ପିଲାଦିନେ ବ୍ୟାୟାମ ଏବଂ ସୁସ୍ଥ ଖାଦ୍ୟ ଖାଇବା ଦ୍ବାରା ଯୁବ ଅବସ୍ଥାରେ ମସ୍ତିଷ୍କ ଆକାର ବଡ଼ ହେବା ସହ ଚିନ୍ତା ସ୍ତର କମ୍ ହୋଇଥାଏ ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି । ମାଉସ୍-ମଡେଲ୍ ଅଧ୍ୟୟନରୁ ଜଣାଯାଇଛି ଯେ, ଜୀବନର ପ୍ରାରମ୍ଭରେ ବ୍ୟାୟାମ ଦ୍ବାରା ଯୁବକ ଅବସ୍ଥାରେ ଚିନ୍ତିତ ଆଚରଣ ଅନେକାଂଶରେ କମିଯାଇଥାଏ । ଏହା ମଧ୍ୟ ବୟସ୍କମାନଙ୍କ ମାଂସପେଶୀ ଏବଂ ମସ୍ତିଷ୍କର ବୃଦ୍ଧିରେ ସହାୟକ ହୋଇଥାଏ ।
"କୋଭିଡ-19 ଲକଡାଉନ୍ ସମୟରେ ବିଶେଷ କରି ପ୍ରଥମେ ପ୍ରଥମେ ପିଲାମାନେ ବହୁତ କମ୍ ବ୍ୟାୟାମ କରୁଥିଲେ । ପାର୍କକୁ ଯାଇ ପାରୁନଥିବା କିମ୍ବା ଅଗଣା ନଥିବା କାରଣରୁ ଅନେକଙ୍କ ପାଇଁ ଶାରିରୀକ ବ୍ୟାୟାମ ପାଇଁ ସ୍କୁଲ ହିଁ କେବଳ ଏକମାତ୍ର ମାଧ୍ୟମ ଥିଲା," ବୋଲି କାଲିଫର୍ଣ୍ଣିଆ-ରିଭରସାଇଡ୍ ୟୁନିଭର୍ସିଟିର ଗବେଷଣାକାରୀ ମାର୍ସେଲ କାଡନି କହିଛନ୍ତି ।
"ଏସବୁ ପିଲାଙ୍କ ପାଇଁ ସମାଧାନ ବାହାର କରିବା, ବିଶେଷତଃ ପିଲାମାନେ ଯେତେବେଳେ ବୟସ୍କ ହୁଅନ୍ତି ସେତେବେଳେ ଅଧିକ ଧ୍ୟାନ ଦିଆଯିବା ଜରୁରୀ," କାଡନି କହିଛନ୍ତି । ଅଧ୍ୟୟନ ଅନୁଯାୟୀ ଅଧିକ ଚର୍ବି ଓ ଚିନିଯୁକ୍ତ ପାଶ୍ଚାତ୍ୟ ଶୈଳୀ ଖାଦ୍ୟ ଯେତେବେଳେ ଏକ ମୂଷାକୁ ଦିଆଗଲା ସେହି ମୂଷା କେବେଳ ଯେ ମୋଟା ହେଲା ତାନୁହେଁ, ଏହା ସହିତ ଯୁବକ ଅବସ୍ଥାରେ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ପସନ୍ଦ କଲା।
‘ଫିଜିଓଲୋଜି ଏବଂ ବିହେଭିୟର’ ନାମକ ଏକ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟରେ ଗବେଷଣାକାରୀ ଯୁବ ମୂଷାକୁ ଚାରିଟି ଗ୍ରୁପରେ ଭାଗ ଭାଗ କରିଥିଲେ । ଯେଉଁମାନଙ୍କ ପାଇଁ ବ୍ୟାୟାମର ସୁଯୋଗ ଥିଲା, ଯେଉଁମାନଙ୍କ ପାଖରେ ସୁଯୋଗ ନଥିଲା, ଯେଉଁମାନଙ୍କୁ ସୁସ୍ଥ ଖାଦ୍ୟ ଦିଆଯାଉଥିଲା ଏବଂ ଯେଉଁମାନେ ପାଶ୍ଚାତ୍ୟ ଖାଦ୍ୟ ଖାଉଥିଲେ ଏହିପରି ଭାବେ ଚାରିଟି ଗ୍ରୁପ୍ କରାଯାଇଥିଲା ।
ସ୍ତନ୍ୟପାନ ଛାଡ଼ିବା ପରେ ପରେ ମୂଷାମାନଙ୍କୁ ସେମାନଙ୍କୁ ଖାଦ୍ୟରେ ରଖାଯାଇଥିଲା । ସେମାନଙ୍କର ଯୌନ ପରିପକ୍ବତା ଆସିବା ଯାଏଁ ସେମାନଙ୍କୁ ସେମିତି ରଖାଯାଇଥିଲା । ଆଉ ଅଧିକ ଆଠ ସପ୍ତାହ ‘ୱାସଆଉଟ୍’ କାଳରେ ସମସ୍ତ ମୂଷାଙ୍କୁ ବିନା ଚକ ଥିବା ଏକ ଘରେ ରଖାଯାଇ ସୁସ୍ଥ ଖାଦ୍ୟ ଦିଆଯାଇଥିଲା। ଏହାପରେ ଅନୁସନ୍ଧାନକାରୀମାନେ ଆଚରଣଗତ ବିଶ୍ଲେଷଣ କରିଥିଲେ ଏବଂ ଏରୋବିକ୍ କ୍ଷମତା ଓ ବିଭିନ୍ନ ପ୍ରକାର ହରମୋନର ସ୍ତର ମାପ କରିଥିଲେ ।
ସେମାନେ ଯାହା ସବୁ ମାପ କରିଥିଲେ ସେଥିମଧ୍ୟରୁ ଗୋଟିଏ ହେଉଛି ଲେପ୍ଟିନ୍ ଯାହାକି ଫ୍ୟାଟ୍ କୋଷ ଦ୍ବାରା ଉତ୍ପନ୍ନ ହୁଏ । ଏହାଦ୍ବାରା ଶକ୍ତି ଅଧିକ ବିନିଯୋଗ ଏବଂ କମ୍ ଖାଦ୍ୟ ଦରକାର ହେବାର ସଂକେତ ଦେଇ ଶରୀରର ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ପ୍ରାଥମିକ ଜୀବନରେ ଯାହାକିଛି ଖାଦ୍ୟ ଖାଇଥିଲେ ମଧ୍ୟ ବ୍ୟାୟାମ କରିବାରୁ ବୟସ୍କ ଲେପ୍ଟିନ ସ୍ତର ବୃଦ୍ଧି ହେବା ସହିତ ବୟସ୍କ ମୂଷମାମାନଙ୍କରେ ଚର୍ବି ପରିମାଣ ବଢିଥାଏ ।
(ଆଇଏଏନଏସ)