ETV Bharat / bharat

AP: ଗୁଳି ଭର୍ତ୍ତି କରିବା ବେଳେ ଫୁଟିଲା ଦେଶୀ ବନ୍ଧୁକ, ଚାଲିଗଲା ପଡୋଶୀ ଘର ଶିଶୁକନ୍ୟା ଜୀବନ

author img

By

Published : Aug 16, 2023, 10:14 PM IST

ଆନ୍ଧ୍ରରେ ଦୁଖଃଦ ଘଟଣା । ଗୁଳି ଭର୍ତ୍ତି କରିବା ବେଳେ ଫୁଟିଲା ଦେଶୀ ବନ୍ଧୁକ, ଚାଲିଗଲା ପଡୋଶୀ ଘରର ଶିଶୁକନ୍ୟାର ଜୀବନ । ଅଧିକ ପଢନ୍ତୁ

AP: ଗୁଳି ଲୋଡ କରିବା ବେଳେ ଦେଶୀ ବନ୍ଧୁକ ଫାଟି ଶିଶୁ ମୃତ

ଅମରାବତୀ: ଘୁଷୁରୀକୁ ମାରିବା ପାଇଁ ଦେଶୀ ବନ୍ଧୁକରେ ଗୁଳି ଭର୍ତ୍ତି କରୁଥିଲେ ଜଣେ ଯୁବକ । ହଠାତ ଫାୟାରିଂ ହେବାରୁ ଚାଲିଗଲା ପଡୋଶୀ ଘରର ଶିଶୁକନ୍ୟାର ଜୀବନ । ଏପରି ଏକ ଘଟଣା ଆନ୍ଧ୍ର ପ୍ରଦେଶ ଟୁନି ଅଞ୍ଚଳରେ ଦେଖିବାକୁ ମିଳିଛି । ପ୍ରାଣ ହରାଇଥିବା କନ୍ୟା ସନ୍ତାନର ମୃତଦେହ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତକୁ ମଧ୍ୟ ପୋଲିସ ଗିରଫ କରିବା ସହ ତା’ ନିକଟରୁ ବନ୍ଧୁକ ଓ ଗୁଳି ଜବତ କରିଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଘଟଣାଟି କାକିନାଡା ଜିଲ୍ଲାର ଟୁନି ମଣ୍ଡଳ ଅନ୍ତର୍ଗତ ଏକ ଗ୍ରାମରେ ଘଟିଛି । ସ୍ଥାନୀୟ ବାସିନ୍ଦା ପି.ରାଜୁ ଓ ନାଗମଣି ନାମକ ଦମ୍ପତିଙ୍କର ଦୁଇଟି କନ୍ୟାସନ୍ତାନ । ବଡ ଝିଅ 4 ବର୍ଷୀୟା ଧ୍ୟାନଶ୍ରୀ ଘର ସାମ୍ନାରେ ଖେଳୁଥିଲା । ହଠାତ ସେହି ଟଳିପଡିଥିଲା । କେହି କିଛି ବୁଝି ପାରନିଥିଲେ । ତାଙ୍କୁ ତାର ପିତାମାତା ଉଠାଇବା ପରେ ତା ଦେହରେ ଗୁଳି ବାଜିଥିବା ଜଣାପଡିଥିଲା । ପଡୋଶୀ ଘରର ଜଣେ ଯୁବକ ନିଜର ଏକ ଦେଶୀ ବନ୍ଧୁକରେ ଗୁଳି ଭର୍ତ୍ତି କରୁଥିଲେ । ଏହି ସମୟରେ ବନ୍ଧୁକଟି ତ୍ରୁଟିବଶତଃ ଫାଏର ହୋଇଥିଲା । ଏହି ଗୁଳିଟି ଶିଶୁକନ୍ୟାର ଦେହରେ ବାଜିଥିବା ଜଣାପଡିଥିଲା । ତାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଅତ୍ୟଧିକ ରକ୍ତସ୍ରାବ ହେତୁ ତାର ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-ମଝି ନଦୀରେ ଅଘଟଣ; ଟାୱାର ଖୁଣ୍ଟରେ ପିଟିହେଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୩ ମତ୍ସଜୀବୀ

ତେବେ ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତକୁ ଗିରଫ କରାଯିବା ସହ ଦେଶୀ ବନ୍ଧୁକ ଓ କିଛି ଗୁଳି ମଧ୍ୟ ଜବତ କରାଯାଇଛି । ପ୍ରାଥମିକ ତଦନ୍ତରୁ ପୋଲିସ କହିଛି, ଅଭିଯୁକ୍ତ ଏକ ଦେଶୀ ବନ୍ଧୁକ ରଖିଥିଲା । ଘୁଷୁରୀକୁ ମାରିବା ପାଇଁ ସେ ନିଜ ଘରେ ଭିତରେ ବନ୍ଧୁକରେ ଗୁଳି ଭର୍ତ୍ତି କରୁଥିଲା । ଏହି ସମୟରେ ହଠାତ ବନ୍ଧୁକରୁ ଫାଏର ହୋଇଯାଇଥିଲା । ଗୁଳି ବାଜିବାରୁ ଶିଶୁର ମୃତ୍ୟୁ ହୋଇଛି । ଏକାଧିକ ଦଫାରେ ପୋଲିସ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଏପଟେ ଏପରି ଏକ ଦୁଖଃଦ ଘଟଣାରେ କୋମଳମତି ଶିଶୁର ମୃତ୍ୟୁ ହେବା ପରେ ପରିବର ସଦସ୍ୟ ଭାଙ୍ଗି ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.