ETV Bharat / bharat

ଗୋଟିଏ ଦେଶ ଗୋଟିଏ ନିର୍ବାଚନ, ପ୍ରସ୍ତୁତି ଚାଲିଛି କହିଲେ ରାଜୀବ କୁମାର

author img

By

Published : Nov 11, 2022, 2:09 PM IST

ସାରା ଦେଶରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ(One Nation One Election) ପାଇଁ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପ୍ରସ୍ତୁତି କରୁଛି । ପୁଣେରେ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ । ଅଧିକ ପଢନ୍ତୁ

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି: ରାଜୀବ କୁମାର

ମୁମ୍ବାଇ: ଦେଶବ୍ୟାପୀ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବୁଧବାର ମୁଖ୍ୟ ନିର୍ବାଚନ କମିଶନର(Chief Election Commissioner) ରାଜୀବ କୁମାର ପୁଣେ ଗସ୍ତ କରିଛନ୍ତି । ସେଠାରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ନିର୍ବାଚନ କମିଶନର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ(One Nation One Election) ସମ୍ପର୍କରେ ଆଲୋଚନା କରିଛନ୍ତି । ସିଇଓ କହିଛନ୍ତି ଯେ, ''ସାରା ଦେଶରେ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ଏକାସାଙ୍ଗରେ କରିବାକୁ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପ୍ରସ୍ତୁତି ଚଳାଇଛି । ତେବେ ଏହା ଏକ ନୀତିଗତ ନିଷ୍ପତ୍ତି ଏବଂ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇପାରିବେ ।''

ବୁଧବାର ପୁଣେ ଡିଭିଜନାଲ କମିଶନର ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସମ୍ପର୍କରେ କହିଛନ୍ତି । ଏହି ସମୟରେ ନିର୍ବାଚନ ଆୟୁକ୍ତ ଅରୁପାଚନ୍ଦ୍ର ପାଣ୍ଡେ, ନିର୍ବାଚନ କମିଶନ ସ୍ବତନ୍ତ୍ର ଅଧିକାରୀ ରଣବୀର ସିଂହ, ଡେପୁଟି ନିର୍ବାଚନ କମିଶନର ହରଦେଶ କୁମାର, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀକାନ୍ତ ଦେଶପାଣ୍ଡେ, ଡିଭିଜନାଲ କମିଶନର ସୌରଭ ରାଓ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରକ୍ରିୟା ଦ୍ବାରା ଦେଶରେ ଏକାସାଙ୍ଗରେ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରିବ ।

ଏହାମଧ୍ୟ ପଢନ୍ତୁ: Ban on Baba Ramdev medicines: ଉତ୍ତରାଖଣ୍ଡରେ ବାବା ରାମଦେବଙ୍କ ୫ଟି ଔଷଧ ବ୍ୟାନ

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଏହି ନିର୍ବାଚନ ପ୍ରକ୍ରିୟା ଉପରେ ଗୁରୁତ୍ବାରୋପ କରିଥିଲେ । ଦେଶରେ ପ୍ରତି ଦୁଇ ତିନି ମାସରେ କେଉଁଠି ନା କେଉଁଠି ନିର୍ବାଚନ ହେଉଛି । ଏହା ପରିବର୍ତ୍ତେ କେବଳ ଗୋଟିଏ ନିର୍ବାଚନ କରିବା ଆବଶ୍ୟକ ବୋଲି ସେ ମତ ରଖିଥିଲେ । ଗୋଟିଏ ନିର୍ବାଚନ ଦ୍ବରା ଦେଶର ସମ୍ବଳ ଓ ସମୟ ସଞ୍ଚୟ ହେବା ସହ ଖର୍ଚ୍ଚ ହ୍ରାସ ପାଇବ ବୋଲି ଅନେକ ବରିଷ୍ଠ ବିଜେପି ନେତା ମଧ୍ୟ ଯୁକ୍ତି ବାଢିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.