ETV Bharat / bharat

ଜୀବନ ବଞ୍ଚାଇବାରେ ଲକଡାଉନର ଥିଲା ମୁଖ୍ୟ ଭୂମିକା: CEA ସୁବ୍ରମଣ୍ୟମ

author img

By

Published : Jan 29, 2021, 4:40 PM IST

ସଂସଦରେ ଉପସ୍ଥାପନ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଲଞ୍ଚ କରିଛନ୍ତି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେଭି ସୁବ୍ରମଣ୍ୟମ । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କହିଛନ୍ତି, ଲକଡାଉନ କାରଣରୁ କୋରୋନା ସଂକ୍ରମଣ ମାମଲାରେ ହ୍ରାସ ପରିଲକ୍ଷିତ ହୋଇଥିଲା ଏବଂ ମୃତ୍ୟୁ ହାର ମଧ୍ୟ କମିଥିଲା । ଅଧିକ ପଢନ୍ତୁ...

ଜୀବନ ବଞ୍ଚାଇବାରେ ଲକଡାଉନର ଥିଲା ମୁଖ୍ୟ ଭୂମିକା: CEA ସୁବ୍ରମଣ୍ୟମ
ଜୀବନ ବଞ୍ଚାଇବାରେ ଲକଡାଉନର ଥିଲା ମୁଖ୍ୟ ଭୂମିକା: CEA ସୁବ୍ରମଣ୍ୟମ

ନୂଆଦିଲ୍ଲୀ: ବଜେଟ ଅଧିବେଶନର ପ୍ରଥମ ଦିନରେ ସଂସଦରେ ଉପସ୍ଥାପନ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଲଞ୍ଚ କରିଛନ୍ତି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେଭି ସୁବ୍ରମଣ୍ୟମ ।

ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେଭି ସୁବ୍ରମଣ୍ୟମ କହିଛନ୍ତି ଅର୍ଥନୈତିକ ସର୍ଭେର ଅଧ୍ୟାୟ 1 ହେଉଛି କୋରୋନା ସଙ୍କଟ ମଧ୍ୟରେ ଜୀବନ ବଞ୍ଚାଇବା ଏବଂ ଜୀବିକା ନିର୍ବାହ ଓ ଭାରତର ନୀତିଗତ ପ୍ରତିକ୍ରିୟା ବିଷୟରେ ଆଧାରିତ ।

ସୁବ୍ରମଣ୍ୟମ କହିଛନ୍ତି ଆର୍ଥିକ ସମୀକ୍ଷାର ଟିମ କଣ କରାଯାଇପାରେ ଆଉ କଣ କରାଯାଇଛି ଏ ସମ୍ବନ୍ଧରେ ବିଶ୍ଳେଷଣ କରିଛି । କୋଭିଡ ମାମଲା ଓ ମୃତ୍ୟୁ ହାରରେ ବାସ୍ତବରେ ଭାରତ ଭଲ ସ୍ଥିତିରେ ରହିଛି । ଅନିଶ୍ଚିତତା ମଧ୍ୟରେ ଭାରତର ନୀତିଗତ ପ୍ରତିକ୍ରିୟା ହୃଦୟଙ୍ଗମ କରିଥିଲା ଯେ ଜିଡିପି ଅଭିବୃଦ୍ଧି ଫେରି ଆସିବ, କିନ୍ତୁ ମଣିଷ ଜୀବନ ନୁହେଁ । ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ ଜୀବନ ବଞ୍ଚାଇଲା ବୋଲି ସେ କହିଛନ୍ତି ।

ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କହିଛନ୍ତି, ଲକଡାଉନ କାରଣରୁ କୋରୋନା ସଂକ୍ରମଣ ମାମଲାରେ ହ୍ରାସ ପରିଲକ୍ଷିତ ହୋଇଥିଲା ଏବଂ ମୃତ୍ୟୁ ହାର ମଧ୍ୟ କମିଥିଲା । ଲକଡାଉନ ଜୀବନ ଜୀବୀକାକୁ ବଞ୍ଚାଇବାର ମୁଖ୍ୟ କାରଣ ଥିଲା ବୋଲି ସେ କହିଛନ୍ତି ।

ସେପଟେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଅର୍ଥନୈତିକ ସର୍ଭେ 2020-21 ଲୋକସଭାରେ ଉପସ୍ଥାପନ କରିଛନ୍ତି । ଏହି ସର୍ଭେରେ କୋରୋନା ସଙ୍କଟ ମଧ୍ୟରେ ଦେଶର ଅର୍ଥବ୍ୟବସ୍ଥା ଚିତ୍ର ସାମ୍ନାକୁ ଆସିଛି । ସର୍ଭେରେ କୁହାଯାଇଛି କି ଚଳିତ ଆର୍ଥିକ ବର୍ଷ 2020-21 ରେ ଜିଡିପି -7.7% ଅର୍ଥାତ ଏଥିରେ 7.7 ପ୍ରତିଶତ ହ୍ରାସ ଆସିପାରେ । କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ତଥ୍ୟ ଉପରେ ଏହା ଆଧାରିତ ।

ଯେତେବେଳ କି ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର ଅନୁମାନ ଆଧାରରେ 2021-22 ରେ ବାସ୍ତବିକ ବିକାଶ ଦର 11.5% ପ୍ରତିଶତ ରହିପାରେ ବୋଲି କୁହାଯାଇଛି । ଆସନ୍ତା ଆର୍ଥିକ ବର୍ଷ (ଏପ୍ରିଲ 2021- ମାର୍ଚ୍ଚ 2022) ଭି-ଆକାରର ରିକୋଭରି ହେବା ନେଇ ଆଶା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.