ୍ରେସ ଟ୍ରିବ୍ୟୁନର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଯୋଜନା ମନ୍ତ୍ରଣାଳୟର ପରିବହନ ଯୋଜନା ମୁଖ୍ୟ ସିନେଟର ସିକନ୍ଦର ମାଣ୍ଡ୍ରୋ ଏହି ସୂଚନା ଦେଇଥିବା ଜଣାପଡିଛି । ସିକନ୍ଦର ମାଣ୍ଡ୍ରୋ କହିଛନ୍ତି କହିଛନ୍ତି ଯେ ସିପିଇସି ଆର୍ଥିକ ଅନୁଦାନ ନ ଥିବାରୁ ଖୁଜଦାର-ବାସିମା ପ୍ରକଳ୍ପ ସମେତ କିଛି ପ୍ରକଳ୍ପ ଫେଡେରାଲ୍ ବିକାଶ ପାଣ୍ଠିରୁ ଚାଲିଛି ।ଏହି କମିଟିର ଅନ୍ୟ ଜଣେ ସଦସ୍ୟ ସିନେଟର କବୀର ଅହମ୍ମଦ ଶାହି ସୂଚନା ଦେଇଛନ୍ତି ଯେ କେବଳ ସିପିଇସିରେ କାଗଜପତ୍ର ଚାଲିଛି। ଦୁଇ ଦେଶ ମଧ୍ୟରେ କୌଣସି ଆର୍ଥିକ ଅନୁଦାନର ସବଭାଗିତା ନଥିବା ସେ କହିଛନ୍ତି ।

2015 ରେ ଚୀନ୍ 46 ବିଲିୟନ ଡ଼ଲାର ମୂଲ୍ୟର ପାକିସ୍ତାନରେ ଏକ ଅର୍ଥନୈତିକ ପ୍ରକଳ୍ପ ପ୍ରତିଷ୍ଠା କିରିବା ପାଇଁ ଦୁଇ ଦେଶ ମଧ୍ୟରେ ରାଜିନାମା ସ୍ବାକ୍ଷର ହୋଇଥିଲା । ଆମେରିକା ଏବଂ ଭାରତର ପ୍ରଭାବକୁ ପ୍ରତିହତ କରିବା ପାଇଁ ବେଜିଂ ପାକିସ୍ତାନ ମଧ୍ୟରେ ଏହି ଚୁକ୍ତି ହୋଇଥିଲା । ଏହି ପ୍ରକଳ୍ପ ମାଧ୍ୟରେ ମଧ୍ୟ ଏବଂ ଦକ୍ଷିଣ ଏସିଆରେ ଏହାର ପ୍ରଭାବ ବିସ୍ତାର କରିବାକୁ ଲକ୍ଷ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.