ଚଣ୍ଡିଗଡ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚରଣଜିତ ସିଂହ ଚନ୍ନୀ । ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ହାଇକମାଣ୍ଡ । ଚରଣଜିତ ସିଂହ ସୋମବାର ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଭାବରେ ନେବେ ଶପଥ । ନାଁ ଘୋଷଣା ପରେ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଭେଟିଛନ୍ତି ଚରଣଜିତ ସିଂହ ।
-
Congratulations to Shri Charanjit Singh Channi Ji for the new responsibility.
— Rahul Gandhi (@RahulGandhi) September 19, 2021 " class="align-text-top noRightClick twitterSection" data="
We must continue to fulfill the promises made to the people of Punjab. Their trust is of paramount importance.
">Congratulations to Shri Charanjit Singh Channi Ji for the new responsibility.
— Rahul Gandhi (@RahulGandhi) September 19, 2021
We must continue to fulfill the promises made to the people of Punjab. Their trust is of paramount importance.Congratulations to Shri Charanjit Singh Channi Ji for the new responsibility.
— Rahul Gandhi (@RahulGandhi) September 19, 2021
We must continue to fulfill the promises made to the people of Punjab. Their trust is of paramount importance.
ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚେହେରା ନେଇ ଦୀର୍ଘ ଘଣ୍ଟାର ବୈଠକ ପରେ ଚରଣଜିତ ସିଂହ ଚନ୍ନୀଙ୍କ ନାଁରେ ବାଜିଛି ମୋହର । ପ୍ରଥମ ଥର ରାଜ୍ୟର ଦଳିତ ନେତା ଭାବରେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବେ ଚନ୍ନୀ । ପଞ୍ଜାବରେ ହାଇଭୋଲ୍ଟେଜ ଡ୍ରାମା ମଧ୍ୟରେ ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପ୍ଟେନ ଅମରିନ୍ଦର ସିଂ । ଏହାସହିତ କ୍ୟାପ୍ଟେନଙ୍କ କ୍ୟାବିନେଟ ମଧ୍ୟ ଦେଇଥିଲା ଇସ୍ତଫା ।
ଚନ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ମାତ୍ରେ ଅଭିନନ୍ଦନର ସୁଅ ଛୁଟିଛି । କଂଗ୍ରେସର ବରିଷ୍ଠ ନେତା ଅମରିନ୍ଦର ସିଂ ଚରଣଜିତ ସିଂ ଚନ୍ନୀଙ୍କୁ ଅଭିନନ୍ଦନ ଜଣାଇବା ସହ ପଞ୍ଜାବର ସୀମା ତଥା ଲୋକଙ୍କୁ ସୁରକ୍ଷା ଦେବାରେ ସେ ସକ୍ଷମ ହେବେ ବୋଲି ଆଶା ପ୍ରକଟ କରିଛନ୍ତି।
ଅମରିନ୍ଦର ସିଂ କହିଛନ୍ତି, ଚରଣଜିତ ସିଂ ଚନ୍ନିଙ୍କୁ ମୋର ଶୁଭେଚ୍ଛା। ମୁଁ ଆଶା କରୁଛି ସେ ପଞ୍ଜାବ ସୀମାକୁ ସୁରକ୍ଷିତ ରଖିବା ସହ ସୀମା ଆରପାର୍ଶ୍ବରେ ବଢୁଥିବା ସୁରକ୍ଷା ବିପଦରୁ ଆମ ଲୋକଙ୍କୁ ରକ୍ଷା କରିବାରେ ସକ୍ଷମ ହେବେ। ଏଥି ସହ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚରଣଜିତ ସିଂ ଚନ୍ନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ବିଟ କରି କହିଛନ୍ତି ଯେ ଚରଣଜିତ ସିଂ ଚନ୍ନୀଙ୍କୁ ନୂତନ ଦାୟିତ୍ବ ପାଇଁ ଅଭିନନ୍ଦନ। ଆମକୁ ପଞ୍ଜାବର ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାର କାର୍ଯ୍ୟ ଜାରି ରଖିବାକୁ ପଡିବ। ତାଙ୍କର ବିଶ୍ବାସ ସବୁଠାରୁ ମହାନ ବୋଲି ଲେଖିଛନ୍ତି ରାହୁଲ ।