ପାଟଣା: କଥାରେ ଅଛି ‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ।’ 30 ମିନିଟ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲା ଶିଶୁ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବିହାର କଟିହାର ଜିଲ୍ଲା ଆଜାମନଗର ବ୍ଲକ ଅଞ୍ଚଳର ଫାରସାଡାଙ୍ଗି ଗାଁରେ।
ସୂଚନାମୁତାବକ, ସେହି ଗାଁରେ ରାସ୍ତା ନିର୍ମାଣ ଚାଲିଥିବା ନେଇ ମାଟି ଖୋଳା ଯାଇଥିଲା । ଯେଉଁଠିକି ଅନେକ ପିଲା ଖେଳିବାକୁ ଯାଇଥିଲେ । ଖେଳୁ ଖେଳୁ ସମୟରେ ହଠାତ୍ ମାଟି ଅତଡ଼ା ଖସିଯିବାରୁ ଗୋଟିଏ ଶିଶୁ 6 ଫୁଟ ଗଭୀର ଗର୍ତ୍ତରେ ପୋତି ହୋଇଗଲା । ଖବରପାଇ ଆଖପାଖର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ଏବଂ ପ୍ରାୟ 30 ମିନିଟର ପରିଶ୍ରମ ପରେ ପିଲାଟିକୁ ଜୀବନ୍ତ ମାଟି ଭିତରୁ ବାହାରକୁ ଅଣାଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକମାନେ ଏହାକୁ ଈଶ୍ବରଙ୍କ ଚମତ୍କାର ବୋଲି କହିଛନ୍ତି ।
ତେବେ ଉଦ୍ଧାର ଶିଶୁଟି ସ୍ଥାନୀୟ କୃଷକ ଗୁଜର ରାୟଙ୍କ ସାନପୁଅ ବିଜୟ ବୋଲି କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