ETV Bharat / bharat

ସାରା ଦେଶରେ କାର୍ଯ୍ୟକାରୀ ହେବ ଛତିଶଗଡ ସରକାରଙ୍କ କୃଷକ ମଡେଲ: ରାହୁଲ

author img

By ETV Bharat Odisha Team

Published : Oct 29, 2023, 10:48 PM IST

ଛତିଶଗଡ ସରକାରଙ୍କ କୃଷକ ମଡେଲ ସାରା ଦେଶରେ କାର୍ଯ୍ୟକାରୀ ହେବା ନେଇ କହିଲେ ରାହୁଲ । ଆଜି କୃଷକଙ୍କ ସହ କ୍ଷେତରେ କରିଥିଲେ ଫସଲ ଅମଳ । ଅଧିକ ପଢନ୍ତୁ

ଛତିଶଗଡ ସରକାରଙ୍କ କୃଷକ ମଡେଲ ସାରା ଦେଶରେ କାର୍ଯ୍ୟକାରୀ ହେବ: ରାହୁଲ

ରାୟପୁର: ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଛତିଶଗଡରେ କଂଗ୍ରେସ କୃଷକ କଲ୍ୟାଣକାରୀ ଯୋଜନାକୁ ନିର୍ବାଚନୀ ମୁଦ୍ଦା କରିବାକୁ ଯାଉଛି । ଆଜି ଦଳର ଚର୍ଚ୍ଚିତ ନେତା ତଥା ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କୃଷକଙ୍କ ସହ କ୍ଷେତରେ ଫସଲ ଅମଳ କରିଛନ୍ତି । ଛତିଶଗଡରେ ତାଙ୍କ ଦଳର ସରକାର କାର୍ଯ୍ୟକାରୀ କରିଥିବା ‘କୃଷକ ମଡେଲ’ ସମଗ୍ର ଭାରତରେ କାର୍ଯ୍ୟକାରୀ କରାଯିବ ବୋଲି ମଧ୍ୟ ରାହୁଲ କହିଛନ୍ତି ।

ଏହା ପରେ ରାହୁଲ ଗାନ୍ଧୀ ଟ୍ବିଟ କରି ଛତିଶଗଡରେ ତାଙ୍କ ଦଳର ସରକାର କାର୍ଯ୍ୟକାରୀ କରିଥିବା କୃଷକ କଲ୍ୟାଣ ନୀତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଚାଷୀଙ୍କ ସ୍ୱାର୍ଥରେ ରାଜ୍ୟରେ ଋଣ ଛାଡ ଏବଂ ଇନପୁଟ୍ ସବସିଡି ସମେତ ଛତିଶଗଡରେ କଂଗ୍ରେସ ସରକାରଙ୍କ ପାଞ୍ଚଟି ଯୋଜନା ଉପରେ ଆଲୋକପାତ କରିଛନ୍ତି ରାହୁଲ । କହିଛନ୍ତି ‘‘ଯଦି କୃଷକମାନେ ଖୁସି ହେବ, ତେବେ ଭାରତ ଖୁସି ହେବ’’ ।

ଧାନ ଉପରେ କ୍ୱିଣ୍ଟାଲ ପିଛା ଏମଏସପି 2,640 ଟଙ୍କା, 26 ଲକ୍ଷ ଚାଷୀଙ୍କୁ 23,000 କୋଟି ଟଙ୍କାର ଇନପୁଟ ସବସିଡି, 19 ଲକ୍ଷ ଚାଷୀଙ୍କ ପାଇଁ 10,000 କୋଟି ଟଙ୍କା ଋଣ ଛାଡ, ରାଜ୍ୟର କୃଷକଙ୍କ ପାଇଁ ବିଦ୍ୟୁତ ବିଲ ଅଧା କରାଯିବା, ରାଜ୍ୟରେ 5 ଲକ୍ଷ କୃଷି ଶ୍ରମିକଙ୍କ ପାଇଁ ବର୍ଷକୁ 7,000 ଟଙ୍କା ଆଦି ପ୍ରସଙ୍ଗକୁ ଭୁପେଶ ବଘେଲ ସରକାର ଚାଷୀ କଲ୍ୟାଣକାରୀ ପଦକ୍ଷେପ ଭାବେ ଦର୍ଶାଇଛନ୍ତି ରାହୁଲ । 2018 ବିଧାନସଭା ନିର୍ବାଚନ ପରେ କଂଗ୍ରେସ କ୍ଷମତାକୁ ଆସିବା ପରେ ଭୂପେଶ ବାଗେଲ ସରକାର ଏହି ସମସ୍ତ ଯୋଜନା ଆରମ୍ଭ କରିଥିଲେ । ରାଜ୍ୟରେ ସରକାର ଜାରି କରିଥିବା ଏହି କୃଷି କଲ୍ୟାଣ ନୀତି ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ ନେଇ ମଧ୍ୟ ରାହୁଲ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Chhattisgarh poll: ରାହୁଲ ହେଲେ ଚଷାପୁଅ, ହାତରେ ଦା’ ଧରି କାଟିଲେ ଫସଲ

ନିର୍ବାଚନୀ ରାଜ୍ୟ ଛତିଶଗଡକୁ ଗତକାଲି (ଶନିବାର)ଠାରୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ରାହୁଲ ଗାନ୍ଧୀ ଏକାଧିକ ଜନ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । 90 ସଦସ୍ୟ ବିଶିଷ୍ଟ ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ମାସ (ନଭେମ୍ବର) 7 ଏବଂ 17 ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ଡିସେମ୍ବର 3 ତାରିଖରେ ଅନ୍ୟ 4 ରାଜ୍ୟ ସହ ଭୋଟ୍ ଗଣନା ଓ ଫଳାଫଳ ମଧ୍ୟ ପ୍ରକାଶ ପାଇବ । କଂଗ୍ରେସର ସ୍ଥିତି ଭଲ ଥିବା ବେଳେ ଦଳ କ୍ଷମତା ବଜାୟ ରଖିବା ନେଇ ଆଶାବାଦୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.