ETV Bharat / bharat

ବନ୍ଦ କୋଠରୀରେ ସ୍ବାମୀର ମୃତଦେହ ସହ ଦୁଇ ଦିନ ରହିଲେ ପତ୍ନୀ - ସ୍ବାମୀର ମୃତଦେହ ସହ ବନ୍ଦ କୋଠରୀରେ ଦୁଇ ଦିନ ରହିଲେ ସ୍ତ୍ରୀ

ସ୍ବାମୀର ମୃତଦେହ ସହ ବନ୍ଦ କୋଠରୀରେ ଦୁଇ ଦିନ ରହିଲେ ମାନସିକ ବିକୃତ ସ୍ତ୍ରୀ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଚେନ୍ନାଇର ପୁରସାୱାଲକମ୍ ଅଞ୍ଚଳରେ । ଅଧିକ ପଢନ୍ତୁ

ବନ୍ଦ କୋଠରୀରେ ସ୍ବାମୀର ମୃତଦେହ ସହ ଦୁଇ ଦିନ ରହିଲେ ସ୍ତ୍ରୀ

author img

By

Published : May 26, 2022, 9:01 AM IST

ଚେନ୍ନାଇ: ସ୍ବାମୀର ମୃତଦେହ ସହ ବନ୍ଦ କୋଠରୀରେ ଦୁଇ ଦିନ ରହିଲେ ମାନସିକ ବିକୃତ ସ୍ତ୍ରୀ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଚେନ୍ନାଇର ପୁରସାୱାଲକମ୍ ଅଞ୍ଚଳରେ । ମାନସିକ ରୋଗରେ ପୀଡିତ ଜଣେ 48 ବର୍ଷ ବୟସ୍କା ମହିଳା ମୃତ ସ୍ୱାମୀଙ୍କ ମୃତଦେହ ସହିତ ତାଲା ପଡିଥିବା ଘରେ ପ୍ରାୟ ଦୁଇ ଦିନ ରହିଥିଲେ । ମୃତ ମହିଳା ଜଣକ ହେଉଛନ୍ତି ପୁରସ୍କାଲକମର ଅଶୋକ ବାବୁ(୫୩) । ମାନସିକ ରୋଗରେ ପୀଡିତ ତାଙ୍କ ପତ୍ନୀ ପଦ୍ମିନୀ (48) ନିଜ ସ୍ବାମୀଙ୍କ ସହ ରହୁଥିଲେ । ଏହି ଦମ୍ପତିଙ୍କ ଗୋଟେ ପୁଅ ଏବଂ ଗୋଟେ ଝିଅ ରହିଥିବା ବେଳେ ସେମାନେ ବେଙ୍ଗାଲୁରୁର ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ ।

ତେବେ ଦୁଇ ଦିନ ଧରି ତାଙ୍କ ଝିଅ ଘରକୁ ଫୋନ କରିଥିଲେ ସୁଦ୍ଧା କେହି ଫୋନ ଉଠାଇ ନଥିଲେ । ଏହାପରେ ଝିଅ ଆରତୀ ତାମିଲନାଡୁର ଭେପେରୀ ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିଥିଲା । ଅଶୋକ ବାବୁଙ୍କ ଉଲଗ୍ନ ଅବସ୍ଥାରେ ମୃତଦେହ ପଡିଥିବା ବେଳେ ତାଙ୍କ ପତ୍ନୀ ସ୍ୱାମୀଙ୍କ ମୃତଦେହ ନିକଟରେ ବସିଥିବାର ଦେଖିବାକୁ ମିଳିଥିଲା । ଏହାପରେ ପୋଲିସ ମୃତଦେହକୁ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପଦ୍ମିନୀଙ୍କୁ ଚିକିତ୍ସା ପାଇଁ ମାନସିକ ସ୍ୱାସ୍ଥ୍ୟ ଡାକ୍ତରଖାନାକୁ ପଠାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.