ETV Bharat / bharat

Shocking: ପୋଷ୍ଟମର୍ଟମ ପାଇଁ ପୁଅର ମୃତଦେହକୁ ୭୦ କିମି ବାଇକରେ ବୋହିଲେ ବାପା - ଛତିଶଗଡ ଖବର

ମିଳିଲାନି ଆମ୍ବୁଲାନ୍ସ ସେବା । ପୋଷ୍ଟମର୍ଟମ ପାଇଁ ଦେଢ ବର୍ଷର ପୁଅର ମୃତଦେହକୁ ବାଇକରେ ୭୦ କିଲୋମିଟର ବୋହିଲେ ବାପା । ଅଧିକ ପଢନ୍ତୁ

ପୁଅର ମୃତଦେହକୁ ୭୦ କିମି ବାଇକରେ ବୋହିଲେ ବାପା

author img

By ETV Bharat Odisha Team

Published : Aug 30, 2023, 9:21 AM IST

ରାୟପୁର: ଛତିଶଗଡର କୋରବା ଜିଲ୍ଲାରୁ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଏଠାରେ ଆମ୍ବୁଲାନ୍ସ ନମିଳିବାରୁ ଜଣେ ଅସହାୟ ବାପା ଦେଢ ବର୍ଷ ପୁଅର ମୃତଦେହକୁ ପଲିଥିନରେ ଗୁଡାଇ ପୋଷ୍ଟମର୍ଟମ ପାଇଁ ଦୀର୍ଘ ୭୦ କିଲୋମିଟର ବାଇକରେ ବୋହି ନେଇଛି । ବାପା ମୃତ ପୁଅକୁ ବାଇକରେ ନେଉଥିବାର ହୃଦୟ ବିଦାରକ ଦୃଶ୍ୟ ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥା ଓ ଆମ୍ବୁଲାନ୍ସ ସେବାର ବିକଳ ଚିତ୍ରକୁ ପଦାରେ ପକାଇଛି ।

ଘଟଣାଟି କୋରବା ଜିଲ୍ଲା ଅଡସେନା ଗାଁର । ଏଠାରେ ରହୁଥିବା ଦରସ ରାମ ଯାଦବ ଚାଷବାସ କରି ପରିବାର ଚଳାନ୍ତି । ବର୍ତ୍ତମାନ ଚାଷ ସମୟ ହୋଇଥିବାରୁ ଦରସ ରାମଙ୍କ ପତ୍ନୀ ନିଜର ଦେଢ ବର୍ଷର ପୁଅକୁ ସାଙ୍ଗରେ ନେଇ ବିଲକୁ କାମ କରିବାକୁ ଯାଇଥିଲେ । ମାଆ ଚାଷକାମରେ ଲାଗି ପଡିଥିଲେ । ଏତିକି ବେଳେ ଶିଶୁଟି ଖେଳୁ ଖେଳୁ ବିଲ ପାଖରେ ଥିବା ପୋଖରୀ ଆଡକୁ ଚାଲି ଯାଇଥିଲା । ଯେତେବେଳେ ମାଆର ନଜର ପଡିଲା, ପୁଅ ଆଉ ନଥିଲା । ଖୋଜାଖୋଜି କରିବା ବେଳକୁ ଶିଶୁଟି ପୋଖରୀରେ ବୁଡି ଯାଇଥିଲା । ଏହାପରେ ମହିଳା ଗାଁ ଲୋକଙ୍କୁ ଡାକି ପୋଖରୀରେ ଖୋଜାଖୋଜି କରିବା ପରେ ଅଚେତ ଅବସ୍ଥାରେ ଶିଶୁକୁ ଉଦ୍ଧାର କରାଯାଇଥିଲା ।

ପରିବାର ଲୋକେ ସଙ୍ଗେ ସଙ୍ଗେ ପୁଅକୁ ନିକଟସ୍ଥ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ଏବଂ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବାକୁ ବାପା ଦରସ ରାମ ଯାଦବଙ୍କୁ କହିଥିଲେ । ଅଡସେନା ଗାଁଠୁ ଜିଲ୍ଲା ମୁଖ୍ୟଳୟର ଦୂରତା ପ୍ରାୟ ୭୦ କିମି ଥିଲା । ତେଣୁ ବାପା ମୃତଦେହ ନେବାକୁ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କୁ କହିଥିଲେ । ହେଲେ ଆମ୍ବୁଲାନ୍ସ ସୁବିଧା ନଥିବା ଡାକ୍ତର ସଫା ସଫା ମନା କରିଦେଇଥିଲେ ଏବଂ ନିଜେ ବ୍ୟବସ୍ଥା କରିବାକୁ ଦରସଙ୍କୁ କହିଥିଲେ ।

ବାଇକରେ ମୃତ ପୁଅକୁ ବୋହିଲେ ବାପା: କିଛି ଉପାୟ ନପାଇ ଦରସ ରାମ ପୋଷ୍ଟମର୍ଟମ ପାଇଁ ବାଇକରେ ମୃତଦେହ ନେବାକୁ ସ୍ଥିର କରିଥିଲେ । ଛାତିର କଲିଜାକୁ ପଲିଥିନରେ ଗୁଡାଇ ଜଣେ ସମ୍ପର୍କୀୟର ସହାୟତାରେ ବାଇକରେ ୭୦ କିଲୋମିଟର ମୃତଦେହ ବୋହି ନେଇଥିଲେ । ଏ ଖବର ପାଇବା ମାତ୍ରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଏସଏନ କେଶରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ଶିଶୁର ମୃତଦେହ ବାଇକରେ ନିଆଗଲା ତାହାର ତଦନ୍ତ କରାଯିବ ଏବଂ ଡ୍ୟୁଟିରେ ଅବହେଳା କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.