ETV Bharat / bharat

ବାଉଁଶର ଭାରାରେ ବୁହାହେଲେ ପ୍ରସୂତି, ରାସ୍ତା ନଥିବାରୁ ବିପଦଜନ୍ନକ ଭାବେ ବାଉଁଶ ଭାରାରେ ବୁହାହେଲେ - ପୁଣେର ରାଇରେଶ୍ବର ମାଳଭୂମି

ବାଉଁଶର ଭାରାରେ ବୁହାହେଲେ ପ୍ରସୂତି । ଯାତାୟତର କୌଣସି ସୁବିଧା ନଥିବାରୁ ଲୁହାରେ ତିଆରି ହୋଇଥିବା ସିଡିରେ ବାଉଁଶ ଭାରାରେ ବୁହାହେଲେ ପ୍ରସୂତି ( carried dangerously from iron ladder )। ପୁଣେର ରାଇରେଶ୍ବର ମାଳଭୂମିରୁ ଏଭଳି ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ବାଉଁଶର ଭାରାରେ ବୁହାହେଲେ ପ୍ରସୂତି, ରାସ୍ତା ନଥିବାରୁ ବିପଦଜନ୍ନକ ଭାବେ ବାଉଁଶ ଭାରାରେ ବୁହାହେଲେ

author img

By

Published : Oct 19, 2022, 9:56 PM IST

ମୁମ୍ବାଇ: ବାଉଁଶର ଭାରାରେ ବୁହାହେଲେ ପ୍ରସୂତି । ପୁଣେର ରାଇରେଶ୍ବର ମାଳଭୂମିରୁ (raireshwar plateau in pune) ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ପ୍ରସୂତି ନିଜ ଛୁଆକୁ ଜନ୍ମ ଦେବା ପରେ ଲୁହାରେ ତିଆରି ହୋଇଥିବା ସିଡିରେ ବାଉଁଶ ଭାରାରେ ବୁହା ହେଉଥିବା ଦେଖାଦେଇଛି (carried dangerously from iron ladder) । ଏହି ଭିଡିଓରେ ଦେଖାଦେଇଛି ଯେ, 4500 ଫୁଟ ଉଚ୍ଚ ମାଳଭୂମିରେ ବିପଦଜ୍ଜନକ ଭାବେ ଲୁହାସିଡିରେ ବାଉଁଶ ଭାରାରେ ବୁହା ହେଉଛନ୍ତି ମହିଳା ଜଣକ । ମାଳଭୂମିରେ ଥିବା ଘରେ ପହଞ୍ଚିବା ପାଇଁ ରାସ୍ତାର ସୁବିଧା ନାହିଁ । ଏହି ପ୍ରସୂତିଙ୍କ ନାମ ୟୋଗିତା ବିକ୍ରମ ଜଙ୍ଗମ ବୋଲି ଜଣାପଡିଛି ।

ବାଉଁଶର ଭାରାରେ ବୁହାହେଲେ ପ୍ରସୂତି, ରାସ୍ତା ନଥିବାରୁ ବିପଦଜନ୍ନକ ଭାବେ ବାଉଁଶ ଭାରାରେ ବୁହାହେଲେ

ଏହା ମଧ୍ୟ ପଢନ୍ତୁ: ମୁମ୍ବାଇ RCF ପ୍ଲାଣ୍ଟରେ ବିସ୍ଫୋରଣ: 3 ମୃତ, 6 ଆହତ

ସୂଚନା ଅନୁସାରେ, ୟୋଗିତା ୫ ଦିନ ପୂର୍ବରୁ ଏକ ଶିଶୁକୁ ଜନ୍ମ ଦେଇଥିଲେ । ତେବେ ଗମନାଗମନ ପାଇଁ କୌଣସି ବିକଳ୍ପ ରାସ୍ତା ନଥିବା କାରଣରୁ ଉକ୍ତ ସ୍ଥାନର ଲୋକମାନଙ୍କୁ ଦୀର୍ଘ ବର୍ଷ ଧରି ଏହି ଲୁହାସିଡି ଦେଇ ଯାତାୟତ କରିବାକୁ ପଡିଥାଏ । ଗତ ଶହେ ବର୍ଷ ଧରି ପ୍ରାୟ ୫୦ ପରିବାର ୬ କିଲୋମିଟର ଲମ୍ବା ମାଳଭୂମିରେ ବସବାସ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଯାତାୟତ ପାଇଁ କୌଣସି ବ୍ୟବସ୍ଥା ନଥିବା କାରଣରୁ ଏହି ଲୁହାସିଡି ହିଁ ଏକମାତ୍ର ଭରସା ।

ବିପଦପୂର୍ଣ୍ଣ ଉପାୟରେ ହିଁ ରାଇରେଶ୍ବର ମାଳଭୂମୀର ଲୋକେ ଏଥିରେ ଯାତାୟତ କରିଥାନ୍ତି । ଯେତେବେଳେ କେହି ଅସୁସ୍ଥ ହୋଇପଡନ୍ତି କିମ୍ବା ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତି ଉପୁଜେ ତାହେଲେ ଏହି ସ୍ଥାନରେ ରହୁଥିବା ପରିବାରମାନଙ୍କୁ ବିପଜ୍ଜନକ ଢଙ୍ଗରେ ଯାତ୍ରା କରିବାକୁ ପଡିଥାଏ । ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ପୀଡିତାଙ୍କୁ ଯାତାୟତ କରାଯାଇଥାଏ । ତେବେ ଏହି ଭିଡିଏ ସାମ୍ନାକୁ ଆସିବା ପରେ ମାଳଭୂମିରେ ରୋପଓ୍ବେ ପାଇଁ ଦାବି ଜୋର ଧରିଛି । ଏବଂ ଏହାଦ୍ବାରା ପର୍ଯ୍ୟଟନର ମଧ୍ୟ ବିକାଶ ହୋଇପାରିବ ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.