ETV Bharat / bharat

ଶ୍ବଶୁର ଘର ଯାଇ ପାକିସ୍ତାନ ଜେଲରେ ପହଞ୍ଚିଲେ ଜ୍ବାଇଁ, ଅନ୍ୟ ହାତ ଧରି ଚାଲିଗଲା ଝିଅ - ଶ୍ବଶୁର ଘର ଯାଇ ପାକିସ୍ତାନ ଜେଲର ପହଞ୍ଚିଲେ ଜ୍ବାଇଁ

ଶ୍ବଶୁର ଘର ବୁଲିବାକୁ ଯାଇଥିଲେ । ହେଲେ ଅଜାଣତରେ ପାକିସ୍ତାନରେ ପହଞ୍ଚି ଯାଇଥିଲେ ବିହାର ଖିଲାଫତପୁରର ଛବି ମୁସାହାର । ଛବି ପ୍ରାୟ ୧୨ ବର୍ଷ ପରେ ପାକିସ୍ତାନ ଜେଲରୁ ମୁକ୍ତି ପାଇ ନିଜ ଗାଁକୁ ଫେରିଛନ୍ତି । ଅଧିକ ପଢନ୍ତୁ

ଶ୍ବଶୁର ଘର ଯାଇ ପାକିସ୍ତାନ ଜେଲରେ ପହଞ୍ଚିଲେ ଜ୍ବାଇଁ

author img

By

Published : Apr 13, 2022, 11:11 AM IST

ପାଟନା: ଶ୍ବଶୁର ଘର ବୁଲିବାକୁ ଯାଇଥିଲେ । ହେଲେ ଅଜାଣତରେ ପାକିସ୍ତାନରେ ପହଞ୍ଚି ଯାଇଥିଲେ ବିହାର ଖିଲାଫତପୁରର ଛବି ମୁସାହାର । ଛବି ପ୍ରାୟ ୧୨ ବର୍ଷ ପରେ ପାକିସ୍ତାନ ଜେଲରୁ ମୁକ୍ତି ପାଇ ନିଜ ଗାଁକୁ ଫେରିଛନ୍ତି । ଛବିଙ୍କୁ ପାଇ ପରିବାର ଲୋକେ ଖୁସିରେ ଆତ୍ମବିଭୋର ହୋଇପଡିଛନ୍ତି ।

ସୂଚନା ଅନୁସାରେ, ବିହାର ବକ୍ସର ଜିଲ୍ଲାର ମୁଫାସିଲ ଥାନା ଅଞ୍ଚଳରେ ରହିଛି ଖିଲାଫତପୁର ଗାଁ(Khilafatpur village ) । ଏହି ଗାଁର ବାସିନ୍ଦା ହେଉଛନ୍ତି ଛବି ମୁସାହାର । ଛବି 12 ବର୍ଷ ପୂର୍ବେ ନିଜ ଶ୍ବଶୁର ଘରକୁ ବୁଲିବାକୁ ଯାଇଥିଲେ । ହେଲେ ପରେ ନିଖୋଜ ହୋଇଯାଇଥିଲେ। ସମ୍ପର୍କୀୟମାନେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ । ଛବିଙ୍କୁ ମୃତ ଭାବି ପରିବାର ଲୋକେ ତାଙ୍କର ଅନ୍ତେଷ୍ଟି କ୍ରିୟା କରି ଶ୍ରାଦ୍ଧ ମଧ୍ୟ ଦେଇଦେଥିଲେ । ଏପରିକି ତାଙ୍କ ସ୍ତ୍ରୀ ମଧ୍ୟ ସ୍ବାମୀ ମୃତ୍ୟୁବରଣ କରିଥିବା ଭାବି ଅନ୍ୟତ୍ର ବିବାହ କରିଥିଲେ ।

ଛବିଙ୍କ ଭାଇ ଗୋରଖ ମୁସାହାର କହିଛନ୍ତି ଯେ ଛବିଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଅନ୍ୟତ୍ର ବିବାହ କରି ଶାଶୁଘରକୁ ଚାଲି ଯାଇଛନ୍ତି । ଛବିଙ୍କ ଏକ ପୁଅ ମଧ୍ୟ ରହିଛି ଯିଏ ତାଙ୍କ ସହ ରୁହନ୍ତି । ଏବେ ପ୍ରଶ୍ନ ଉଠୁଛି ଯେ ଛବି ଫେରିବା ପରେ ତାଙ୍କ ପତ୍ନୀ କ’ଣ କରିବେ? ଅର୍ଥାତ ସେ ଛବିଙ୍କୁ ଭେଟିବାକୁ ଆସି ତାଙ୍କ ପୁଅ ତାଙ୍କୁ ଫେରାଇ ଦେବେ କି ?

ଛବିଙ୍କ ଘର ବାହୁଡାକୁ ନେଇ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ସତ । ହେଲେ ସ୍ତ୍ରୀ ଓ ପୁଅ କଥା ଭାବି ଛବି ଏବେବି ଦୁଃଖରେ ରହିଛନ୍ତି । ଛବିଙ୍କ ମାଆ କୁହନ୍ତି ଯେ ପୁଅ ବଞ୍ଚି ଥିବାର ଆଶା ଛାଡି ଦେଇଥିଲି । କିନ୍ତୁ ଭଗବାନ ପୁଣି ମାଆ କୋଳକୁ ସନ୍ତାନକୁ ଫେରାଇ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.