ETV Bharat / bharat

Chandrayaan-3 MahaQuiz: ପ୍ରତିଯୋଗିତାରେ ନାଗରିକଙ୍କୁ ସରକାରଙ୍କ ନିମନ୍ତ୍ରଣ, ବିଜେତାଙ୍କୁ ୧ଲକ୍ଷ ପୁରସ୍କାର - ଚନ୍ଦ୍ରଯାନ ୩ ମିଶନ ଉପରେ କୁଇଜ କମ୍ପିଟେସନ

ଆରମ୍ଭ ହେଲା ଚନ୍ଦ୍ରଯାନ-୩ ମହାକୁଇଜ୍‌ । କେମିତି ଜିତିବେ ୧ ଲକ୍ଷ ପୁରସ୍କାର ରାଶି ଓ କିପରି ନେବେ ଭାଗ ? ପଢନ୍ତୁ ସମ୍ପୂର୍ଣ୍ଣ ଖବର

Etv Bharat
Etv Bharat
author img

By ETV Bharat Odisha Team

Published : Sep 5, 2023, 4:38 PM IST

ନୂଆଦିଲ୍ଲୀ: ଆରମ୍ଭ ହେଲା ଚନ୍ଦ୍ରଯାନ-୩ ମହାକୁଇଜ୍‌ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ସଫଳତାକୁ ସେଲିବ୍ରେଟ କରିବା ଲାଗି ଭାରତୀୟଙ୍କୁ ମିଳିଛି ସୁଯୋଗ । ଦେଶର ଏହି ଐତିହାସିକ ମହାକାଶ ଅନୁସନ୍ଧାନ ଯାତ୍ରାକୁ ସମ୍ମାନ ଜଣାଇବା ଅର୍ଥେ ଦେଶବାସୀଙ୍କୁ ଏହି ସୁଯୋଗ ଦେଇଛନ୍ତି କେନ୍ଦ୍ର ସରକାର । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦେଶବାସୀ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ମହାକାଶ ଏବଂ ଚନ୍ଦ୍ରର ରୋଚକ ତଥ୍ୟ ଜାଣିପାରିବେ । ପ୍ରତିଯୋଗିତାରେ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

  • Chandrayaan-3 MahaQuiz:@mygovindia has organised Chandrayaan-3 MahaQuiz honouring India's amazing space exploration journey, to explore the wonders of the moon, and to demonstrate our love of science and discovery.

    All Indian Citizens are invited to take the Quiz at… pic.twitter.com/yy7ULjTcGL

    — ISRO (@isro) September 5, 2023 " class="align-text-top noRightClick twitterSection" data=" ">

ଦେଶର ଶାସନ ଓ ବିକାଶରେ ପ୍ରତିଟି ନାଗରିକଙ୍କୁ ଯୋଡ଼ିବା ଲାଗି ୨୦୧୪ ମସିହାରେ ଆରମ୍ଭ ହୋଇଥିବା ମୋ ସରକାର ବା MyGov.in ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି । ଏ ନେଇ ଇସ୍ରୋ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଏ ନେଇ ଇସ୍ରୋ ପକ୍ଷରୁ ଟ୍ବିଟ କରି କୁହାଯାଇଛି, " ଦେଶର ଏହି ଐତିହାସିକ ମହାକାଶ ଅନୁସନ୍ଧାନ ଯାତ୍ରାକୁ ସମ୍ମାନ ଜଣାଇ @mygovindia ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଚନ୍ଦ୍ରଯାନ-୩ ମହାକୁଇଜ୍‌ । ଆସନ୍ତୁ ସମସ୍ତେ ମିଳିମିଶି ଚନ୍ଦ୍ର ଯାତ୍ରାକୁ ସେଲିବ୍ରେଟ କରିବା ।"

