ETV Bharat / bharat

ଲକ୍ଷ୍ନୌ ଆସୁଥିଲା ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀ, ରାସ୍ତାରେ ଖରାପ ହେଲା ପୋଲିସ ଗାଡି - କୋର୍ଟରେ ହାଜର ହେବ ମୁଖତାର ଅନସାରୀ

ଲକ୍ଷ୍ନୌ କୋର୍ଟରେ ହାଜର ହେଲା ବାନ୍ଦା ଜେଲରେ ବନ୍ଦୀ ଥିବା ବାହୁବଳୀ ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀ । କଡା ସୁରକ୍ଷା ଭିତରେ ଆଣିଲା ପୋଲିସ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ରାସ୍ତାରେ ଅଟକିଲା ପୋଲିସ ଭ୍ୟାନ । କୋର୍ଟରେ ହାଜର ପରେ ପୁଣି ଥରେ ଅନସାରୀକୁ ବାନ୍ଦା ନେଉଛି ପୋଲିସ । ଅଧିକ ପଢନ୍ତୁ

ଲକ୍ଷ୍ନୌ କୋର୍ଟରେ ହାଜର ହୋଇ ବାନ୍ଦା ଫେରିଲା ଅନସାରୀ, ରାସ୍ତାରେ ଖରାପ ହେଲା ପୋଲିସ ଗାଡି

author img

By

Published : Mar 28, 2022, 4:58 PM IST

Updated : Mar 28, 2022, 5:53 PM IST

ଲକ୍ଷ୍ନୌ: କଡା ସୁରକ୍ଷା ମଧ୍ୟରେ ବାହୁବଳୀ ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀକୁ ଉତ୍ତରପ୍ରଦେଶର ବାନ୍ଦା ଜେଲରୁ ଲକ୍ଷ୍ନୌ କୋର୍ଟରେ ହାଜର କରାଯାଇଛି । ବ୍ୟବସ୍ଥିତ ଭାବେ ଅନସାରୀକୁ କୋର୍ଟରେ ହାଜର କରିବା ପାଇଁ ଜେଲ କର୍ତ୍ତୃପକ୍ଷ ଓ ବାନ୍ଦା ଜିଲ୍ଲା ପ୍ରଶାସନକୁ ବେଶ କିଛି ପ୍ରସ୍ତୁତି କରିବାକୁ ପଡିଥିଲା ।

ଆଜି ସକାଳୁ ଅନସାରୀକୁ ଲକ୍ଷ୍ନୌ ଅଭିମୁଖେ ଆଣିବାକୁ ଥିବାବେଳେ ଗତକାଲି ରାତିରେ ଅଧିକାରୀମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଥିଲେ । ବ୍ୟବସ୍ଥାର ତଦାରଖ ଲାଗି ଜିଲ୍ଲାପାଳ ଓ ଏସପି ମଧ୍ୟ ରାତିରେ ବାନ୍ଦା ଜେଲରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । ତେବେ ସମସ୍ତ ପ୍ରସ୍ତୁତି ପରେ ଆଜି ସକାଳ ପ୍ରାୟ ୭.୩୦ ରେ ଅନସାରୀକୁ କଡା ସୁରକ୍ଷା ମଧ୍ୟରେ ଏକ ଆମ୍ବୁଲାନ୍ସରେ ଲକ୍ଷ୍ନୌ ଅଭିମୁଖେ ଅଣାଯାଇଥିଲା । ଅନ୍ଯପଟେ ଅନସାରୀର ପୁଅ ଅବ୍ବାସ ଅନସାରୀ ସାମାଜିକ ଗଣମାଧ୍ୟମରେ ପୋଲିସ ଅବ୍ଯସ୍ଥା ନେଇ ଅଭିଯୋଗ ମଧ୍ୟ ଉଠାଇଥିବା ଦେଖିବାକୁ ମିଳିଛି ।

