ETV Bharat / bharat

Chardham Yatra: ଆସିଛନ୍ତି 21 ଲକ୍ଷ 93 ହଜାର 277 ଶ୍ରଦ୍ଧାଳୁ, ଗଲାଣି 170 ଜୀବନ

ଚଳିତ ବର୍ଷ ଚାରିଧାମ ଯାତ୍ରାରେ ଭକ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିବାରେ ଲାଗିଛି। ଏପର୍ଯ୍ୟନ୍ତ 21 ଲକ୍ଷ 93 ହଜାର 277 ତୀର୍ଥଯାତ୍ରୀ ଆସିଛନ୍ତି। ବଦ୍ରିନାଥ ଧାମକୁ ସର୍ବାଧିକ 7 ଲକ୍ଷ 69 ହଜାର 595 ଭକ୍ତ ଆସିଛନ୍ତି। ବର୍ତ୍ତମାନ ସୁଦ୍ଧା 170 ଜଣ ପ୍ରାଣ ହରାଇ ସାରିଛନ୍ତି । ଅଧିକ ପଢନ୍ତୁ

author img

By

Published : Jun 19, 2022, 11:43 AM IST

Chardham yatra
Chardham Yatra: ଆସିଛନ୍ତି 21 ଲକ୍ଷ 93 ହଜାର 277 ଶ୍ରଦ୍ଧାଳୁ, ଗଲାଣି 170 ଜୀବନ

ଡେରାଡୁନ: ସାଧାରଣ ଭକ୍ତଙ୍କ ପାଇଁ ମେ 3 ତାରିଖରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା(Chardham Yatra) । ଚଳିତ ବର୍ଷ ଚାରିଧାମ ଯାତ୍ରାରେ ଭକ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିବାରେ ଲାଗିଛି । ଏପର୍ଯ୍ୟନ୍ତ 21 ଲକ୍ଷ 93 ହଜାର 277 ତୀର୍ଥଯାତ୍ରୀ ଆସିଛନ୍ତି । ବଦ୍ରିନାଥ ଧାମକୁ ସର୍ବାଧିକ 7 ଲକ୍ଷ 69 ହଜାର 595 ଭକ୍ତ ଆସିଛନ୍ତି । ଚାରିଧାମ ଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଚାରିଧାମରେ ବର୍ତ୍ତମାନ ସୁଦ୍ଧା 170 ଜଣ ପ୍ରାଣ ହରାଇ ସାରିଛନ୍ତି ।

ତେବେ ମେ 6ରୁ ଏବେ ଯାଏ 7 ଲକ୍ଷ 35 ହଜାର 785 ଭକ୍ତ ଚାରିଧାମ ଯାତ୍ରା କରିଛନ୍ତି । ଶନିବାର ସକାଳ 8ଟା ସୁଦ୍ଧା 8 ହଜାର 213 ତୀର୍ଥଯାତ୍ରୀ କେଦାରନାଥଙ୍କ ଦର୍ଶନ କରିଛନ୍ତି । ଅନ୍ୟପକ୍ଷରେ ମେ 8 ତାରିଖରୁ ଏବେ ଯାଏ 7 ଲକ୍ଷ 69 ହଜାର 595 ତୀର୍ଥଯାତ୍ରୀ ବଦ୍ରିନାଥ ଦର୍ଶନ କରିସାରିଲେଣି । ତେବେ ଉଭୟ ବଦ୍ରିନାଥ ଓ କେଦାରନାଥରେ 15 ଲକ୍ଷ 5 ହଜାର 375 ଜଣ ତୀର୍ଥଯାତ୍ରୀ ଆସିଛନ୍ତି । ମେ 3ରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ 3 ଲକ୍ଷ 89 ହଜାର 191 ଜଣ ଭକ୍ତ ଗଙ୍ଗୋତ୍ରି ଧାମ ଏବଂ 2 ଲକ୍ଷ 98 ହଜାର 706 ଜଣ ଯମୁନୋତ୍ରୀ ଦର୍ଶନ କରିଛନ୍ତି ।

ଏଥିସହ ଗୁରୁଦ୍ବାର ଶ୍ରୀ ହେମକୁଣ୍ଡ ସାହିବରେ 88 ହଜାରରୁ ଉର୍ଦ୍ଧ୍ବ ତାର୍ଥଯାତ୍ରୀ ଆସିଛନ୍ତି । ସେପଟେ, ଚାରିଧାମ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଚଳିତ ମେ' ମାସରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଏପର୍ଯ୍ୟନ୍ତ 170 ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ପାହାଡ଼ ଅତିକ୍ରମ କରି ଦର୍ଶନ କରିବାକୁ ଯିବାବେଳେ ଅନେକ ଭକ୍ତଙ୍କ ହୃଦଘାତ ଭଳି ସମସ୍ୟା ଦେଖାଦେଇଛି ।

ତୀର୍ଥଯାତ୍ରୀମାନେ ସେମାନଙ୍କ ଯାତ୍ରା ଆରମ୍ଭ ହେବା ପୂର୍ବରୁ ନିଜ ପାଖରେ ଆବଶ୍ୟକ ପରିମାଣରେ ଔଷଧ ସହ ଗରମ କପଡା ସାଙ୍ଗରେ ଆଣିବା ଉଚିତ୍‌ । ଏହାସହ ଯାତ୍ରା ସମୟରେ ଠିକ ସମୟରେ ଖାଦ୍ୟ ଖାଇବା ସହ ପାଣି ମଧ୍ୟ ଯଥେଷ୍ଟ ପରିମାଣରେ ପିଇବା ଉଚିତ୍‌ । ଯାତ୍ରା ଆରମ୍ଭ ପୂର୍ବରୁ ପଞ୍ଜିକରଣ କରାଇବା ନିହାତି ଆବଶ୍ୟକ । ଚାରିଧାମ ଯାତ୍ରା ପୂର୍ବରୁ ଏହି ୱେବସାଇଟ୍ https://registrationandtouristcare.uk.gov.in ରେ ପଞ୍ଜୀକୃତ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.