ETV Bharat / bharat

ବିପଦରେ କୃଷ୍ଣ ଜନ୍ମଭୂମି ମାମଲାର ମୁଖ୍ୟ ଆବେଦନକାରୀଙ୍କ ଜୀବନ !

author img

By

Published : Jan 2, 2023, 9:51 PM IST

ହତ୍ୟା ଆଶଙ୍କା ପ୍ରକାଶ କଲେ କୃଷ୍ଣ ଜନ୍ମଭୂମି ମାମଲାର (Shri Krishna Janmabhoomi Case) ମୁଖ୍ୟ ଆବେଦନକାରୀ ଦୀନେଶ ଶର୍ମା । କହିଲେ ନିୟମିତ ପିଚ୍ଛା କରୁଛନ୍ତି ଅଜଣା ଯୁବକ । ହ୍ବାଟ୍ସଆପରେ ମିଳୁଛି ହତ୍ୟା ଧମକ । ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଚୁପ । କିଛି ହେଲେ ମଥୁରା ଜିଲ୍ଲାଧିକାରୀ ରହିବେ ଦାୟୀ । ଅଧିକ ପଢନ୍ତୁ

ଜୀବନ ବିପଦରେ ଥିବା ଦର୍ଶାଇଲେ କ୍ରିଷ୍ଣ ଜନ୍ମଭୂମି ମାମଲାର ଆବେଦନକାରୀ

ହାଇଦ୍ରାବାଦ: ଜୀବନ ପ୍ରତି ବିପଦ ଥିବା ଆଶଙ୍କା ପ୍ରକାଶ କଲେ କୃଷ୍ଣ ଜନ୍ମଭୂମି ମାମଲାର ମୁଖ୍ୟ ଆବେଦନକାରୀ ଦୀନେଶ ଶର୍ମା । ଶ୍ରୀକୃଷ୍ଣ ଜନ୍ମଭୂମି ବନାମ ଶାହି ଇଦଗାହ ​​ମସଜିଦ ମାମଲାର ମୁଖ୍ୟ ଆବେଦନକାରୀ (chief complainant of Shri Krishna Janmabhoomi case) ରହିଛନ୍ତି ସର୍ବ ଭାରତୀୟ ହିନ୍ଦୁ ମହାସଭାର ଜାତୀୟ କୋଷାଧ୍ୟକ୍ଷ ଦୀନେଶ ଶର୍ମା । ତେବେ ସେ ନିଜ ଜୀବନ ପ୍ରତି ବିପଦ ଥିବା ତଥା ସେ ହତ୍ୟାର ଶିକାର ହୋଇପାରନ୍ତି ବୋଲି ସଙ୍ଗୀନ ଆଶଙ୍କା ପ୍ରକାଶ କରି ଏକ ଭିଡିଓ ଜାରି କରିଛନ୍ତି ।

