ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି କ୍ବାଡ ବୈଠକ । ଏଥିରେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ, ଜାପାନୀ ସମୀକ୍ଷକ ଯୋଶିମାସା ହୟାସୀ ଓ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ୱୋଙ୍ଗ ଯୋଗ ଦେଇଥିବା ବେଳେ ଏହି ବୈଠକକୁ ନେଇ ବିଚଳିତ ହୋଇପଡ଼ିଛି ଚୀନ । ଏହି ବୈଠକରେ ଶାନ୍ତି ଓ ବିକାଶ ସହ ଆପୋଷ ବୁଝାମଣା ଏବଂ ଆଞ୍ଚଳିକ ସ୍ଥିରତା ଉପରେ ଆଲୋଚନା ହେଉ ବୋଲି କହିଛି ଚୀନ ।
-
अपने क्वाड समकक्षों @SenatorWong, योशिमासा हयाशी और @SecBlinken से वार्ता करके दिन की शुरुआत की।
— Dr. S. Jaishankar (@DrSJaishankar) March 3, 2023 " class="align-text-top noRightClick twitterSection" data="
पुनः पुष्टि की कि क्वाड एक समावेशी, लचनशील, मुक्त और खुले इंडो-पैसिफिक के पक्ष में है, नाकि विपक्ष में। https://t.co/SewkkGeM5d
">अपने क्वाड समकक्षों @SenatorWong, योशिमासा हयाशी और @SecBlinken से वार्ता करके दिन की शुरुआत की।
— Dr. S. Jaishankar (@DrSJaishankar) March 3, 2023
पुनः पुष्टि की कि क्वाड एक समावेशी, लचनशील, मुक्त और खुले इंडो-पैसिफिक के पक्ष में है, नाकि विपक्ष में। https://t.co/SewkkGeM5dअपने क्वाड समकक्षों @SenatorWong, योशिमासा हयाशी और @SecBlinken से वार्ता करके दिन की शुरुआत की।
— Dr. S. Jaishankar (@DrSJaishankar) March 3, 2023
पुनः पुष्टि की कि क्वाड एक समावेशी, लचनशील, मुक्त और खुले इंडो-पैसिफिक के पक्ष में है, नाकि विपक्ष में। https://t.co/SewkkGeM5d
ଏହି ବୈଠକରେ ଇଣ୍ଡୋ-ପାସିଫିକ ସମ୍ପର୍କରେ ଆଲୋଚନା ହୋଇଛି । ଏହି ଅଞ୍ଚଳ ଉପରେ ଚୀନର ଜୋରଜବରଦସ୍ତ କବଜା ଉପରେ ମଧ୍ୟ ଆଲୋଚନା ହୋଇଥିଲା, ଯାହାକି ଏବେ ସାରା ବିଶ୍ବରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ଉପରେ ୪ ରାଷ୍ଟ୍ର ସମୂହଙ୍କ ପକ୍ଷରୁ ଏକ ମିଳିତି ବିବୃତ୍ତି ଜାରି ହୋଇଥିଲା । ଏକ ମୁକ୍ତ ଏବଂ ଖୋଲା ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରର ପ୍ରତିବଦ୍ଧତା ଲାଗି ୪ ରାଷ୍ଟ୍ର ନିଜ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଏହାସହ ଆଇନ, ସାର୍ବଭୌମତ୍ବ, ଆଞ୍ଚଳିକ ଅଖଣ୍ଡତା ଏବଂ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଆଦିକୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି କହିଛନ୍ତି ୪ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ।
