ETV Bharat / bharat

ସାମ୍ବାଦିକ-ବିଚାରପତିଙ୍କ ପରିବାରକୁ ଟିକା ଦେବେ ଛତିଶଗଡ଼ ସରକାର - ଛତିଶଗଡ ସରକାର

ଛତିଶଗଡ଼ରେ ସାମ୍ବାଦିକ ଓ ବିଚାରପତିଙ୍କ ସମେତ ସେମାନଙ୍କ ପରିବାରକୁ ଟିକା ଦେବାକୁ ସରକାରଙ୍କ ଘୋଷଣା । ଅଧିକ ପଢନ୍ତୁ...

ସାମ୍ବାଦିକ-ବିଚାରପତିଙ୍କ ସମେତ ପରିବାରକୁ ଟିକା ଦେବେ ଛତିଶଗଡ଼ ସରକାର

author img

By

Published : May 10, 2021, 2:19 PM IST

ରାୟପୁର: ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ଦେଖି ଛତିଶଗଡ଼ ସରକାର ଗ୍ରହଣ କରିଛନ୍ତି ଏକ ଅଭିନବ ପଦକ୍ଷେପ । ରାଜ୍ୟରେ ସାମ୍ବାଦିକ, ବିଚାରପତିଙ୍କ ସମେତ ସେମାନଙ୍କ ପରିବାର ସଦସ୍ୟଙ୍କୁ କୋଭିଡ଼ ଯୋଦ୍ଧା ଭାବେ ପ୍ରାଥମିକତା ଆଧାରରେ ଟିକା ଦେବା ପାଇଁ ଛତିଶଗଡ଼ ସରକାର ଘୋଷଣା କରିଛନ୍ତି ।

କୋଭିଡ଼ ଯୋଦ୍ଧାମାନଙ୍କୁ ବିଭିନ୍ନ ଶ୍ରେଣୀରେ ଭାଗ କରାଯାଇ ଟିକା ଦିଆଯିବ ସହିତ ସାମ୍ବାଦିକ ଓ ବିଚାରପତିଙ୍କ ସମେତ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ କୋରୋନା ଯୋଦ୍ଧା ଭାବେ ପରିଗଣିତ କରାଯାଇ ଟିକା ଦିଆଯିବ । ଏ ସମ୍ପର୍କରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଘୋଷଣା କରିଛନ୍ତି । ଦେଶରେ ଅନେକ ରାଜ୍ୟରେ ସାମ୍ବାଦିକ ଓ ବିଚାରପତିମାନଙ୍କୁ ଟୀକାକରଣ କରାଯାଉଥିବା ବେଳେ ଛତିଶଗଡ଼ ସରକାର ପାଦେ ଆଗକୁ ଯାଇ ସେମାନଙ୍କ ପରିବାରକୁ ଟିକା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ବଘେଲ ଓ ଟୀକାକରଣକୁ ପରିଚାଳନା କରୁଥିବା ମୁଖ୍ୟ ଶାସନ ସଚିବଙ୍କ କମିଟି କୋଭିଡ଼ ଯୋଦ୍ଧାଙ୍କ ଟୀକାକରଣ ଲାଗି କେତୋଟି ଶ୍ରେଣୀ ଗଠନ କରିଥିଲେ । ଯେଉଁଥିରେ ସ୍ବାସ୍ଥ୍ୟକର୍ମୀ, ଖାଦ୍ୟ ବଣ୍ଟନକାରୀ, ପରିବା ବିକାଳୀ, ବସ ଡ୍ରାଇଭର ଓ କଣ୍ଡକ୍ଟର, ଅଙ୍ଗନୱାଡି କର୍ମୀ, ପଞ୍ଚାୟତ ସ୍ତରର କର୍ମୀ, ବିକାଳୀ, ବିଭିନ୍ନ ଅନୁଷ୍ଠାନରେ ରହୁଥିବା ୱାଡେନ, ରାଜ୍ୟ ସରକାରଙ୍କ କର୍ମୀ ତଥା ଲୋକସେବାରେ ନିୟୋଜିତ କର୍ମୀଙ୍କ ସମେତ ସେମାନଙ୍କ ପରିବାରକୁ ମଧ୍ୟ ଟିକା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

କୋଭିଡ ଯୋଦ୍ଧା ମାନଙ୍କ ମଧ୍ୟରେ ରାସନ ଓ APL କାର୍ଡଧାରୀମାନେ ରାସନ କାର୍ଡରେ ଅନ୍ତର୍ଭୁକ୍ତ ହେବାକୁ ଥିବା ବେଳେ ଯେଉଁ କୋରୋନା ଯୋଦ୍ଧାଙ୍କ ନିକଟରେ କାର୍ଡ ନାହିଁ ସେମାନେ କୋରୋନା ଯୋଦ୍ଧା ବିଭାଗରେ ଅନ୍ତର୍ଭୁକ୍ତ ହୋଇ ଟିକା ନେଇପାରିବେ ବୋଲି ଛତିଶଗଡ଼ ସରକାର ଘୋଷଣା କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟବାସୀ ପ୍ରଶଂସା କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.