ଦୀନେଶ ଶର୍ମା ଏପରି ଅଶଙ୍କା ନେଇ ଚାଞ୍ଚଲ୍ୟକର କାରଣ ମଧ୍ୟ ଦର୍ଶାଇଛନ୍ତି । ଗତ କିଛି ମାସ ମଧ୍ୟରେ ଅନେକ ଥର କିଛି ବାଇକ ଆରୋହୀ ଯୁବକ ତାଙ୍କୁ ପିଚ୍ଛା କରିଛନ୍ତି (chief complainant of Shri Krishna Janmabhoomi case) । ତାଙ୍କର ଗତିବିଧି ଉପରେ ନଜର ରଖାଯାଉଛି । ରବିବାର ରାତିରେ ସେ ଘରକୁ ଫେରୁଥିବା ବେଳେ ଦୁଇଟି ମୋଟରସାଇକେଲ ଚାରିଜଣ ଯୁବକ ତାଙ୍କୁ ପିଚ୍ଛା କରିବା ସହ ତାଙ୍କ କାରକୁ ରୋକିବାକୁ ଉଦ୍ୟମ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି । ତେବେ ପୂର୍ବରୁ ମଧ୍ୟ ତାଙ୍କ ଉପରେ ମାଗୋରା ପୋଲିସ ଷ୍ଟେସନ ଅଞ୍ଚଳରେ ଥରେ ଆକ୍ରମଣ ମଧ୍ୟ ହୋଇସାରିଛି । ହ୍ବାଟ୍ସଆପରେ ମଧ୍ୟ ତାଙ୍କୁ ବହୁବାର ଧମକ ମିଳିଛି । ହେଲେ ବାରମ୍ବାର ସେ ପୋଲିସରେ ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ପୋଲିସ ଓ ପ୍ରଶାସନର ନିଷ୍କ୍ରିୟତାକୁ ଦାୟୀ କରି, ସେ ଯଦି ହତ୍ୟାର ଶିକାର ହୁଅନ୍ତି, ତେବେ ମଥୁରା ଜିଲ୍ଲା ମାଜିଷ୍ଟ୍ରେଟ ଏଥିପାଇଁ ଦାୟୀ ରହିବେ ବୋଲି ମଧ୍ୟ କହିଛନ୍ତି ଦୀନେଶ ।

ଦୀନେଶ ଆହୁରି ମଧ୍ୟ କହିଛନ୍ତି, ‘‘2 ଦିନ ପୂର୍ବେ ମୁଁ ମୋ ଘର ବାହାରେ ବସିଥିବା ବେଳେ ପୂର୍ବାହ୍ନ ପ୍ରାୟ 10 ଟାରେ ଦୁଇ ଜଣ ମୁହଁ ଘୋଡାଇ ହୋଇଥିବା ବ୍ୟକ୍ତି ମୋ ଘର ସମ୍ମୁଖରେ ପହଞ୍ଚିଥିଲେ । ତାଙ୍କୁ ଦେଖି ମୁଁ ସଙ୍ଗେ ସଙ୍ଗେ ମୋ ଘର ଭତରକୁ ଚାଲିଯାଇଥିଲି ଏବଂ ସେ ଫେରି ଯାଇଥିଲେ ।’’ ସେହିପରି ରବିବାର ରାତିରେ ଗୋବର୍ଦ୍ଧନ ମଥୁରାରୁ ତାଙ୍କ ଘରକୁ ଫେରୁଥିବା ବେଳେ ଦୁଇ ମୋଟରସାଇକେଲ ଚାରିଜଣ ଅଜଣା ବ୍ୟକ୍ତି ତାଙ୍କୁ ପିଚ୍ଛା କରିବା ସହ ତାଙ୍କ କାର ଅଟକାଇବା ପାଇଁ ଉଦ୍ୟମ କରିଥିଲେ । କୌଶଳକ୍ରମେ ସେ ସେମାନଙ୍କ ଠାରୁ ଖସିବାରେ ସଫଳ ହୋଇଥିଲେ ।

ଦୀନେଶ ଶର୍ମା କହିଛନ୍ତି ‘‘ ଆମେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଭୂମୀ (Shri Krishna Janmabhoomi Case) ପାଇଁ ସଂଗ୍ରାମ କରୁଛୁ, ସନାତନ ଧର୍ମ ପାଇଁ ଯୁଦ୍ଧ କରୁଛୁ । ଯାହାକୁ ନେଇ ଆମ ବିରୋଧରେ ମୁସଲମାନ ସମାଜରେ ଅସନ୍ତୋଷ ରହିଛି । ମୁସଲମାନ ସମାଜ ଚାହୁଁଛି ଆମେ ଏହି ମାମଲାରୁ ଓହରିଯାଉ । କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହୁଁ କୌଣସି ପରିସ୍ଥିତିରେ ମୁଁ ଏ ସଂଗ୍ରାମରୁ ଓହରିବି ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.