ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ଦେଶ ମାତୃକାର ସନ୍ତାନ ତଥା ମରାଠାର ରାଜା ଛତ୍ରପତି ଶିବାଜୀଙ୍କ ଜନ୍ମ ଜୟନ୍ତୀ । ଶିବାଜୀଙ୍କର ଜନ୍ମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଆଜି ଶିବାଜୀଙ୍କ 391ତମ ଜନ୍ମ ବାର୍ଷିକୀ । ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ଭାରତର ଜଣେ ସାହାସୀ ଶାସକ ତଥା ମରାଠା ରାଜ୍ୟର ପ୍ରତିଷ୍ଠାତା ଭାବରେ ବେଶ ଜଣାଶୁଣା ଥିଲେ ଶିବାଜୀ । ତାଙ୍କର ଏହି ଦିନକୁ ମହାରାଷ୍ଟ୍ର ସରକାର ପକ୍ଷରୁ ଛୁଟି ଘୋଷଣା କରାଯାଇଛି ।
ଶିବାଜୀଙ୍କ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଦେଇ କହିଛନ୍ତି ଦେଶ ମାତୃକାର ସୁଯୋଗ୍ୟ ସନ୍ତାନ ଛତ୍ରପତି ଶିବାଜୀଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ କୋଟି କୋଟି ପ୍ରଣାମ । ତାଙ୍କ ଅଦ୍ୟମ ସାହାସ, ଅସାଧାରଣ ବୁଦ୍ଧିମତା ଦେଶବାସୀଙ୍କୁ ସବୁବେଳେ ପ୍ରେରଣା ଯୋଗାଇବ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହା ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଛତ୍ରପତି ଶିବାଜୀଙ୍କ ଜୟନ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶିବାଜୀ ଜଣେ ମହାନ ଯୋଦ୍ଧା, ପ୍ରତାପୀ ସେନାନାୟକ ଏବନଂ ଜଣେ ପ୍ରଜାପାଳକ ଶାସକ ଥିଲେ । ଶିବାଜୀ ସର୍ବଦା ଲୋକ ଓ ରାଷ୍ଟ୍ରର ହିତ ପାଇଁ କାମ କରୁଥିଲେ ବୋଲି ଟ୍ବିଟ କରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
ରାଷ୍ଟ୍ର ଜୀବନର ପ୍ରତିଛବି ଛତ୍ରପତି ଶିବାଜୀ ମହାରାଜ ତାଙ୍କ ଅଦ୍ଭୁତ ବୁଦ୍ଧିମତା,ସାହାସ ଓ ଉତ୍କୃଷ୍ଟ ପ୍ରଶାସନିକ କୌଶଳରେ ଏକ ସୁଶାସନର ପ୍ରତିଷ୍ଠା କରିଥିଲେ । ରାଷ୍ଟ୍ରର ଗୌରବଙ୍କ ଜନ୍ମ ଜୟନ୍ତୀରେ ଶିବାଜୀଙ୍କୁ କୋଟି କୋଟି ପ୍ରଣାମ ଜ୍ଞାପନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ।
ଏହା ସହିତ ବିଜେପିରେ ଅନ୍ୟ ନେତା ଓ କ୍ରୀଡାବିତମାନେ ଛତ୍ରପତି ଶିବାଜୀଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅଜିଙ୍କ୍ୟ ରାହାଣେ ଲେଖିଛନ୍ତି, "ଆଜି ତାଙ୍କ ଜନ୍ମ ବାର୍ଷିକୀରେ ଛତ୍ରପତି ଶିବାଜୀ ମହାରାଜଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ତାଙ୍କର ସାହସ ଏବଂ ବଳିଦାନ ଆଗାମୀ ପିଢିକୁ ପ୍ରେରଣା ଯୋଗାଇବ । ଶିବାଜୀ ମହାରାଜାଙ୍କ ସମ୍ମାନାର୍ଥେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଦିନ ପାଳନ କରାଯାଏ। ଲୋକମାନେ ଶିବାଜୀଙ୍କ ଜୀବନକୁ ନେଇ ଚିତ୍ରିତ ନାଟକ ଆୟୋଜନ କରନ୍ତି | ମହାରାଷ୍ଟ୍ରବାସୀ ଏହାକୁ ଗର୍ବ ଏବଂ ସମ୍ମାନର ଦିନ ଭାବରେ ପାଳନ କରନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