ତେବେ ସମସ୍ତ ପ୍ରସ୍ତୁତି ପରେ ସକାଳ ପ୍ରାୟ ୭.୩୦ରେ ଲକ୍ଷ୍ନୌ ଅଭିମୁଖେ ଅନସାରୀକୁ ଆଣାଯାଇଥିଲା । ଅନସାରୀ ପାଇଁ ଏକ ଆମ୍ବୁଲାନ୍ସ ବ୍ୟବହାର ହୋଇଥିବା ବେଳେ ସାଥିରେ ଏକ ଗାଡିରେ ସଶସ୍ତ୍ର ସୁରକ୍ଷାକର୍ମୀ ମଧ୍ୟ ଥିଲେ । ହେଲେ ବାଟରେ ସୁରକ୍ଷାକର୍ମୀଙ୍କ ଗାଡିରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ସ୍ଥାନୀୟ ପୋଲିସକୁ ସୂଚନା ମିଳିବା ପରେ ଏକ ମେକାନିନକୁ ଡକାଯାଇ ଗାଡି ସଜାଡିଥିଲା ପୋଲିସ । ପରେ ଅନସାରୀକୁ ଲକ୍ଷ୍ନୌ ଅଭିମୁଖେ ଅଣାଯାଇଛି । ଲକ୍ଷ୍ନୌର ଏମମି ଏମଏଲଏ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ପୁଣି ବାନ୍ଦା ଜେଲକୁ ପଠାଯାଇଛି ।

ଉତ୍ତର ପ୍ରଦେଶ ପୂର୍ବାଞ୍ଚଳର ମାଫିଆ ମୁଖତାର ଅନସାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଏକ ଅପରାଧିକ ମାମଲାରେ ମୁଖତାର ଅନସାରୀଙ୍କ ସମେତ 13 ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଗ୍ୟାଙ୍ଗଷ୍ଟର ଆକ୍ଟ ଲାଗୁ କରିଛି । ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଠୋସ ପ୍ରମାଣ ଯୋଗାଡରେ ଲାଗିଛି ତଦନ୍ତକାରୀ ଟିମ ।

ମାର୍ଚ୍ଚ 2021ରେ ମୁଖତାର ଅନସାରୀର ସ୍ଥାନାନ୍ତରଣ ବେଳେ ବାରବାଙ୍କି ଆମ୍ବୁଲାନ୍ସ ଘଟଣା ଚର୍ଚ୍ଚାକୁ ଆସିଥିଲା । ପଞ୍ଜାବର ପ୍ଲାଣ୍ଟେସନ ଜେଲରୁ ମୋହାଲି କୋର୍ଟକୁ ଯିବା ପାଇଁ ମୁଖର ଅନସାରୀଙ୍କ ଦ୍ବାରା ବ୍ୟବହୃତ ହୋଇଥିବା ଏହି ଆମ୍ବୁଲାନ୍ସରେ ବାରବାଙ୍କି ଜିଲ୍ଲାରେ ପଞ୍ଜୀକରଣ ହୋଇଥିବା ଜଣାପଡିଥିଲା । ପରେ ବାରବାଙ୍କି RTO କାର୍ଯ୍ୟାଳୟରୁ ଆମ୍ବୁଲାନ୍ସ ପଞ୍ଜୀକୃତ ହୋଇଥିବା ଜଣାପଡିଥିଲା ।

ବାରବାଙ୍କି ବିଭାଗୀୟ ପରିବହନ ବିଭାଗ ଏହି ଆମ୍ବୁଲାନ୍ସର ଅନୁସନ୍ଧାନ କରିବାରୁ ତାହା ନବୀକରଣ ହୋଇ ନଥିବା ଜଣାପଡିଥିଲା । କାଗଜପତ୍ର ଯାଞ୍ଚରେ ଡକ୍ଟର ଅଲକା ରାୟଙ୍କ ନକଲି ଭୋଟର IDରେ ଏହି ଆମ୍ବୁଲାନ୍ସ ପଞ୍ଜୀକୃତ ହୋଇଥିବା ଜଣାପଡିଥିଲା । ଏହି ଘଟଣାରେ ଡାକ୍ତର ଅଲକା ରାୟଙ୍କ ସମେତ ଅନ୍ୟ କିଛି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 28, 2022, 5:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.