କେମିତି ନେବେ ଭାଗ ? :-

  1. MyGovରେ ଏକ ଆକାଉଣ୍ଟ ଖୋଲନ୍ତୁ ।
  2. ନିଜ ପ୍ରୋଫାଇଲ ପେଜ୍‌ରେ ସମସ୍ତ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରନ୍ତୁ । ଏହି ତଥ୍ୟ ଆଧାରରେ ପ୍ରତିଯୋଗୀଙ୍କୁ ଯୋଗାଯୋଗ କରାଯିବ । ପ୍ରୋଫାଇଲରେ ପଚରା ଯାଇଥିବା ତଥ୍ୟକୁ ନ ଭରିଲେ ପ୍ରତିଯୋଗୀ ଜଣକ ଯୋଗ୍ୟ ବିବେଚିତ ହେବେ ନାହିଁ ।
  3. ୟୁଜର ଏକ ବୈଧ ମୋବାଇଲ ନମ୍ବର ଦେବା ଉଚିତ । ଏହି ନମ୍ବରରେ OTP ଯିବା ପରେ ଆପଣ କୁଇଜ୍‌କୁ ଆରମ୍ଭ କରିପାରିବେ । ଅନ୍ତର୍ଜାତୀୟ ସ୍ତରର ୟୁଜର ଏକ ବୈଧ ମୋବାଇଲ ନମ୍ବର ଦେବା ଉଚିତ ।
  4. ଗୋଟିଏ ମୋବାଇଲ ନମ୍ବରକୁ ଏକାଧିକ ପ୍ରତିଯୋଗୀ ବ୍ୟବହାର କରାପାରିବେ ନାହିଁ । ଯଦି ୨ଥର ଗୋଟିଏ ମୋବାଇଲ ନମ୍ବରରେ ପେଜ ଖୋଲାଯାଉଛି, ତେବେ ପ୍ରଥମ ପ୍ରତିଯୋଗୀଙ୍କୁ ଯୋଗ୍ୟ ବିବେଚିତ କରାଯିବ ।
  5. ଥରେ କୁଇଜ୍‌ ପ୍ରତିଯୋଗିତାରେ ଭାଗ ନେଲେ, ଏଥିରେ ଥିବା ସମସ୍ତ ସର୍ତ୍ତାବଳୀକୁ ପ୍ରତିଯୋଗୀ ମାନିବା ଆବଶ୍ୟକ ।
  6. ପ୍ରତିଯୋଗୀ 'Submit' ବଟନ୍‌ରେ କ୍ଲିକ କରିବା ମାତ୍ରେ କୁଇଜ୍‌ ପ୍ରତିଯୋଗିତା ଆରମ୍ଭ ହେବ । ସଠିକ OTP ଦେବା ପରେ ପ୍ରତିଯୋଗିତା ଆରମ୍ଭ ହେବ ।
  7. ସ୍ବୟଂଚାଳିତ ଭାବେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପ୍ରତିଯୋଗୀଙ୍କ ନିକଟକୁ ପଠାଯିବ ।
  8. କୁଇଜ୍‌ ଶେଷ ହେବା ପରେ ୨୪ ଘଣ୍ଟା ମଧ୍ୟରେ ପ୍ରତିଯୋଗୀଙ୍କ ମୋବାଇଲ ଓ ଇ-ମେଲକୁ ଏକ ମେସେଜ ଯିବ । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଲାଗି ଏକ ସାର୍ଟିଫିକେଟ ମଧ୍ୟ ଡାଉନଲୋଡ କରିପାରିବେ ୟୁଜର ।
  9. ଏହି ପ୍ରତିଯୋଗିତାକୁ ନେଇ ଅପଡେଟ ଜାଣିବା ଲାଗି ପ୍ରତିଯୋଗୀମାନେ ପ୍ରତିଦିନ ୱେବସାଇଟ ଯାଞ୍ଚ କରିବା ଆବଶ୍ୟକ ।
  10. ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ।

ମହାକୁଇଜ୍‌ ପୁରସ୍କାର ରାଶି:- ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର ମିଳିବାକୁ ଥିବା ବେଳେଦ୍ବିତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ମିଳିବ ୭୫ ହଜାର ଟଙ୍କା ପୁରସ୍କାର ରାଶି । ସେହିପରି ୩ୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ୫୦ ହଜାର ପୁରସ୍କାର ରାଶି ମିଳିବ । ଏହାପରେ ୧୦୦ ସର୍ବୋତ୍ତମ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କୁ ୨ ହଜାର ଲେଖାଏଁ ଓ ୨୦୦ ସର୍ବୋତ୍ତମ ପ୍ରଦର୍ଶନକାରୀଙ୍କୁ ୧ ହଜାର ଲେଖାଏଁ ପୁରସ୍କାର ରାଶି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ ।

କଣ ରହିଛି ସର୍ତ୍ତାବଳୀ ?

  • ଏହି କୁଇଜ୍‌ ପ୍ରତିଯୋଗିତାରେ ସମସ୍ତ ଭାରତୀୟ ନାଗରିକ ଅଂଶଗ୍ରହଣ କରିପାରିବେ ।
  • ISRO ଏବଂ MyGovର ଯେକୌଣସି ଅପ୍ରତ୍ୟାଶିତ ଘଟଣା ଘଟିବା ସମୟରେ କୁଇଜ୍‌ ପ୍ରତିଯୋଗିତା ନିୟମ ପରିବର୍ତ୍ତନ କିମ୍ବା ବନ୍ଦ କରିବାର ସମସ୍ତ ଅଧିକାର ରହିଛି ।
  • ଯଦି ଅଂଶଗ୍ରହଣକାରୀଙ୍କ ଦ୍ବାରା ଦିଆଯାଇଥିବା ତଥ୍ୟ ଅସମ୍ପୂର୍ଣ୍ଣ, ମିଥ୍ୟା କିମ୍ବା ତ୍ରୁଟିପୂର୍ଣ୍ଣ ଜଣାପଡ଼େ ତେବେ ISRO ଏବଂ MyGov ଯେକୌଣସି ଅଂଶଗ୍ରହଣକାରୀଙ୍କ ଅଂଶଗ୍ରହଣକୁ ଅଯୋଗ୍ୟ ଘୋଷଣା କରିବାର ସମସ୍ତ ଅଧିକାର ରହିଛି ।
  • କୁଇଜ୍ ହୋଷ୍ଟିଂ ସହିତ ISRO ଏବଂ MyGov କର୍ମଚାରୀ ଏବଂ ସେମାନଙ୍କର ସଂପୃକ୍ତ ଏଜେନ୍ସି କିମ୍ବା କର୍ମଚାରୀମାନେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସଂଯୁକ୍ତ । ଏହି କୁଇଜ୍‌ରେ ଭାଗ ନେବାକୁ ସେମାନେ ଯୋଗ୍ୟ ନୁହଁନ୍ତି । ଏହି ଅଯୋଗ୍ୟତା ସେମାନଙ୍କର ପରିବାର ସଦସ୍ୟଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ।
  • କୁଇଜ୍ ଉପରେ ISRO ଓ MyGovର ନିଷ୍ପତ୍ତି ଚୂଡାନ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.