ETV Bharat / bharat

ଅରୁଣାଚଳ ପ୍ରଦେଶକୁ ନିଜର କହିଲା ଚୀନ, ଉପରାଷ୍ଟ୍ରପତିଙ୍କ ଗସ୍ତକୁ ବିରୋଧ - ଉପରାଷ୍ଟ୍ରପତିଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ବିରୋଧ

ଅରୁଣାଚଳ ପ୍ରଦେଶ ଚୀନର ଏକ ଅଂଶବିଶେଷ ବୋଲି ଦାବି କଲା ଚୀନ । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ଉପରେ ଉଠାଇଲା ଆପତ୍ତି । ଅଧିକ ପଢନ୍ତୁ...

ଅରୁଣାଚଳ ପ୍ରଦେଶକୁ ନିଜର କହିଲା ଚୀନ, ଉପରାଷ୍ଟ୍ରପତିଙ୍କ ଗସ୍ତକୁ ବିରୋଧ

author img

By

Published : Oct 14, 2021, 8:44 AM IST

ନୂଆଦିଲ୍ଲୀ: ଲଦାଖ ସୀମା ବିବାଦକୁ ନେଇ ଭାରତ ଉପରେ ଚାପ ପକାଇବାକୁ ଲଗାତାର ପ୍ରୟାସ କରୁଛି ଚୀନ । ନିକଟରେ ଚୀନର ଏକ ମିଡିଆ ରିପୋର୍ଟରେ କୁହାଯାଇଥିଲା କି, ଚୀନ ନିଜର ଅଞ୍ଚଳକୁ ନେଇ ଭାରତ ସହ କୌଣସି ପ୍ରକାର ବୁଝାମଣା କରିବ ନାହିଁ ଏବଂ ଯୁଦ୍ଧ ପରିସ୍ଥିତିରେ ଦେଶ ଭାରତକୁ ପରାସ୍ତ କରିବାରେ ସଫଳ ହେବ । ଗ୍ଲୋବାଲ ଟାଇମସରେ ପ୍ରକାଶିତ ଏହି ବିବଦୀୟ ମନ୍ତବ୍ୟ ଦେଇଥିଲେ ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିୟାନ ।

ଏଥିସହ ଝାଓ ଲିଜିୟାନ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ଉପରେ ମଧ୍ୟ ଆପତ୍ତି ଉଠାଇଛନ୍ତି । ସେ କହିଛନ୍ତି, ଅରୁଣାଚଳ ପ୍ରଦେଶ ଚୀନର ଏକ ଅଂଶବିଶେଷ । ଏହାକୁ ଦକ୍ଷିଣ ତିବ୍ବତର ଅଂଶ ଭାବେ ଦର୍ଶାଇ ଲିଜିୟାନ ଉପରାଷ୍ଟ୍ରପତିଙ୍କ ଗସ୍ତକୁ କଡା ବିରୋଧ କରିଛନ୍ତି ।

ସେପଟେ ଚୀନର ଏହି ବୟାନ ଉପରେ କଡା ଜବାବ ରଖିଛି ଭାରତ । 'ଚୀନ ଅଧିକାରୀଙ୍କ ଦ୍ବାରା ଦିଆଯାଇଥିବା ମନ୍ତବ୍ୟ ଆମେ ଦେଖିଛୁ । ଆମେ ଏହାକୁ ଅସ୍ବୀକାର କରୁଛୁ । ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ତଥା ଅବିଚ୍ଛେଦ୍ୟ ଅଙ୍ଗ । ଯେଉଁଭଳି ଭାବେ ଭାରତୀୟ ନେତା ଦେଶର ଯେକୌଣସି ରାଜ୍ୟକୁ ଗସ୍ତ କରିଥାନ୍ତି, ସେହିଭଳି ଭାବେ ନିୟମିତ ରୂପେ ଅରୁଣାଚଳ ପ୍ରଦେଶ ମଧ୍ୟ ଯାଇଥାନ୍ତି । ତେଣୁ ଭାରତୀୟ ନେତାଙ୍କୁ ଭାରତର ଏକ ରାଜ୍ୟ ଗସ୍ତ କରିବା ଉପରେ ଚୀନର ଆପତ୍ତି ଭାରତୀୟଙ୍କ ତର୍କ ଏବଂ ବୁଝାମଣା ବାହାରେ' ବୋଲି କହିଛି ଭାରତ ।

ତେବେ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ନୁହେଁ, ଚୀନ ପୂର୍ବରୁ ମଧ୍ୟ ବହୁ ପ୍ରମୁଖ ନେତାଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ବିରୋଧ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.