ETV Bharat / bharat

୨୦ ବର୍ଷ ପରେ ମିଳିଲା ନ୍ୟାୟ: ଡାକ୍ତରଙ୍କ ଅବହେଳାରୁ କଟି ଯାଇଥିଲା ପାପୁଲି

author img

By

Published : May 18, 2022, 3:31 PM IST

ଡାକ୍ତରଙ୍କ ଅବହେଳାରୁ ଚିର ଦିନ ପାଇଁ ହାତ ପାପୁଲି ହରାଇଲେ ଯୁବତୀ । 20 ବର୍ଷ ପରେ ପୀଡିତା ପରିବାରକୁ ମିଳିଲା ନ୍ୟାୟ । ଅଧିକ ପଢନ୍ତୁ

ଡାକ୍ତରଙ୍କ ଅବହେଳାରୁ କଟା ହେଲା ହାତ ପାପୁଲି
ଡାକ୍ତରଙ୍କ ଅବହେଳାରୁ କଟା ହେଲା ହାତ ପାପୁଲି

ହାଇଦ୍ରାବାଦ: ଡାକ୍ତରଙ୍କ ସାମାନ୍ୟ ଭୁଲ ପାଇଁ କାଟିବାକୁ ପଡିଲା ହାତ ପାପୁଲି । ଟିକିଏ ଅବହେଳା ଯୋଗୁଁ ସବୁଦିନ ପାଇଁ ଭିନ୍ନକ୍ଷମ ହୋଇଗଲେ ଯୁବତୀ । 20 ବର୍ଷ ତଳେ ଡାକ୍ତରଙ୍କ ଅବହେଳା ପାଇଁ କାଲିର ଶିଶୁ ସମାଜରେ ଆଜି ଜଣେ ଭିନ୍ନକ୍ଷମ ଯୁବତୀର ପରିଚୟ ପାଇଛନ୍ତି । ବାପାମାଆ ମଧ୍ୟ ଝିଅକୁ ନ୍ୟାୟ ଦେବାକୁ ବର୍ଷ ବର୍ଷ ହେଲାଣି ଲଢେଇ କରିଆସୁଛନ୍ତି । ଦ୍ବିତୀୟ ଭଗବାନ କୁହାଯାଉଥିବା ଡାକ୍ତରଙ୍କ ଏଭଳି ଚରମ ଅବହେଳାର କାହାଣୀ ସାମ୍ନାକୁ ଆସିଛି ତେଲେଙ୍ଗାନାର ୱାରାଙ୍ଗଲ ଜିଲ୍ଲାରୁ ।

ସୂଚନାଯୋଗ୍ୟ, 2003 ମସିହାରେ ୱାରାଙ୍ଗଲ ଜିଲ୍ଲା ଅନ୍ତର୍ଗତ ହନୁମାନକୋଣ୍ଡାରେ ଏହି ଘଟଣା ଘଟିଥିଲା । ଜ୍ବରରେ ପୀଡିତ ସୌମ୍ୟା ନାମକ ଜଣେ 4 ବର୍ଷୀୟା ଶିଶୁକୁ ତା' ବାପାମାଆ ସ୍ଥାନୀୟ ଏକ ନର୍ସିଂହୋମରେ ଭର୍ତ୍ତି କରିଥିଲେ । ସେଠାରେ ସୌମ୍ୟାଙ୍କୁ ସାଲାଇନ ଦେବା ପାଇଁ ଡାକ୍ତର ତାଙ୍କ ଡାହାଣ ହାତରେ ତ୍ରୁଟିପୂର୍ଣ୍ଣ ଭାବେ ଇଞ୍ଜେକ୍ସନ ପାଇପ୍ ଲଗାଇ ଦେଇଥିଲେ । ଡ. ଜି ରମେଶ ନାମକ ଡାକ୍ତର ତାଙ୍କ ଚିକିତ୍ସା କରିଥିଲେ ଏବଂ ଦୁଇ ଦିନ ପରେ ଡିସଚାର୍ଜ କରିଦେଇଥିଲେ । ଏହାର କିଛି ଦିନ ପରେ ପିଲାଟିର ଡାହାଣ ହାତ ଫୁଲିବା ସହ ଖୁବ୍ ଯନ୍ତ୍ରଣା ହୋଇଥିଲା । ବାପାମାଆ ଏ ସମ୍ପର୍କରେ ଡାକ୍ତରଙ୍କୁ କହିବାରୁ ସେ ସୌମ୍ୟାଙ୍କୁ ହାଇଦ୍ରାବାଦର କୌଣସି ଘରୋଇ ହସ୍ପିଟାଲ ନେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଆର୍ଥିକ ଅସ୍ବଚ୍ଛଳ ବାପମାଆ ଘରୋଇ ହସ୍ପିଟାଲରେ ଝିଅର ଚିକିତ୍ସା କରିବାକୁ ଅସମର୍ଥ ଥିବାରୁ ଜିଲ୍ଲାର MGM ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସୌମ୍ୟାଙ୍କ ଉକ୍ତ ହାତର ପାପୁଲିକୁ କାଟିବାକୁ ବାଧ୍ୟ ହୋଇଥିଲେ ।

20 ବର୍ଷ ହେଲାଣି ସୌମ୍ୟାଙ୍କ ବାପାମାଆ ଝିଅକୁ ନ୍ୟାୟ ଦେବାକୁ ଲଢେଇ କରିଆସୁଛନ୍ତି । ତାଙ୍କ ବାପା ଜିଲ୍ଲା ଉପଭୋକ୍ତା ଫୋରମ ନିକଟରେ ଡାକ୍ତରଙ୍କ ଅବହେଳା ସମ୍ପର୍କରେ ଅଭିଯୋଗ କରିଥିଲେ । ଏନେଇ ଯାଞ୍ଚ କରିବା ପରେ ସମ୍ପୃକ୍ତ ଡାକ୍ତର ଜି ରମେଶ ଓ ବୀମା କମ୍ପାନୀଙ୍କୁ ମିଳିତ ଭାବେ ପୀଡିତାଙ୍କୁ 16 ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ଉଭୟ ରାଜ୍ୟ ଉପଭୋକ୍ତା ଆୟୋଗଙ୍କ ଦ୍ବାରସ୍ତ ହୋଇଥିଲେ । ଆୟୋଗ ମାମଲାର ବିଚାର କରି ପୀଡିତା ପରିବାରକୁ ସୁଧ ସମେତ 16 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଡାକ୍ତର ଏବଂ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.