ETV Bharat / bharat

ଛତିଶଗଡ଼ ବିଧାନସଭା ନିର୍ବାଚନ: ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟରେ ୭୦ ଆସନରେ ଭୋଟ୍ - ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ

Chhattisgarh Assembly Election: ଛତିଶଗଡ଼ରେ ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ । କଂଗ୍ରେସ ଏବଂ ବିଜେପି ମଧ୍ୟରେ ହେବ କଡ଼ା ଟକ୍କର। ଅଧିକ ପଢ଼ନ୍ତୁ

ଛତିଶଗଡ଼ ବିଧାନସଭା ନିର୍ବାଚନ: ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟରେ ୭୦ ଆସନରେ ଭୋଟ୍

author img

By ETV Bharat Odisha Team

Published : Nov 16, 2023, 7:39 PM IST

ରାୟପୁର: ଛତିଶଗଡ଼ରେ ଆସନ୍ତାକାଲି(ଶୁକ୍ରବାର) ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ନଭେମ୍ବର ୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ ଭୋଟ୍ ନିଆଯାଇଥିବା ବେଳେ, ନଭେମ୍ବର ୧୭(ଶୁକ୍ରବାର) ବାକି ୭୦ଟି ଆସନରେ ମତଦାନ ହେବ । ଦ୍ବିତୀୟ ପର୍ଯ୍ୟାୟରେ ମୈଦାନରେ ଅଛନ୍ତି ଏକାଧିକ ଦିଗ୍ଗଜ ରାଜନେତା । ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲା ଏବଂ କେଉଁ ସବୁ ଆସନରେ ଦ୍ବିତୀୟ ପର୍ଯ୍ୟାୟରେ ପଡ଼ିବ ଭୋଟ୍ ।

ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ନଭେମ୍ବର 17ରେ ଅନୁଷ୍ଠିତ ହେଉଛି । ଯେଉଁଥିରେ 70ଟି ଆସନ ପାଇଁ ଭୋଟିଂ ହେବ । ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ରାଜନୈତିକ ଦଳଗୁଡ଼ିକ ନିଜର ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି । ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟରେ 22ଟି ଜିଲ୍ଲାର 70ଟି ବିଧାନସଭା ଆସନରେ ହେବ । ଏହି ପର୍ଯ୍ୟାୟରେ 1 କୋଟି 63 ଲକ୍ଷ 14 ହଜାର 479 ଭୋଟର ନିଜ ନିଜର ମତ ସାବ୍ୟସ୍ତ କରିବେ । ଏଥିରେ ଅଛନ୍ତି 81 ଲକ୍ଷ 41 ହଜାର 624 ଜଣ ପୁରୁଷ ଭୋଟର ଏବଂ 81 ଲକ୍ଷ 72 ହଜାର 171 ଜଣ ମହିଳା ଭୋଟର । ସେହିପରି 684 ଜଣ ତୃତୀୟ ଲିଙ୍ଗ ଭୋଟର ମଧ୍ୟ ରହିଛନ୍ତି | 70ଟି ବିଧାନସଭା ଆସନ ମଧ୍ୟରୁ ୪୪ଟି ସାଧାରଣ ବର୍ଗଙ୍କ ପାଇଁ ଥିବା ବେଳେ, 17ଟି ଅନୁସୂଚିତ ଜନଜାତି ଏବଂ 9ଟି ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି ।

ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ 51ଟି ଦଳର 958 ଜଣ ପ୍ରାର୍ଥୀ 70ଟି ବିଧାନସଭା ଆସନରେ ଲଢୁଛନ୍ତି । ସେଥିମଧ୍ୟରୁ 130 ଜଣ ମହିଳା ପ୍ରାର୍ଥୀ, 827 ଜଣ ପୁରୁଷ ପ୍ରାର୍ଥୀ ଏବଂ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି । ସର୍ବାଧିକ ପ୍ରାର୍ଥୀ ରାୟପୁର ଜିଲ୍ଲାରେ ଅଛନ୍ତି, ଯେଉଁଠାରୁ 122 ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ​​ଅଛନ୍ତି । ରାୟପୁର ପଶ୍ଚିମ ବିଧାନସଭା ଆସନରେ ସର୍ବାଧିକ 26 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ, ଡୋଣ୍ଡିଲୋହାରା ବିଧାନସଭା ଆସନରେ 4 ଜଣ ପ୍ରାର୍ଥୀ ଅଛନ୍ତି । ପ୍ରତାପପୁର ବିଧାନସଭା ଆସନରେ ସର୍ବାଧିକ 7 ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ସୁରଗୁଜା ଡିଭିଜନର ପାଥାଲଗାଓଁ ବିଧାନସଭା ଆସନରେ ବୟସ୍କ ପ୍ରାର୍ଥୀ ରାମପୁକାର ସିଂହ ଲଢ଼ୁଛନ୍ତି, ଯାହାଙ୍କ ବୟସ 85 ବର୍ଷ । ଦ୍ବିତୀୟ ପର୍ଯ୍ୟାୟ ଭୋଟରେ 24 ଜଣ ମୁସଲିମ୍ ପ୍ରାର୍ଥୀ ଥିବା ବେଳେ, ଏଥିରୁ 4 ଜଣ ହେଉଛନ୍ତି ମହିଳା ପ୍ରାର୍ଥୀ ।

