ETV Bharat / bharat

କୋରୋନା ଭୟ: ପୁଣି ଚାରିଧାମ ଯାତ୍ରା ଉପରେ ରୋକ ଲଗାଇଲେ ସରକାର

author img

By

Published : Apr 29, 2021, 2:18 PM IST

ଦେଶରେ କୋରନାର ଦ୍ବିତୀୟ ଲହରୀ ସଂକ୍ରମଣ ଗ୍ରାଫ ଲଗାତାର ଉପର ମୁହାଁ ହେବାକୁ ଲାଗିଥିବା ବେଳେ ପରିସ୍ଥିତିରେ ସୁଧାର ଆଣିବା ପାଇଁ ସରକାର ନେଇଛନ୍ତି ଏକ ବଡ ନିଷ୍ପତ୍ତି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଚାରିଧାମ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି ଉତ୍ତରାଖଣ୍ଡ ସରକାର । ଅଧିକ ପଡନ୍ତୁ...

କୋରୋନା ଭୟ: ପୁଣି ଚାରିଧାମ ଯାତ୍ରା ଉପରେ ରୋକ ଲଗାଇଲେ ସରକାର
କୋରୋନା ଭୟ: ପୁଣି ଚାରିଧାମ ଯାତ୍ରା ଉପରେ ରୋକ ଲଗାଇଲେ ସରକାର

ଡେରାଡୁନ: ସାରାଦେଶରେ ଏବେ ହଇଚଇ ସୃଷ୍ଟି କରିଛି ମହାମାରୀ କୋରୋନା । ଦେଶରେ କୋରୋନାର ଦ୍ବିତୀୟ ଲହରୀ ସଂକ୍ରମଣ ଗ୍ରାଫ ଲଗାତାର ଉପର ମୁହାଁ ହେବାକୁ ଲାଗିଥିବା ବେଳେ ପରିସ୍ଥିତିରେ ସୁଧାର ଆଣିବା ପାଇଁ ସରକାର ନେଇଛନ୍ତି ଏକ ବଡ ନିଷ୍ପତ୍ତି । ଉତ୍ତରାଖଣ୍ଡରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଚାରିଧାମ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି ଉତ୍ତରାଖଣ୍ଡ ସରକାର । କେବଳ ମନ୍ଦିରର ପୁରୋହିତଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ବୋଲି ସିଏମ୍ ତିରଥ ସିଂ ରାୱତ ନିଜେ ଏହି ସୂଚନା ଦେଇଛନ୍ତି ।

ସରକାର ଏହା ମଧ୍ୟ କହିଛନ୍ତି ଯେ, 17 ମଇରେ କେଦାରନାଥଙ୍କ ଦ୍ବାର ଏବଂ 18 ମଇରେ ବଦ୍ରିନାଥଙ୍କ ଦ୍ବାର ଖୋଲାଯିବ । ଏହା ସହିତ 14 ମଇରେ ଯମୁନୋତ୍ରୀ ଧାମର ଦ୍ବାର ଏବଂ 15 ମଇରେ ଗଙ୍ଗୋତ୍ରୀ ଧାମ ଖୋଲାଯିବ । ସିଏମଙ୍କ କହିବାନୁସାରେ, କୋରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ସମୟ ମଧ୍ୟରେ ରାଜ୍ୟ ତଥା ବାହାର ରାଜ୍ୟରୁ କୌଣସି ଭକ୍ତଙ୍କୁ ଚାରଦାମ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ ନାହିଁ । ଏଥି ସହିତ, ଧାର୍ଯ୍ୟ ତାରିଖରେ ଚାରି ଧାମର ଦ୍ବାର ଖୋଲିବା ପରେ କେବଳ ମନ୍ଦିରର ପୁରୋହିତଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.