ନୂଆଦିଲ୍ଲୀ: ପଞ୍ଜାବରେ ରାଜନୈତିକ ମହାସଂଗ୍ରାମ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି । ପାଖାପାଖି ଏକ ଘଣ୍ଟା ଧରି ଚାଲିଥିଲା ପିଏମ ମୋଦି ଓ ସିଏମ ଚନ୍ନିଙ୍କ ମଧ୍ୟରେ ବୈଠକ । 20 ସେପ୍ଟେମ୍ବରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଚନ୍ନିଙ୍କ ଏହା ପ୍ରଥମ ବୈଠକ ।
-
The Chief Minister of Punjab, Shri @CHARANJITCHANNI called on PM @narendramodi. @CMOPb pic.twitter.com/SOnaKFYd9O
— PMO India (@PMOIndia) October 1, 2021 " class="align-text-top noRightClick twitterSection" data="
">The Chief Minister of Punjab, Shri @CHARANJITCHANNI called on PM @narendramodi. @CMOPb pic.twitter.com/SOnaKFYd9O
— PMO India (@PMOIndia) October 1, 2021The Chief Minister of Punjab, Shri @CHARANJITCHANNI called on PM @narendramodi. @CMOPb pic.twitter.com/SOnaKFYd9O
— PMO India (@PMOIndia) October 1, 2021
ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କୁ ମଧ୍ୟ ଭେଟିପାରନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି । ଏହି ସମୟରେ ନବଜୋତ ସିଂ ସିଦ୍ଧୁଙ୍କ ସହ ହୋଇଥିବା ଆଲୋଚନା ନେଇ କଂଗ୍ରେସ ହାଇକମାଣ୍ଡଙ୍କୁ ଅବଗତ କରାଇପାରନ୍ତି ମୁଖ୍ୟମନ୍ତ୍ରୀ । ଚନ୍ନି ସରକାରଙ୍କ ନିଷ୍ପତ୍ତି ଉପରେ ଅସନ୍ତୋଷ ଜାହିର କରି ଇସ୍ତଫା ଦେଇଛନ୍ତି ସିଦ୍ଧୁ । ଏହାପରେ ଗୁରୁବାର ଉଭୟ ଚନ୍ନି ଓ ସିଦ୍ଧଙ୍କ ମଧ୍ୟରେ ଦୁଇ ଘଣ୍ଟା ଧରି ବୈଠକ ଚାଲିଥିଲା ।
ଏପଟେ ପ୍ରତି ଘଣ୍ଟାରେ କଡ ଲେଉଟାଉଛି ପଞ୍ଜାବ ରାଜନୀତି । କଂଗ୍ରେସ ରାଜନୀତି ସୂତା ଆହୁରି ଅଡୁଆ ହେବାରେ ଲାଗିଛି । ବୁଧବାର କ୍ୟାପ୍ଟେନ ଅମରିନ୍ଦର ସିଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ଏବେ ପଞ୍ଜାବ ରାଜନୀତିରେ ବଡ ଭୂମିକମ୍ପ ସୃଷ୍ଟି ହୋଇଥିଲା । ଦିଲ୍ଲୀ ଗସ୍ତରୁ ଫେରି ଚଣ୍ଡିଗଡରେ ପହଁଞ୍ଚିବା ପରେ କ୍ୟାପ୍ଟେନ ଅମରିନ୍ଦର ସିଂ କଂଗ୍ରେସ ଛାଡିବାକୁ ନେଇ ଦେଇଥିଲେ ବଡ ବୟାନ । ଏବେ ଆଉ କଂଗ୍ରେସର ଅଂଶ ହୋଇ ରହିନଥିବା କହିଥିଲେ ଅମରିନ୍ଦର । ତେବେ ବିଜେପିରେ ଯୋଗ ଦେବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗିରହିଥିଲା ଏହା ଉପରେ ମଧ୍ୟ କ୍ୟାପ୍ଟେନ ପୂର୍ଣ୍ଣଛେଦ ପକାଇ ସାରିଛନ୍ତି । ବିଜେପିରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରି କହିଥିଲେ କ୍ୟାପ୍ଟେନ ।
ସେପଟେ ସିଦ୍ଧୁଙ୍କୁ ନେଇ ଏବେ ବି ସସପେନ୍ସ ଲାଗି ରହିଛି । ଗୁରୁବାର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହଙ୍କୁ ଭେଟିଥିଲେ ସିଦ୍ଧୁ । ନୂଆ କ୍ୟାବିନେଟ ଗଠନ ନେଇ ଖପ୍ପା ସିଦ୍ଧୁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ । କିଛି କ୍ୟାବିନେଟ ମନ୍ତ୍ରୀ ଓ ଡିଜିପିଙ୍କ ନିଯୁକ୍ତ ନେଇ ସିଦ୍ଧୁଙ୍କ ଆପତ୍ତି ରହିଥିଲା ।