ଏହା ମଧ୍ୟ ପଢ଼ନ୍ତୁ: Chhattisgarh Election: ପ୍ରଥମ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର, ମଙ୍ଗଳବାର 20 ଆସନରେ ମତଦାନ

କେଉଁ ଦଳରୁ କେତେ ପ୍ରାର୍ଥୀ: ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟରେ ସମସ୍ତ ୭୦ ଆସନରେ ପ୍ରାର୍ଥୀ ଦେଇଛନ୍ତି କଂଗ୍ରେସ ଏବଂ ବିଜେପି । ଆମ ଆଦମୀ ପାର୍ଟିରୁ 44 ଜଣ ପ୍ରାର୍ଥୀ ମୈଦାନରେ ଥିବା ବେଳେ, ବିଏସପିରୁ 44, ଜେସିସିଜେରୁ 67, 357 ଜଣ ସ୍ବାଧୀନ ପ୍ରାର୍ଥୀ ଏବଂ ଅନ୍ୟାନ୍ୟ ଦଳଗୁଡ଼ିକରୁ ୩୦୪ ଜଣ ଛିଡ଼ା ହୋଇଛନ୍ତି । ଛତିଶଗଡ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ମୋଟ 130 ଜଣ ମହିଳା ଅର୍ଥାତ୍ 14 ପ୍ରତିଶତ ମହିଳା ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଯେଉଁଥିରେ କଂଗ୍ରେସରୁ 15 ଜଣ ମହିଳା ପ୍ରାର୍ଥୀ ଏବଂ ବିଜେପିର 12 ଜଣ ପ୍ରାର୍ଥୀ ଅଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ: Exclusive: 'କଂଗ୍ରେସ ପ୍ରତିଶୃତି ପୂରଣ କରେ, ମୋଦିଙ୍କ ପ୍ରତିଶ୍ରୁତି ଗ୍ଯାରେଣ୍ଟି ନାହିଁ'

କେଉଁ ଦଳରେ କେତେ କୋଟିପତି ପ୍ରାର୍ଥୀ : ଦ୍ବିତୀୟ ପର୍ଯ୍ୟାୟ ଭୋଟରେ କେଉଁମାନେ କରୋଡ଼ପତି ପ୍ରାର୍ଥୀ ଆସନ୍ତୁ ଜାଣିବା । ଏହି ପର୍ଯ୍ୟାୟରେ ମୋଟ 958 ଜଣ ପ୍ରାର୍ଥୀ ମୈଦାନରେ ଥିବା ବେଳେ, ସେଥିରୁ 253 ହେଉଛନ୍ତି କୋଟିପତି । କୋଟିପତି ପ୍ରାର୍ଥୀଙ୍କ ମଧ୍ୟରୁ କଂଗ୍ରେସରୁ 60 ଜଣ ପ୍ରାର୍ଥୀ ଥିବା ବେଳେ, ବିଜେପିରୁ 57, ନିର୍ଦ୍ଦଳୀୟ 44 ଜଣ, ଆମ ଆଦମୀ ପାର୍ଟିରୁ 19 ଜମ, JCCJରୁ 26 ଜଣ, CPIରୁ 1, BSPରୁ 15 ଜଣ ଏବଂ ଅନ୍ୟଦଳରୁ 4 ଜଣ ପ୍ରାର୍ଥୀ ହେଉଛନ୍ତି କୋଟିପତି । ଦ୍ବିତୀୟ ପର୍ଯ୍ୟାୟରେ ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି ଉପମୁଖ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓ । ତାଙ୍କର ସଂପତ୍ତି ୪୪୭ କୋଟି ।

ନଭେମ୍ବର ୭ ତାରିଖରେ ପ୍ରଥମ ପର୍ଯ୍ୟାୟ ୨୦ଟି ଆସନରେ ଭୋଟ ନିଆଯାଇଥିବା ବେଳେ, ଦ୍ବିତୀୟ ପର୍ଯ୍ୟାୟରେ ୨୨ଟି ଜିଲ୍ଲାରେ ୭୦ ଆସନରେ ମତଦାନ ହେଉଛି । ଚଳିତ ନିର୍ବାଚନରେ ମୁଖ୍ୟତଃ ଶାସକ ଦଳ କଂଗ୍ରେସ ଏବଂ ବିରୋଧୀ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେଉଥିବା ବେଳେ, ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପୁଣି ଥରେ କ୍ଷମତାକୁ ଫେରିବେ ନା, ବାଜି ପଲଟିବ, ତା ଉପରେ ରହିଛି ସମସ୍ତଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.