ETV Bharat / bharat

ଛତିଶଗଡ: ଚରଣ ଦାସ ମହନ୍ତ ବିରୋଧୀ ଦଳ ନେତା, ଅପରିବର୍ତ୍ତିତ ରହିଲେ ପିସିସି ସଭାପତି

author img

By ETV Bharat Odisha Team

Published : Dec 16, 2023, 9:49 PM IST

Charan Das Mahant leader of opposition in Chhattisgarh: ଚରଣ ଦାସ ମହନ୍ତ ଛତିଶଗଡ ବିରୋଧୀ ଦଳ ନେତା, ପିସିସି ସଭାପତି ଭାବେ ଅପରିବର୍ତ୍ତିତ ରହିଲେ ଦୀପକ ବୈଜ । ଅଧିକ ପଢନ୍ତୁ

ଛତିଶଗଡ: ଚରଣ ଦାସ ମହନ୍ତ ବିରୋଧୀ ଦଳ ନେତା, ଅପରିବର୍ତ୍ତିତ ରହିଲେ ପିସିସି ସଭାପତି
ଛତିଶଗଡ: ଚରଣ ଦାସ ମହନ୍ତ ବିରୋଧୀ ଦଳ ନେତା, ଅପରିବର୍ତ୍ତିତ ରହିଲେ ପିସିସି ସଭାପତି

ରାୟପୁର: ଛତିଶଗଡ ବିଧାନସଭା ନିର୍ବାଚନ ପରେ ଶାସକରୁ ବିରୋଧୀ ଦଳର ଭୂମିକାକୁ ଆସିଥିବା କଂଗ୍ରେସ ଆଜି ବିରୋଧୀ ଦଳ ନେତା ଚୟନ ଶେଷ କରିଛି । ଚରଣ ଦାସ ମହନ୍ତ ବିରୋଧୀ ଦଳ ନେତା ଭାବେ ଚୟନ ହୋଇଛନ୍ତି । ଚଳିତ ଥର ଶକ୍ତି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି ଚରଣ ଦାସ ମହନ୍ତ । ତେବେ ବିରୋଧୀ ଦଳ ନେତା ଭାବେ ତାଙ୍କ ନାମ ଚର୍ଚ୍ଚା ହେଉଥିଲା । ସେ ଅନ୍ୟତମ ଦାବିଦାର ଦଲେଶ୍ବର ସାହୁ ଓ ଉମେସ ପଟେଲଙ୍କୁ ପଛରେ ପକାଇ ଆଜି ଗୃହରେ ଦଳର ନେତା ଭାବେ ଚୟନ ହୋଇଛନ୍ତି । ଦଳ ମଧ୍ୟ ପ୍ରଦେଶରେ ପିସିସ ସଭାପତି ପରିବର୍ତ୍ତନ କରିଥିଲେ ସୁଦ୍ଧା ଛତିଶଗଡ କ୍ଷେତ୍ରରେ ଏହା ଅପରିବର୍ତ୍ତିତ ରହିଛି । ଦୀପକ ବୈଜ ଦଳର ରାଜ୍ୟ ସଭାପତି ଭାବେ କାର୍ଯ୍ୟ ଜାରି ରଖିବେ ।

ଚରଣ ଦାସ ହମନ୍ତଙ୍କ ସମ୍ପର୍କରେ :-

ଦଳର ବରିଷ୍ଠ ନେତା ହେଉଛନ୍ତି ଚରଣ ଦାସ । ଉଭୟ ରାଜ୍ୟ ଓ ଜାତୀୟ ରାଜନୀତିରେ ତାଙ୍କର ସକ୍ରିୟତା ରହିଛି । ପୂର୍ବରୁ ସେ ସାଂସଦ ଭାବେ ନିର୍ବାଚିତ ହେବା ସହ ୟୁପିଏ ମେଣ୍ଟରେ ମନମୋହନ ସିଂ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିବାର ଅନୁଭବ ରଖିଛନ୍ତି । ସେହିପରି 2018 ବିଧାନସଭା ନିର୍ବାଚନରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଚଳିତ ଥର ସେ ଶକ୍ତି ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ବିରୋଧୀ ଦଳ ନେତା ଭାବେ ତାଙ୍କ ନାମ ଚର୍ଚ୍ଚାର ଆଗରେ ଥିଲା ।

ଏହା ମଧ୍ୟ ପଢନ୍ତୁ :-ଆଜିଠୁ ଛତିଶଗଡରେ ବିଷ୍ଣୁଦେବ ସାଏଙ୍କ ରାଜ, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

90 ଆସନ ବିଶିଷ୍ଟ ଛତିଶଗଡ଼ରେ ଚଳିତ ଥର ଦୁଇଟି ପର୍ଯ୍ୟାୟ ନଭେମ୍ବର 7 ଓ 17 ତାରିଖରେ ପର୍ଯ୍ୟାୟ କ୍ରମିକ ଭୋଟଗ୍ରହଣ ହୋଇଥିଲା । ଏଥିରେ କଂଗ୍ରେସ ସରକାର କ୍ଷମତା ବଜାୟ ରଖିବା ନେଇ ଏକାଧିକ ଏକଜିଟ୍‌ ପୋଲ୍‌ ଆକଳନ କରିଥିଲେ ସୁଦ୍ଧା, ତାହା ଭୁଲ ପ୍ରମାଣିତ ହୋଇ ରାଜ୍ୟରେ କ୍ଷମତା ପରବର୍ତ୍ତନ ହୋଇଥିଲା । ଭାରତୀୟ ଜନତା ପାର୍ଟି 54 ଆସନ ସହ ବହୁମତ ପାଇଛି । କଂଗ୍ରେସ 35 ଆସନ ସହ ବିରୋଧୀ ଆସନରେ ରହିଛି । ତେବେ ରାଜ୍ୟରେ ବିଜେପିର ଆଦିବାସୀ ଚେହେରା ବିଷ୍ଣୁଦେବ ସାଏ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆଜି କଂଗ୍ରେସ ମଧ୍ୟ ଚରଣ ଦାସ ମହନ୍ତଙ୍କୁ ବିରୋଧୀ ଦଳ ନେତା ଘୋଷଣା କରିଛି । କଂଗ୍ରେସ ଶାସନରେ ଥିବା ଦୁଇ ରାଜ୍ୟ ଛତିଶଗଡ ଓ ରାଜସ୍ଥାନରେ ବିଜେପି କ୍ଷମତା ଦଖଲ କରିଛି । ତେଲେଙ୍ଗାନାରେ କଂଗ୍ରେସ ବିଆରଏସକୁ ପରାସ୍ତ କରି ସରକାର ଗଠନ କରିବାରେ ସଫଳ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.