ETV Bharat / bharat

ଅଦ୍ଭୁତ ବିଜେପି କର୍ମୀ: ଦଳୀୟ ପ୍ରାର୍ଥୀ ନିର୍ବାଚନ ହାରିବାରୁ ଅଧା ଲଣ୍ଡା ହେଲେ - Alka Chandrakar defeat in Khallari Assembly

ଅଜବ ବିଜେପି କର୍ମୀ । ସମର୍ଥିତ ପ୍ରାର୍ଥୀ ନିର୍ବାଚନ ହାରିବାରୁ ଅଧା ଲଣ୍ଡା ହେବା ସହ ଅଧା କାଟିଲେ ନିଶ । ଜାଣନ୍ତୁ କେଉଁ ପ୍ରାର୍ଥୀଙ୍କ ପାଇଁ କଲେ ଏପରି କାଣ୍ଡ

ଅଦ୍ଭୁତ ବିଜେପି କର୍ମୀ: ଦଳୀୟ ପ୍ରାର୍ଥୀ ନିର୍ବାଚନ ହାରିବାରୁ ଅଧା ଲଣ୍ଡା ହେଲେ

author img

By ETV Bharat Odisha Team

Published : Dec 6, 2023, 9:27 PM IST

ରାୟପୁର: ଦଳୀୟ ପ୍ରାର୍ଥୀ ନିର୍ବାଚନ ହାରିବା ପରେ ସମର୍ଥକମାନେ ହିଂସା ଘଟାଇବା ଘଟଣା ପ୍ରାୟତଃ ଆମେ ଅନେକ ସ୍ଥାନର ଶୁଣିଛନ୍ତି । କିନ୍ତୁ ଏପରି କ୍ଷେତ୍ରରେ ଜଣେ ଅଦ୍ଭୁତ କର୍ମୀଙ୍କ ଅଜବ କାରନାମା ସାମ୍ନାକୁ ଆସିଛି । ଦଳୀୟ ପାର୍ଥୀ ନିର୍ବାଚନ ହାରିଯିବା କାରଣରୁ ଅଧା ଲଣ୍ଡା ହେବା ସହ ଅଧା ନିଶ କାଟି ଦେଇଛନ୍ତି ଜଣେ ଦଳୀୟ କର୍ମୀ । ଏପରି ଏକ ଘଟଣା ଏବେ ସଦ୍ୟ ବିଧାନସଭା ନିର୍ବାଚନ ଶେଷ ହୋଇଥିବା ଛତିଶଗଡରେ ଦେଖିବାକୁ ମିଳିଛି । ଏହି କର୍ମୀ ଜଣକ ରାଜ୍ୟରେ ବହୁମତ ପାଇଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ଦୃଢ ସମର୍ଥକ ହେଇଥିବା ନେଇ ସେ ନିଜେ ଦାବି କରିଛନ୍ତି ।

48 ବର୍ଷୀୟ ଡେରହାରାମ ଯାଦବ
48 ବର୍ଷୀୟ ଡେରହାରାମ ଯାଦବ

ସୂଚନା ଅନୁସାରେ ଏପରି କିଛି ଅଜବ କାଣ୍ଡ ଘଟାଇଥିବା ବ୍ୟକ୍ତି ହେଉଛନ୍ତି ମହାସମୁନ୍ଦ ଜିଲ୍ଲାର ଖାଲାରୀ ବିଧାନସଭା ଅନ୍ତର୍ଗତ ବିହାଜର ଗ୍ରାମର 48 ବର୍ଷୀୟ ଡେରହାରାମ ଯାଦବ । ପେଶାରେ ଜଣେ ଇଲେକ୍ଟ୍ରିସିଆନ ଭାବେ କାମ କରି ପରିବାର ପୋଷୁଥିବା ଡେରହାରାମ ଯାଦବ ରାଜନୀତିରେ ବେଶ ରୁଚି ରଖନ୍ତି । ସେ ବିଜେପିର ଜଣେ ଦୃଢ ସମର୍ଥକ ଓ ସ୍ଥାନୀୟ ଅଞ୍ଚଳରେ ଦଳର ଜଣେ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ ମଧ୍ୟ କରନ୍ତି । ସେ ଚଳିତ ବିଧାନସଭା ନିର୍ବାଚନରେ ଖାଲାରୀ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଅଲକା ଚନ୍ଦ୍ରାକରଙ୍କ ସପକ୍ଷରେ ପ୍ରଚାର କରିଥିଲେ । ବିଜେପିର ନିର୍ବାଚନୀ ଇସ୍ତାହାର ‘ମୋଦି ଗ୍ୟାରେଣ୍ଟି’ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ଅଳକାକୁ ଭୋଟ ଦେବାକୁ ନିବେଦନ କରିଥିଲେ । ହେଲେ ଅଳକା ନିର୍ବାଚନ ହାରିଲେ ସେ ଅଧା ଲଣ୍ଡା ହେବା ସହ ଅଧା ନିଶ କାଟିଦେବା ନେଇ ମଧ୍ୟ ସ୍ଥାନୀୟ ଲୋକଙ୍କୁ କହିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକରେ ସାମିଲ ହେବେ ନୀତିଶ

ହେଲେ ନିର୍ବାଚନରେ ରାଜ୍ୟରେ ଶାସକ କଂଗ୍ରେସକୁ ହରାଇ ବିଜେପି ବହୁମତ ହାସଲ କରିଥିଲା । ମାତ୍ର ଖାଲାରୀ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଅଳାକ ଚନ୍ଦ୍ରାକାର କଂଗ୍ରେସ ପ୍ରାର୍ଥୀ ଦ୍ବାରକାଧିଶ ଯାଦବଙ୍କ ଠାରୁ ପ୍ରାୟ 37 ହଜାର ଭୋଟ ବ୍ୟବଧାନରେ ହାରିଯାଇଥିଲେ । ଏଥିରେ ଡେରହାରାମ ଯାଦବ ମର୍ମାହତ ହୋଇପଡିଥିଲେ । ସ୍ଥାନୀୟ ଲୋକଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରିବାକୁ ଯାଇ ସେ ନିଜର ଅଧା ନିଶ କାଟିଦେବା ସହ ଅଧା ଲଣ୍ଡା ମଧ୍ୟ ହୋଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ ଗ୍ରାମବାସୀଙ୍କ ଅନୁରୋଧକ୍ରମେ ସେ ପୁରା ଲଣ୍ଡା ହୋଇଛନ୍ତି । ଏମିତି ଜଣେ ଦଳପ୍ରେମୀଙ୍କ ଅଜବ କାରନାମା ଜଣାପଡିବା ପରେ ସେ ଏବେ ତାଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.