ଏହା ବି ପଢନ୍ତୁ- AP Horror: ୧୧ବର୍ଷ ଧରି ବନ୍ଦ କୋଠରୀରେ ମହିଳା, ସ୍ବାମୀ ରଖିଥିଲେ ବନ୍ଦୀ
ଏହି ବୈଠକ ଉପରେ ପ୍ରତିକ୍ରିୟା ରଖିଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ମାଓ ନିଙ୍ଗ । ଏହି ବୈଠକ ଶାନ୍ତି ଓ ବିକାଶ ଉପରେ ଆଧାରିତ ହେଉ ବୋଲି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । କ୍ବାଡ ବୈଠକରେ ଯୋଗ ଦେଇଥିବା ରାଷ୍ଟ୍ରଗୁଡ଼ିକ ଆଞ୍ଚଳିକ ଆପୋଷ ବୁଝାମଣା, ଶାନ୍ତି ଓ ଆଞ୍ଚଳିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକରୁ ଅଧିକ ସହଯୋଗ କରିବା ଉଚିତ ବୋଲି ସେ କହିଛନ୍ତି । ବୈଠକରେ ୪ ରାଷ୍ଟ୍ର ଇଣ୍ଡୋ-ପାସିଫିକ ମଧ୍ୟରେ ବାଣିଜ୍ୟିକ କାରବାର ଉପରେ ମଧ୍ୟ ଆଲୋଚନା କରିବା ସହ ଏହାକୁ ସମୀକ୍ଷା କରିଥିଲେ ।
ଗତ ୨୦୧୭ ନଭେମ୍ବର ମାସରେ ଭାରତ, ଜାପାନ, ଆମେରିକା ଓ ଅଷ୍ଟ୍ରେଲିଆ ଇଣ୍ଡୋ-ପାସିଫିକକୁ ନେଇ ଥିବା ଦୀର୍ଘକାଳୀନ ପ୍ରସ୍ତାବ ଉପରେ ଆଲୋଚନା କରି ଏହାକୁ ଏକ ନୂଆ ରୂପ ଦେଇଥିଲେ । ଏଥିରେ ଇଣ୍ଡୋ-ପାସିଫିକ ମଧ୍ୟରେ ଜଟିଳ ସମୁଦ୍ର ମାର୍ଗରେ କିପରି ସହଜରେ ବାଣିଜ୍ୟ କାରବାର ହୋଇପାରିବ ତାହା ଉପରେ ଆଲୋଚନା ହୋଇଥିଲା । ଏଥିଲାଗି ବୈଠକରେ ନୂଆ ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇଥିଲା । ଗତ ୨୦୨୧ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ବାରା କ୍ବାଡ୍ର ପ୍ରଥମ ଭର୍ଚ୍ଚୁଆଲ ଫର୍ମାଟ ଆରମ୍ଭ ହୋଇଥିଲା । ତେବେ ଇଣ୍ଡୋ-ପାସିଫିକ ଅଞ୍ଚଳରେ କିପରି ଆଇନ, ସାର୍ବଭୌମତ୍ବ, ଆଞ୍ଚଳିକ ଅଖଣ୍ଡତା, ଗଣତାନ୍ତ୍ରିକ ନିୟମକୁ ବଜାୟ ରଖିହେବ ସେଥିଲାଗି ଆହ୍ବାନ ଦେଇଥିଲେ । ଯାହାକି ପରୋକ୍ଷରେ ଚୀନ ପାଇଁ ଏକ ବାର୍ତ୍ତା ରହିଥିଲା ।
ସୂଚନା ଥାଉ କି ବର୍ଷବର୍ଷ ଧରି ଏହି ଅଞ୍ଚଳ ଉପରେ ନିଜ ଦବଦବା ବଢାଇବାରେ ଲାଗିଛି ଚୀନ । ଦକ୍ଷିଣ ଚୀନ ସାଗରର ପ୍ରାୟ ୧.୩ ନିୟୁତ ବର୍ଗ ମାଇଲ ଏହାର ସାର୍ବଭୌମତ୍ବ ଅଞ୍ଚଳ ବୋଲି ଦାବି କରି ଆସୁଛି ବେଜିଂ । ଏହି ଅଞ୍ଚଳରେ କୃତ୍ରିମ ଦ୍ବୀପପୁଞ୍ଜ ଉପରେ ଚୀନ ସାମରିକ ବେସ ନିର୍ମାଣ କରୁଥିବା ନେଇ ବ୍ରୁନେଇ, ମାଲେସିଆ, ଫିଲିପାଇନ୍ସ, ତାଇୱାନ ଏବଂ ଭିଏତନାମ ଦେଶଗୁଡିକ ମଧ୍ୟ ଅଭିଯୋଗ କରିଛନ୍ତି ।