ETV Bharat / bharat

ଘରୋଇ ହସ୍ପିଟାଲର ଅବହେଳା: HIV ପଜିଟିଭ ହେଲେ ୪ ଥାଲାସେମିଆ ଶିଶୁ, ଜଣେ ମୃତ - ନାଗପୁରରେ ଥାଲାସେମିଆ ଶିଶୁ ରୋଗୀ HIV ପଜିଟିଭ

ନାଗପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭୁଲ ରକ୍ତାଦାନରୁ ଏଠାରେ ୪ ଜଣ ଥାଲାସେମିଆ ଶିଶୁ ରୋଗୀ HIV ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଘରୋଇ ହସ୍ପିଟାଲର ଅବହେଳା: HIV ପଜିଟିଭ ହେଲେ ୪ ଶିଶୁ, ଜଣେ ମୃତ

author img

By

Published : May 26, 2022, 10:20 PM IST

ମୁମ୍ବାଇ: ନାଗପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ୪ ଜଣ ଥାଲାସେମିଆ ଶିଶୁ ରୋଗୀ HIV ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ନାଗପୁରର ଜରିପଟକା ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

୪ ଜଣ ଥାଲାସେମିଆ ରୋଗୀ ଏକ ଘରୋଇ ହସ୍ପିଟାଲେ ଚିକିତ୍ସିତ ହେଉଥିଲେ । ସେଠାକାର ବ୍ଲଡ ବ୍ୟାଙ୍କରୁ ୪ ଜଣ ଶିଶୁଙ୍କୁ ରକ୍ତଦାନ କରାଯାଉଥିଲା । ତେବେ ବ୍ଲଡ ବ୍ୟାଙ୍କ୍‌ରେ କିଭଳି HIV ପଜିଟିଭ ରକ୍ତ ଆସିଲା ତାହାର ତଦନ୍ତ ଆରମ୍ଭ ହୋଇଛି । ମହାରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଖୋଦ ଏହି ମାମଲର ସମୀକ୍ଷା କରୁଛନ୍ତି । ଘରୋଇ ହସ୍ପିଟାଲରୁ ଶିଶୁଙ୍କୁ ମାଗଣାରେ ରକ୍ତ ଯୋଗାଇ ଦିଆଯାଇଥିଲା । ତେବେ ରକ୍ତ ଦେବାପୂର୍ବରୁ ଏହାର ଯାଞ୍ଚ କରାଯାଇନଥିଲା ।

ଜଣେ ଶିଶୁର ମୃତ୍ୟୁ ପରେ ଘରୋଇ ହସ୍ପିଟାଲ୍‌ରେ ଚାପା ଉତ୍ତେଜନା ଦେଖା ଦେଇଛି । HIV କୌଣସି ମେଡିସିନ ନାହିଁ, ଯାହା ବି ମେଡିସିନ ତାହା ବ୍ୟୟ ବହୁଳ ଏଭଳି ସ୍ଥିତିରେ HIV ପଜିଟିଭ ଚିହ୍ନଟ ହୋଇଥିବା ଶିଶୁଙ୍କ ଚିକିତ୍ସା କିଭଳି କରାଇବେ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ ।

ଥାଲାସେମିଆ ଏକ ବଂଶାନୁଗତ ରକ୍ତଜନିତ ରୋଗ । ଏହି ରୋଗ ହେଲେ ରକ୍ତ କଣିକ ତିଆରି ହୋଇ ପାରେନାହିଁ । ଏହି ରୋଗର ଚିକିତ୍ସା ଏହାର ପ୍ରକାର ଭେଦ ଉପରେ ନିର୍ଭର କରେ । ଦେହରେ ହିମୋଗ୍ଲୋବିନର ଅଭାବ ହେଲେ ଏହି ରୋଗ ହେବାର ସମ୍ଭାବନା ବଢ଼ି ଯାଇଥାଏ । ଏଥିପାଇଁ ଅନେକ ସମୟରେ ରୋଗୀଙ୍କୁ ରକ୍ତଦାନ କରିବାକୁ ପଡ଼ିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.