ETV Bharat / bharat

Chardham Yatra: ପଞ୍ଜିକରଣ ପୋର୍ଟାଲରେ ସମସ୍ୟା, କମିପାରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା

ମେ ୩ରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା । ପଞ୍ଜିକରଣ ପୋର୍ଟାଲରେ ସମସ୍ୟା । ଅଧିକ ପଢନ୍ତୁ

Chardham Yatra: ପଞ୍ଜିକରଣ ପୋର୍ଟାଲରେ ସମସ୍ୟା, କମିପାରେ ତିର୍ଥଯାତ୍ରୀଙ୍କ ସଂଖ୍ୟା

author img

By

Published : May 8, 2022, 3:37 PM IST

ଡେରାଡୁନ: ମେ ୩ରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା । 6 ମେ ସୁଦ୍ଧା 7,38,000ରୁ ଅଧିକ ତୀର୍ଥଯାତ୍ରୀ ଟୁରିଷ୍ଟ ସେଫଟି ମ୍ୟାନେଜମେଣ୍ଟ ସିଷ୍ଟମ ପୋର୍ଟାଲ (Tourist Safety Management System portal ) ଚାରିଧାମ ଯାତ୍ରା ପାଇଁ ପଞ୍ଜିକୃତ କରିଛନ୍ତି । ଏନେଇ ଉତ୍ତରାଖଣ୍ତ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଟୁରିଷ୍ଟ ସେଫଟି ମ୍ୟାନେଜମେଣ୍ଟ ସିଷ୍ଟମ ପୋର୍ଟାଲରେ କିଛି ବୈଷୟିକ ସମସ୍ୟା ଦେଖାଦେଇଛି । ଫଳରେ ପର୍ଯ୍ୟଟନ ନିରାପତ୍ତା ପରିଚାଳନା ବ୍ୟବସ୍ଥା ଯାଞ୍ଚ ପ୍ରକ୍ରିୟାରେ ତ୍ରୃଟି ଦେଖାଦେଇଛି । ଏହା ପ୍ରଥମ ଥର ହୋଇଛି । ନେଟୱାର୍କ ଓ ସର୍ଭର ସମସ୍ୟା ହେତୁ ପଞ୍ଜୀକରଣ କରିବାରେ ସମସ୍ୟା ହେଉଛି ।

ଏହି ସମସ୍ୟା ସୁଧାରିବାକୁ ଆଇଟିଡିଏ (ITDA)ର ସାହାଯ୍ୟ ଲୋଡିଛୁ ବୋଲି କହିଛନ୍ତି ଚାରିଧାମ ଯାତ୍ରାର ନୋଡାଲ ଅଫିସର କେକେ ଯୋଶୀ । ସେ ଆହୁରି କହିଛନ୍ତି ଯେ ତୀର୍ଥଯାତ୍ରୀଙ୍କର ପଞ୍ଜିକରଣ ହେଉଛି । ହେଲେ ତଥ୍ୟ ଗୁଡିକ ଅପଲୋଡ କରିବାରେ ସମୟ ଲାଗୁଛି । ଏ ସମସ୍ୟା ନେଇ ଚାରିଧାମ ନିର୍ଦ୍ଦେଶକ ସଂପୃକ୍ତ ଅଧିକାରୀଙ୍କ ସହିତ ଯୋଗାଯୋଗ କରୁଛନ୍ତି । ଖୁବଶୀଘ୍ର ଏ ସମସ୍ୟା ଦୂର ହୋଇଯିବ ।

ଏହି ବ୍ୟବସ୍ଥା ଯାତ୍ରାର ପ୍ରଥମ 45 ଦିନ ପାଇଁ ହୋଇଛି । ପରେ କୋରୋନା ସ୍ଥିତି ଦେଖି ତୀର୍ଥଯାତ୍ରୀଙ୍କ ସଂଖ୍ୟା ବଢାଯିବା ନେଇ ନିଷ୍ପତ୍ତି ନିଆଯିବ । ତେବେ ଚଳିତ ଥର ସରକାର କେଦାରନାଥଙ୍କ ପାଇଁ ଦୈନିକ 12000 ତୀର୍ଥଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ଦେଇଛନ୍ତି । ସେହିପରି ବଦ୍ରିନାଥ ପାଇଁ 15000, ଗାଙ୍ଗୋତ୍ରି ପାଇଁ 7000 ଓ ଯମୁନେତ୍ରୀ ପାଇଁ 4000ରେ ତୀର୍ଥଯାତ୍ରୀ ଚାରିଧାମ ଯାତ୍ରା କରି ପାରିବେ। ତେବେ କେଦାରନାଥର ପ୍ରଥମ ଦିନ ଯାତ୍ରାରେ କିଛି ମାତ୍ରାରେ ଏ କଟକଣା କୋହଳ କରାଯାଇଥିଲା । ତେବେ ଚଳିତବର୍ଷ ଚାରିଧାମ ଯାତ୍ରୀ ପାଇଁ କୋଭିଡ ରିପୋର୍ଟ ଓ ଟୀକାକରଣକୁ ବାଧ୍ୟତାମୂଳକ କରାଯାଇନାହିଁ । ବିନା କୋଭିଡ ରିପୋର୍ଟରେ ତୀର୍ଥଯାତ୍ରୀ ଚାରିଧାମ ଆସିବାକୁ ଅନୁମତି ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.