ETV Bharat / bharat

ନବନିର୍ବାଚିତ ଚେନ୍ନାଇ ମେୟର ପିନ୍ଧିଲେ ୪୦ ଲକ୍ଷର ସୁନାଚେନ - ଚେନ୍ନାଇ ମେୟରଙ୍କ ସୁନା ଚେନ ପରମ୍ପରା

ଚେନ୍ନାଇ ନବନିର୍ବାଚିତ ମେୟର ପ୍ରିୟା ରାଜନ ପିନ୍ଧିଲେ ପାରମ୍ପାରିକ ସୁନାଚେନ । ସୁନାଚେନ ପିନ୍ଧିବାର ରହିଛି ଦୀର୍ଘବର୍ଷର ପରମ୍ପରା । ସର୍ବକନିଷ୍ଠ ଓ ପ୍ରଥମ ଦଳିତ ମହିଳା ମେୟର ଭାବେ ଦାୟିତ୍ବ ନେଲେ ପ୍ରିୟା । ଅଧିକ ପଢନ୍ତୁ

ନବନିର୍ବାଚିତ ଚେନ୍ନାଇ ମେୟର ପିନ୍ଧିଲେ ୪୦ ଲକ୍ଷର ସୁନାଚେନ

author img

By

Published : Mar 5, 2022, 5:17 PM IST

ଚେନ୍ନାଇ: ଚେନ୍ନାଇର ନବନିର୍ବାଚିତ 49ତମ ମେୟର ପିନ୍ଧିଲେ ପାରମ୍ପାରିକ 820 ଗ୍ରାମର ସୁନା ଚେନ । ଗତକାଲି ଚେନ୍ନାଇର ସର୍ବକନିଷ୍ଠ ମେୟର ଭେବେ ନିର୍ବାଚିତ ହୋଇଥିବା ପ୍ରିୟା ରାଜନ ଆଜି ଶପଥ ଗ୍ରହଣ ଉତ୍ସବରେ ପାରମ୍ପାରିକ ଭାବେ ଏହି ସୁନା ଚେନକୁ ପିନ୍ଧି ଦାୟିତ୍ବ ଗ୍ରହଣ କରିଛନ୍ତି, ଯାହାର ମୂଲ୍ୟ ୪୧ ଲକ୍ଷ ଟଙ୍କା । ତାମିଲନାଡୁରେ ଏହି ପରମ୍ପରା ଦୀର୍ଘ ବର୍ଷରୁ ପ୍ରଚଳିତ ହୋଇଆସୁଛି ।

ନବନିର୍ବାଚିତ ଚେନ୍ନାଇ ମେୟର ପିନ୍ଧିଲେ ୪୦ ଲକ୍ଷର ସୁନାଚେନ
ନବନିର୍ବାଚିତ ଚେନ୍ନାଇ ମେୟର ପିନ୍ଧିଲେ ୪୦ ଲକ୍ଷର ସୁନାଚେନ

ପୂର୍ବତନ ବିଧାୟକ ଚେଙ୍ଗାଇ ସିଭାମଙ୍କ ନାତୁଣୀ ପ୍ରିୟା ରାଜନ ହେଉଛନ୍ତି ତାମିଲନାଡୁ ଇତିହାସର ପ୍ରଥମ ଦଲିତ ମହିଳା ତଥା ସର୍ବକନିଷ୍ଠ ମେୟର । କେବଳ ସେତିକି ନୁହେଂ ସେ ମଧ୍ୟ ଚେନ୍ନାଇର ସବୁଠୁ କନିଷ୍ଠ ତଥା ତୃତୀୟ ମହିଳା ମେୟର ଭାବେ ରେକର୍ଡ କରିଛନ୍ତି । 1958 ମସିହାରେ ତର ଚେରିୟାନ୍ ଏବଂ 1971ରେ କାମାକ୍ଷୀ ଜୟରାମନଙ୍କ ପରେ ପ୍ରିୟା ହେଉଛନ୍ତି ତୃତୀୟ ମହିଳା ।

ନବନିର୍ବାଚିତ ଚେନ୍ନାଇ ମେୟର ପିନ୍ଧିଲେ ୪୦ ଲକ୍ଷର ସୁନାଚେନ ନବନିର୍ବାଚିତ ଚେନ୍ନାଇ ମେୟର ପିନ୍ଧିଲେ ୪୦ ଲକ୍ଷର ସୁନାଚେନ

ତେବେ ରାଜ୍ୟରେ ପ୍ରଚଳିତ ସୁନା ପରମ୍ପର ସମ୍ପର୍କରେ ପୂର୍ବତନ ମେୟର ଏମ ଥିରଭିୟାମଙ୍କ ସୂଚନା ଅନୁଯାୟୀ,ଏହି ପରମ୍ପରା ପ୍ରଥମେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିଲା । ପ୍ରଥମେ ଏହି ଚେନକୁ ମଦୁରାଇ ସହରର ମେୟରଙ୍କୁ ପ୍ରଦାନ କରାଯାଇଥିଲା ।

ପୂର୍ବତନ ମେୟର ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ତେବେ ଏହି ଚେନକୁ ପରିଧାନ କରିବାର ଏକ ନିର୍ଦ୍ଦିଷ୍ଟ ବିଧି ମଧ୍ୟ ରହିଛି । ମେୟର କେବଳ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିଥିବା ସରକାରୀ କାର୍ଯ୍ୟକ୍ରମରେ ଏହାକୁ ପିନ୍ଧି ଉପସ୍ଥିତ ହେବେ । ଅବଶିଷ୍ଟ ସମୟରେ ଏହାକୁ ବ୍ୟାଙ୍କ ଲକରରେ ରଖାଯାଇଥାଏ । ଏହା ଏକ ପରମ୍ପରା ହୋଇଥିବା ଯୋଗୁଁ ଏହାର ମୂଳ ଡିଜାଇନକୁ ମଧ୍ୟ ପରିବର୍ତ୍ତନ କରିବା ପାଇଁ କୌଣସି ବିଭାଗ ଅଧିକୃତ ନୁହେଁ । କେବଳ ରକ୍ଷଣାବେକ୍ଷଣ ଦୃଷ୍ଟିରୁ ଆବଶ୍ୟକସ୍ଥଳେ ଅନୁମତି ସହ ପଲିସି କରାଯାଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.