ETV Bharat / bharat

ଆସନ୍ତା ଜୁନରେ ଚନ୍ଦ୍ରଯାନ-3: ଇସ୍ରୋ ଅଧ୍ୟକ୍ଷ

author img

By

Published : Oct 23, 2022, 1:31 PM IST

ଚନ୍ଦ୍ରଯାନ-3 ମିଶନ ଏକ ପ୍ରକାର ସରିଛି । ଚୂଡାନ୍ତ ପରୀକ୍ଷା ଏକ ପ୍ରକାଶ ଶେଷ ହୋଇଛି । ଆସନ୍ତା ବର୍ଷ ଜୁନ ଆଡକୁ ଚନ୍ଦ୍ରଯାନ-୩ ମିଶନ ପାଇଁ ଯୋଜନା ରଖିଛି ଇସ୍ରୋ । ଅଧିକ ପଢନ୍ତୁ

ଆସନ୍ତାବର୍ଷ ଜୁନରେ ଚନ୍ଦ୍ରୟାନ-3: ଇସ୍ରୋ ଅଧ୍ୟକ୍ଷ

ଅମରାବତୀ: ଚନ୍ଦ୍ରଯାନ-2 ମିଶନ ବିଫଳତା ପରେ ଚନ୍ଦ୍ରଯାନ-3 ମିଶନ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ (Indian Space Research Organisation) । ଏନେଇ ଚୂଡାନ୍ତ ପରୀକ୍ଷା ଏକ ପ୍ରକାଶ ଶେଷ ହୋଇଛି । ଆସନ୍ତା ବର୍ଷ ଜୁନ ଆଡକୁ ଚନ୍ଦ୍ରଯାନ-୩ ମିଶନ ପାଇଁ ଯୋଜନା ରଖିଥିବା କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ । ଚନ୍ଦ୍ରଯାନ 3 ପାଇଁ ସମସ୍ତ ପ୍ରସ୍ତୁତି ଏକପ୍ରକାର ସରିଛି । ଜୁନ୍ ବେଳକୁ ସବୁ କିଛି ଠିକଠାକ୍ ହୋଇଯାଇଥିବ । ଶେଷ ଇଣ୍ଟିଗ୍ରେସନ ଏବଂ ଟେଷ୍ଟିଂ ସରିଛି, ହେଲେ ଆଉ କିଛି ପରୀକ୍ଷା ନିରୀକ୍ଷା ବାକି ରହିଛି । ତେଣୁ ଆଉ ଅଳ୍ପ କିଛି ମାସ ପରେ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଥିବ ବୋଲି କହିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଚେୟାରମ୍ୟାନ୍ ଏସ. ସୋମନାଥ । ଶ୍ରୀହରିକୋଟା ସତୀଶ ଧାୱନ ଗବେଷଣା ସଂସ୍ଥାରୁ ରକେଟ୍ ନେଟୱାର୍କ ଆକ୍ସେସ୍ ଆସୋସିଏଟେଡ୍ ଲିମିଟେଡ୍ (OneWeb)ର 36ଟି ବ୍ରଡବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ(communication satellites) ଉତକ୍ଷେପଣ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଇସ୍ରୋ ମୁଖ୍ୟ ।

ଏହା ବି ପଢନ୍ତୁ...ଇତିହାସ ରଚିଲା ଇସ୍ରୋ: ସବୁଠୁ ଭାରି ରକେଟରେ ୩୬ଟି ଉପଗ୍ରହର ସଫଳ ଉତକ୍ଷେପଣ

ଚନ୍ଦ୍ରଯାନ-୨ ମିଶନ ଫେଲ୍ ମାରିଥିବାରୁ ଚନ୍ଦ୍ରଯାନ-୩ ମିଶନରେ ଅନେକ ପରିବର୍ତ୍ତନ କରାଯାଇଛି । ୨୦୧୯ ସେପ୍ଟେମ୍ବରରେ ଚନ୍ଦ୍ରଯାନ-୨ ମିଶନରେ ଲ୍ୟାଣ୍ଡର ରୋଭର ଚନ୍ଦ୍ରପୃଷ୍ଠରେ ଧକ୍କା ଖାଇଥିଲା । ଫଳରେ ମିଶନ ଫେଲ ହୋଇଥିଲା । ତେଣୁ ସି-୩ ବର୍ତ୍ତମାନ ପ୍ରସ୍ତୁତ ସରିଛି, ଏହା ସି-୨ ଭଳି ନୁହେଁ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ସି-୨ ଭଳି ଏଥର ରୋଭର ରହିଛି । ସି-୩ ରୋଭର ବୈଶିଷ୍ଟ ସି-୨ ଠାରୁ ଅଲଗା ରହିଛି । ତେଣୁ ଏଥିର କିଛି ସମସ୍ୟା ରହିବ ନାହିଁ ବୋଲି ଆଶା । ପରୀକ୍ଷା ପାଇଁ ଫେବୃୟାରୀ କିମ୍ବା ଜୁନରେ ଦୁଇଟି ସ୍ଲଟ୍ ରହିଛି । ଜୁନ୍ ହିଁ ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ ।

ପ୍ରକାଶ ଥାଉ କି, ଶନିବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୭ରେ ରକେଟ୍ ନେଟୱାର୍କ ଆକ୍ସେସ୍ ଆସୋସିଏଟେଡ୍ ଲିମିଟେଡ୍ (OneWeb)ର 36ଟି ବ୍ରଡବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ (communication satellites) ଉତକ୍ଷେପଣ କରିଛି । ଇସ୍ରୋର ସବୁଠୁ ଓଜନିଆ ରକେଟ 'LVM-3' ସହାୟତାରେ ଏହାର ସଫଳ ଉତକ୍ଷେପଣ ହୋଇଛି । ସମସ୍ତ ଉପଗ୍ରହ ଗୁଡିକ ସଫଳତାର ସହ କକ୍ଷପଥର ଅବସ୍ଥାପିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.